ନୂଆପଡ଼ା ଜିଲ୍ଲା ସଦର ଏନ୍ଏସି ସିର୍ତ୍ତୋଲଠାରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଗୋବର ଫିଙ୍ଗିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ଅନୁସୂଚିତ ଜାତି ଡମ୍ବ,ଗଣ୍ଡା ସମାଜ କଲ୍ୟାଣ ସମିତି ପକ୍ଷରୁ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ଦାବି ନେଇ ଏସ୍ପିଙ୍କ ଉଦ୍ଦେଶ୍ୟରେ ବୋଡେ଼ନ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ବୋଡେ଼ନ ଅନୁସୂଚିତ ଜାତି ଡମ୍ବ,ଗଣ୍ଡା ସମାଜର ବହୁ କର୍ମକର୍ତା ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ନୂଆପଡ଼ା ଥାନାରେ ଅଭିଯୋଗ କରିଥିବା ବେଳେ କୋମନା ଥାନା,ଖଡ଼ିଆଳ ଥାନାରେ ଦାବିପତ୍ର ପ୍ରଦାନ କରିଛନ୍ତି। ଓ ଆଜି ବୋଡେ଼ନ ଥାନାରେ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ନିତ୍ୟାନନ୍ଦ ବାଗ,ପୁଷ୍ପ କୁମାର ଦୀପ,କମଲ ସୁନାନୀ,ମଣ୍ଟୁ ନାଗ,ରୁଦ୍ର କୂଳଦୀପ,ତ୍ରିଲୋଚନ ତାଣ୍ଡି,ହିତେଶ କୁମାର ପାଣ୍ଡେ,ଓ ବ୍ଲକର ଅନେକ ଡମ୍ବ ଗଣ୍ଡା ସମାଜର କର୍ମକର୍ତା ମାନେ ଉପସ୍ଥିତ ରହିଥିଲେ। ଏହି ଅମାନୁଷିକ କାର୍ଯ୍ୟକୁ ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କମଳ ତାଣ୍ଡି ଓ ତାଙ୍କ କର୍ମକର୍ତା ମାନେ କ୍ଷୀରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ସଫା କରିଥିଲେ।