ଜେଇ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ମୁକ ପାଲଟିଛନ୍ତି ବିଭାଗୀୟ ଅଧିକାରୀ

ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର ଯେ କୌଣସି କାମ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ଲଗାଯିବାର ବ୍ୟବସ୍ଥା କରିଛନ୍ତି !  ଏଥି ପାଇଁ ସ୍ୱତନ୍ତ୍ର ଭାବରେ ଅନୁଦାନର ମଧ୍ୟ ବ୍ୟବସ୍ଥା ରହିଛି !  ହେଲେ ଅନେକ ପ୍ରକଳ୍ପରେ ସୂଚନା ଫଳକ ନିର୍ମାଣ ନକରି ଫଳକ ନିର୍ମାଣର ବିଲ ଭାଉଚର କରିବାର ନଜରି ରହିଛି ! ଯାହାଦ୍ୱାରା କେଉଁ ଯୋଜନାରୁ ଟଙ୍କା ଆସିଛି, କେତେ ଟଙ୍କାରେ କିଏ କାମ କରିଛି ତାହା ଜାଣିବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକ ! ସୁକିନ୍ଦା ବ୍ଳକ ଅଧିନ କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ  ରାସ୍ତା କଡ଼ ରେ ଏକ କଂକ୍ରିଟ ଡ୍ରେନେଜ ସମ୍ପୂର୍ଣ୍ଣ ଭାବେ  ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଦେଖିବାକୁ ମିଳିଛି !  କାମ ସଂପୂର୍ଣ୍ଣ ହେବା ପରେ ବି ସୂଚନା ଫଳକ ରହିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ! ଏହି କାର୍ଯ୍ୟ ରେ ଏହି ଅନିୟମିତତା ପ୍ରଥମ ଥର ନୁହେଁ ବରଂ କାଳିଆପାଣି ଓ କଂସ ପଞ୍ଚାୟତ ରେ ବାରମ୍ବାର ଓ ପ୍ରତିଟି କାର୍ଯ୍ୟ ରେ ଏହି ପରି ଅନିୟମିତତା ଦେଖିବାକୁ ମିଳୁଛି ! ବାରମ୍ବାର ମଧ୍ୟ ଖବର ପ୍ରସାରଣ ହେଉଛି ହେଲେ ଆମ ବିଭାଗୀୟ ଅଧିକାରୀ ଙ୍କୁ କୌଣସି ବି ଫରକ ପଡୁ ନାହିଁ ! ଏହାର କାରଣ ଦେଖିବାକୁ ଗଲେ ଠିକାଦାର ଙ୍କ ର ଯେତିକି ଦୋଷ ସେତିକି ଦୋଷ ବିଭାଗୀୟ ଯନ୍ତ୍ରୀ ଙ୍କ ର ମଧ୍ୟ ରହୁଛି !  ଦୁର୍ଗମ ଅଞ୍ଚଳର  ବିକାଶ ନା ବିନାଶ କରିବାକୁ ବସିଛନ୍ତି ଯନ୍ତ୍ରୀ ତାହା ସ୍ପଷ୍ଟ ହେଉଛି ! କାର୍ଯ୍ୟ ର ମାନ କି କାର୍ଯ୍ୟ ର ଫଳକ ଲାଗିଛି କି ନାହିଁ ତାର ତଦାରଖ କରିବାକୁ ଅସୁନ ଥିବା ଅଭିଯୋଗ ହେଉଥିବା ବେଳେ ଏହାକୁ ନେଇ କିପରି ବିଲ ପାସ କରାଯାଉଛି ତାକୁ ନେଇ ଉଠୁଛି ପ୍ରଶ୍ନ  ? ? ? 

 ଏହି  ଅନିୟମିତତା ପାଇଁ ପ୍ରତ୍ୟେକ ରାସ୍ତା କର୍ଯ୍ୟ ରୁ ଦୁର୍ନୀତି ର ମଧ୍ୟ ବାସ ଆସୁଥିବା ଖବର ମିଳୁଛି    ! ତେବେ ଦୁର୍ଗମ ଅଞ୍ଚଳରେ ସରକାରୀ କାମ କିପରି ହେଉଥିବ ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ! ଏହି ବିଷୟରେ ସହକାରୀ ଯନ୍ତ୍ରୀ ବଗରାଇ ମାଝିଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା ହେଲେ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ !

 ଖଣି ଅଞ୍ଚଳ ରେ ଏହା ପ୍ରଥମ ଥର ନୁହେଁ ପ୍ରତି ଟି କାର୍ଯ୍ୟ ରେ ଏହି ଅବ୍ୟବସ୍ଥା ଦେଖିବାକୁ ମିଳୁଛି ! ଏହାର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଏହାକୁ ନେଇ ସିଧା ସଳଖ ଭାବେ ବିଭାଗୀୟ ଅଧିକାରୀ ଙ୍କ ଉପରକୁ ଆଙ୍ଗୁଳି ଉଠୁଛି  !

Leave A Reply

Your email address will not be published.