ବର୍ଷ ବର୍ଷ ଧରି ଝୁଲୁଛି ତାଲା କରଙ୍ଗାମାଲ କୃଷି ସୂଚନା କେନ୍ଦ୍ରରେ

ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ କୃଷି ପରାମର୍ଶ କେନ୍ଦ୍ରରେ ଆଜକୁ ଅନେକ ବର୍ଷ ହେବ ବନ୍ଦ ରହୁଥିବା ସ୍ଥାନୀୟ ଲେକେ ଅଭିଯୋଗ କରୁଛନ୍ତି। ବର୍ତ୍ତମାନ ସମୟରେ କୃଷି ପରାମର୍ଶ ଅନେକ ଚାଷୀଙ୍କୁ ଆବଶ୍ୟକ ରହିଥିବା ବେଳେ ଏପଟେ ଅଧିକାରୀଙ୍କ ଦେଖା ନାହିଁ। ଯାହା ଫଳରେ ଅନକେ ଚାଷୀ ବିଭିନ୍ନ କ୍ଷୟକ୍ଷତିର ଶିକାର ମଧ୍ୟ ହେଉଥିବା ଅନୁମାନ କରାଯାଏ। କାରଣ ଖରା ବର୍ଷା ସହ ସଂଘର୍ଷ କରି ଚାଷୀ ଚାଷ କରିଥାଏ ନିଜ ପରିବାର ଲୋକଙ୍କ ମୁହଁରେ ଟିକିଏ ଖୁସି ଓ ଦୁଇ ଅଲି ଦୁଇ ମୁଠା ଖାଇବାକୁ ଯୋଗାଇବା ପାଇଁ ଦିନ ରାତି ଗୋଟିଏ କରି ଦିଏ। କିନ୍ତୁ ଠିକ ସମୟରେ ଚାଷୀ ସାର ଏବଂ ତାହାର ଯତ୍ନ ନେବା ପାଇଁ ଠିକ ସମୟରେ ପରାମର୍ଶ ନ ପାଇବା ଯୋଗୁଁ ଚାଷୀ କ୍ଷତିରେ ପଡ଼ିଥାଏ। କରଙ୍ଗାମାଲ ଗ୍ରାମପଞ୍ଚାୟତର କୃଷି ସୂଚନା କେନ୍ଦ୍ର ଉପରେ ପାଖା ପାଖି ସାତରୁ ଅଧିକା ଗାଁର ଲୋକେ ଭରସା କରନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁସାରେ ପ୍ରତ୍ୟେକ ଫସଲ ସମୟରେ ଗ୍ରାମ ଗ୍ରାମ ବୁଲି ଫସଲ ଦେଖିବା ସହ ବିଭିନ୍ନ ବିହନ ଚାରା ଯୋଗାଇବା ସହ ପଞ୍ଚାୟତ ଠାରୁ ଆରମ୍ଭ କରି ଗାଁ ମାନଙ୍କରେ ବୈଠକ କରି ଚାଷୀଙ୍କୁ ଅବଗତି କରାଇବା ନିୟମ ରହିଛି। କିନ୍ତୁ ଏସବୁ ନ କରି ଚାଷୀଙ୍କ ପାଇଁ ଆସୁଥିବା ସମସ୍ତ ପ୍ରକାର ଯୋଜନାକୁ ସମସ୍ତ ଅଧିକାରୀ ମାନେ ଚଢ଼ାଉ କରୁଥିବା ଅଭିଯୋଗ ହେଉଛି। ତେଣୁକରି ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ଉଚିତ ତଦନ୍ତ କରି ଚାଷୀ କେମିତି ମୌଳିକ ଅଧିକାର ରୁ ବଞ୍ଚିତ ନ ହେବ ସେଥି ପ୍ରତି ଧ୍ୟାନ ଦେବେ ବୋଲି ବୁଦ୍ଧି ଯିବି ମାନେ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.