୯ ଶିଶୁ ଚାଲାଣ ବେଳେ ଉଦ୍ଧାର କଲା କୋଇଡା ପୋଲିସ

(ଲହୁଣୀପଡ଼।)-ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡ କୋଇଡା ବ୍ଲକ୍ ପାଟମୁଣ୍ଡା ପଞ୍ଚାୟତ ବିଭିନ୍ନ ଗ୍ରାମ ରୁ ୮ ଜଣ ଶିଶୁ ଓ  ଜଣେ କେନ୍ଦୁଝର ଜିଲ୍ଲାର ଗୁଆଲି ଅଂଚଳର କୋମଳମତି ଶିଶୁ ଯାହାଙ୍କ ବୟସ ୧୪ ରୁ ୧୭ ବର୍ଷ ମଧ୍ୟରେ ରହିଛି , ଏମାନେ କୋଇଡା ବସ ଷ୍ଟାଣ୍ଡ ରୁ ବସ ଯୋଗେ ଭୁବନେଶ୍ୱର ଯାଇ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥାନ୍ତେ ।ଶିଶୁ ମାନଙ୍କୁ ପ୍ରଥମେ ବସ ଷ୍ଟାଣ୍ଡରେ ବୁଲୁଥିବା ଦେଖି ଲୋକେ ଏକ ସ୍ୱେଚ୍ଛାସେବୀ ସଙ୍ଘଠନ କୁ ଖବର ଦେଇଥିଲେ ପରେ ପୋଲିସ ପହଞ୍ଚି ପଚାର ଉଚାର କରିବା ପରେ ସମସ୍ତ ଘଟଣା ସମ୍ନାକୁ ଆସିଥିଲା । କେହି ଜଣେ ଶ୍ରମିକ ଦଲାଲ୍ ଭୁବନେଶ୍ୱର ରୁ ରୀତିମତ ଫୋନ ଯୋଗେ କୋଇଡା ଅଞ୍ଚଳରୁ ଶିଶୁ ମାନଙ୍କୁ ନେଇ ଦାଦନ ନିମନ୍ତେ ବାହାର ରାଜ୍ୟକୁ ପଠାଉଥିବା ପୋଲିସ ସୂଚନା ପାଇଛି । ଘଟଣା ସ୍ଥଳରେ ସ୍ଥାନୀୟ ସିଡିପିଓ ମିନତୀ ମହାପାତ୍ର ପହଁଚି ଶିଶୁ ମାନଙ୍କ ବିଷୟରେ ପଚାର ଉଚାର କରିବା ପରେ ସ୍ଥାନୀୟ ପୋଲିସ ସହିତ ଆଲୋଚନା କରିବା ପରେ ଉଦ୍ଧାର ୯ ଜଣ ଶିଶୁ ଙ୍କୁ ଉଦ୍ଧାର ପରେ କୋଇଡା ପୋଲିସ ସହାୟତାରେ ଘରେ ଛଡ଼ାଯାଇଛି । ଏଠାରୁ ରୀତିମତ ଶିଶୁ ଶ୍ରମିକ ଚାଲାଣ ହେଉଥିବା ପୋଲିସ ସନ୍ଧେହ  କରୁଚି ।

Leave A Reply

Your email address will not be published.