ଗାଈ ଗୋରୁଙ୍କ ଉପରେ ଏସିଡ ମାଡ 

ଦିନ ପ୍ରତିଦିନ ବୁଲା ଗାଈ ଗୋରୁଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି 

କଣ୍ଟାବାଞ୍ଜି – ଗାଈ ଗୋରୁ ମାନଙ୍କୁ ପୁଜା କାରନ୍ତି ଗୋ ମାତାଙ୍କର ଆଖ୍ୟା ଦିଆଯାଇଛି, ମଣିଷ ସମାଜ ପାଇଁ ବହୁ ଉପକାରିତା ସାବ୍ୟସ୍ତ ହୋଇଛି ଗୋରୁ, କିନ୍ତୁ କଣ୍ଟାବାଞ୍ଜିରେ ଏହାର ବିପରୀତ ଦେଖିବାକୁ ମିଳିଛି, ବୁଲା ଗାଈ ଗୋରୁଙ୍କୁ କେହି ଦୁର୍ବୃତ୍ତ ମାନେ ଏସିଡ ମାଡ କରି ଘାଇଲା କରିଦେଉଛନ୍ତି, ଅନେକ ଗାଈକୁ ଟାଙ୍ଗିଆ ଦ୍ବାରା ହେଉ କିମ୍ବା ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି, ଏପରି ନୀରିହ ପ୍ରାଣୀ ମାନଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତି ପ୍ରକୃତରେ ଜଣେ ତୃତୀୟ ଲିଙ୍ଗ ବୋଲି ନୀରିହ ପ୍ରାଣୀ ମାନଙ୍କ ପ୍ରତି ଏଭଳି ଅତ୍ୟାଚାର କରୁଛି ବୋଲି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି, ଯଦି ମର୍ଦ ହୋଇଥିଲେ ପାକିସ୍ଥାନ ବୋର୍ଡର କୁ ଦୁଷ୍ମନ ମାନଙ୍କ ସହ ଲଢେଇ କରିଥାନ୍ତା ଏଭଳି ନୀରିହ ଗାଈ ଗୋରୁଙ୍କ ଉପରେ କେବେହେଲେ କୌଣସି ମର୍ଦ ଅତ୍ୟାଚାର କରିପାରିବେ ନାହିଁ, ଅନ୍ୟ ପକ୍ଷରେ ଗାଈ ରଖୁଥିବା ବ୍ୟକ୍ତି ମାନେ ଏତେସବୁ ସତ୍ତ୍ବେ ମଧ୍ୟ ପୁଲିସ ନିକଟରେ ମାମଲା ଟିଏ ରୁଜୁ କରେଇ ପାରୁ ନାହାନ୍ତି, ଗାଈ ରଖୁଛନ୍ତି କ୍ଷୀର ଖାଉଛନ୍ତି ଆଉ ଛାଡ଼ି ଦେଉଛନ୍ତି ଫଳରେ ରାସ୍ତା ଘାଟ ଉପରେ ଗାଈ ଗୋରୁ ରହିଯାଉଛନ୍ତି ଓ ଟ୍ରାଫିକ ସମସ୍ଯା ବଢି ଯାଉଛି, ଏଦିଗରେ ଗାଈ ରଖି କ୍ଷୀର ଖାଇ ଛାଡ଼ି ଦେଉଥିବା ବ୍ୟକ୍ତିବିଶେଷ ମାନଙ୍କ ଉପରେ ମଧ୍ଯ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି, କାରଣ ଏମାନେ ହିଁ ଦାୟୀ ଏଥିପାଇଁ ଗାଈ ରଖୁଛନ୍ତି ଓ କାହିଁକି ଗାଈର ଜତ୍ନ ନେଉ ନାହାନ୍ତି କାହିଁକି..? କ୍ଷୀର ଖାଇଲା ବେଳେ ହିଁ ଗାଈ ନିଜର ଲାଗୁଛି ଅନ୍ୟ ବେଳେ କାହିଁକି ନିଜର ଲାଗୁନି..? କଣ୍ଟାବାଞ୍ଜିରେ ଗୁହାଳ ଗୁହାଳ ନେତା ଭର୍ତ୍ତି ରହିଛନ୍ତି ହେଲେ କାହାରି ବି ଗାଈ ପ୍ରତି କୌଣସି ଆନ୍ତରିକତା ନାହିଁ, ଯଦି ଜଣେ ନେତାଙ୍କ ବି ଗାଈ ପ୍ରତି ଆନ୍ତରିକତା ରହିଥାନ୍ତା ତେବେ ଏପରିସ୍ଥିତି ଦେଖିବାକୁ ଆଜି ମିଳି ନଥାନ୍ତା, କଣ୍ଟାବାଞ୍ଜି ଏନଏସିରେ ସମି ରେଡି ଜୟଶ୍ରୀ ନିର୍ବାହୀ ଅଧିକାରୀ ଥିଲା ବେଳେ କେହି ସାହସ ବି କରୁ ନଥିଲେ, ବର୍ତ୍ତମାନ କିଏ ଏସିଡ ବିକ୍ରି କରୁଛି ତାକୁ ତଦନ୍ତ କରାଗଲେ ଖୋଲିବ ଏସିଡ ମାଡ କାରୀଙ୍କ ଲୁଚ କାଲି

Leave A Reply

Your email address will not be published.