ଦୁଇ ଗୋଟି ନୂଆ ଖଣି ଖୋଲିବା ନିମନ୍ତେ ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ 

କୋଇଡା : ମେସର୍ସ ରୁଙ୍ଗଟା ମାଇନ୍ସ ଲିମିଟେଡ଼ ହେଇଥିବା  ଖଣି ନିଲାମ ପ୍ରକ୍ରିୟା ରେ ଭାଗ ନେଇ ହାତେଇଥିବା  ଦୁଇ ଗୋଟି ନୁତନ ଖଣି  ଯାହା ସୁନ୍ଦରଗଡ଼ ଜିଲ୍ଲା କୋଇଡା ତହସିଲ ଅନ୍ତର୍ଗତ ବଡ଼ଇନ୍ଦୁପୁର, ସଣୁଆ, ସର୍ଗିଗଡ଼ , ତେହେରେଇ ଗ୍ରାମରେ ଥିବା ୧୩୧.୫୮୦ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ଚାନ୍ଦିପୋଷି ଲୌହଖଣିଜ ବ୍ଲକର  ସମୁଦାୟ ଉତ୍ତୋଳନ  କ୍ଷମତା  ୧.୦୯୪୫ ଏମ.ଟି. ପି.ଏ(୧.୦  ଏମ.ଟି. ପି.ଏ + ୦.୦୯୪୫  ଏମ.ଟି. ପି.ଏ  ବର୍ଜ୍ୟ) ସହିତ ୨/୨୫୦ଟିପିଏ ମୋବାଇଲ୍  କ୍ରସିଙ୍ଗି ଏବଂ ୩/ ୩୫୦ ଟିପିଏ ମୋବାଇଲ ସ୍କ୍ରିନଙ୍ଗ  ପ୍ରକଳ୍ପ  ସ୍ଥାପନ ସହିତ  ବଡଇନ୍ଦପୁର ଓ ସାନଇନ୍ଦପୁର ଗ୍ରାମରେ ୬୪.୩୩୭ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ପୁରେଇବାହାଲ ଲୌହଖଣିଜ ବ୍ଲକର ସମୁଦାୟ ଉତ୍ତୋଳନ କ୍ଷମତା ୧.୦୬୪ ଏମଟିପିଏ ବିଶିଷ୍ଟ ଖଣି ଖୋଲିବା  ନିମନ୍ତେ ଆବଶ୍ୟକ ପଡ଼ୁଥିବା ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ  ସାନଇନ୍ଦୁପୁର  ଛକ ଖୋଲା ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣୀ ରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶିବ ଶଙ୍କର ଟପ୍ପୋ ଙ୍କ ଅଧ୍ୟକ୍ଷତାରେ  ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଞ୍ଚଳିକ ଅଧିକାରୀ ଇଂ ବିନୋଦ ବିହାରୀ ଦାସ, କୋଇଡା ତହସିଲଦାର ଡିଏସ୍ ସୁଭଦର୍ସୀ ଯୋଶୀ,ଆରକ୍ଷୀ ଅଧୀକ୍ଷକ ସେକ୍ ମୁଜିବୁର ରେହମାନ ପ୍ରମୁଖ ଯୋଗ ଦେଇଥିଲେ ।ପ୍ରଥମେ ରୁଙ୍ଗଟା ମାଇନ୍ସ  ଖଣିର  ଏଜିଏମ ଦିଲ୍ଲୀପ କୁମାର ପରିଡା ଖଣି ପ୍ରାରମ୍ଭ ହେଲେ ପାରିପାର୍ଶ୍ବିକ ଅଞ୍ଚଳରେ କି ପ୍ରଭାବ ପଡିବ ଓ ଏହାର କିପରି ପ୍ରତିକାର କରାଯିବ ଏ ସମ୍ପର୍କରେ ଜନ ସାଧାରଣ ମାନଙ୍କୁ ଅବଗତ କରାଇବା ପରେ ଜନ ସାଧାରଣ ମାନଙ୍କ ଠାରୁ ମତାମତ ଲୋଡ଼ା ଯାଇଥିଲା ।  ପାରିପାର୍ଶ୍ବିକ  ଗ୍ରାମର ପକ୍ଷରୁ ସମାଜସେବୀ ଆନନ୍ଦ ବାରିକ ,କୋଇଡା ବ୍ଲକ ଚେୟାରମ୍ୟାନ ସୁରେଶ ନାଏକ, ବଣାଇ ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ବିଜେଡି ସମ୍ପାଦକ ରବିନାରାୟଣ ମିଶ୍ର, କୋଇଡା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପରମେଶ୍ବର ନାଏକ, ସନ୍ତୋଷ ସାହୁ, ଶ୍ରମିକ ନେତା ପ୍ରଫୁଲ୍ଲ ସାମଲ ,  ସନ୍ତୋଷ ବାରିକ, ସୋନୁ ପଲେଇ,ରବିନ୍ଦ୍ର ପାତ୍ର, ବିଜେଡି ସଭାପତି କରୁଣାକର ପାତ୍ର, ମଦନ ଘଣା ,ମାଧବ ସେଠୀ ସମେତ ୪୫ରୁ ଉର୍ଦ୍ଧ ଜନସାଧାରଣ ମାନେ  ରୁଙ୍ଗଟା ମାଇନ୍ସ ଲିମିଟେଡ଼ ଦୁଇ ଗୋଟି ନୂଆ ଖଣି ଚାଲିବା ସପକ୍ଷ ରେ ମତାମତ ଦେଇଥିଲେ ।ଏହା ସହ ଖଣି ଚାଲିଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ଗ୍ରାମକୁ ପାନୀୟଜଳ,ବିଜୁଳି , ଆମ୍ବୁଲାନ୍ସ ଯୋଗାଣ, ରାସ୍ତା ଘାଟର ଉନ୍ନତି କରଣ,  ଖେଳ ପଡ଼ିଆର ଉନ୍ନତି କରଣ, ଅଧିକ ବୁକ୍ଷ ରୋପଣ ,ଗ୍ରାମରେ ଶିକ୍ଷକ ନିଯୁକ୍ତି   ଆଦିକୁ ଗ୍ରାମବାସୀ ମାନେ ଦାବି କରିଥିଲେ। ଖଣି ଚାଲିଲେ ପର୍ଯ୍ୟାୟାକ୍ରମ ରେ ସମସ୍ତ ଦାବିକୁ ପୂରଣ କରାଯିବ ବୋଲି ରୁଙ୍ଗଟା ମାଇନ୍ସ ପ୍ରାଇଭେଟ ଖଣିର ଯୁଗ୍ମ ସଭାପତି ଅନତ ଶଙ୍କର ମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ । ରୁଙ୍ଗୁଟା ସନ୍ସ ପକ୍ଷରୁ ନିର୍ଦ୍ଦେଶକ ହୀରକ ମଜୁନଦାର , ଭିପି ରାମୁ ଅଗ୍ରୱାଲ,ଲୋଜିଷ୍ଟିକ ଏଭିପି ରାମପାଲ ଚୌଧୁରୀ ,ବରିଷ୍ଠ ଅଧିକାରୀ ଲଲିତ ନାରାୟଣ ରାଉତ , ଆନନ୍ଦ ଶୁକ୍ଲା ,ବରିଷ୍ଠ ପ୍ରବନ୍ଧକ ବିଶ୍ୱ ରଞ୍ଜନ ମିଶ୍ର  ପ୍ରମୁଖ ଯୋଗ ଦେଇଥିଲେ ।ସୁରକ୍ଷା ନିମନ୍ତେ ବଣାଇଁ ଉପଖଣ୍ଡ ପୋଲିସ୍ ଅଧିକାରୀ ସୌରଭ ଓଟ୍ଟା ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.