ରାସ୍ତାରେ ବସିଲେ କ୍ଷତିଗ୍ରସ୍ତ ଚାଷୀ

ବାସୁଦେବପୁର, ବାରମ୍ବାର ହାରିଗୁହାରୀ ଏବଂ ଗୋଟିଏ ସରକାରୀ କାର୍ଯ୍ୟାଳୟରୁ ଆଉ ଗୋଟିଏ କାର୍ଯ୍ୟାଳୟ ,ଏପରି ବର୍ଷାଧିକ କାଳ ଦୌଡ଼ି ଦୌଡ଼ି ଶେଷରେ ଚାଷୀମାନେ ଆପଣାଇଛି ବିକଳ୍ପ ପନ୍ଥା । ତୁହାକୁ ତୁହା ମେଘରେ ଭିଜି ନିଜ ନିଜର କ୍ଷତିଗ୍ରସ୍ତ ଧାନଗଛକୁ ଧରି ରାଜରାସ୍ତାରେ ବସିଛନ୍ତି ।

ଏପରି ଅଭାବନୀୟ ପରିସ୍ଥିତି ଦେଖିବାପାଇଁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନରସିଂହପୁରରେ । 

ଚାଷ ଜମିରୁ ଜଳ ନିଷ୍କାସନ ନହେବାରୁ  ଧାମରା -ଯାମୁଝାଡି ରାସ୍ତାର ନରସିଂହପୁର ଠାରେ କ୍ଷତି ହୋଇଥିବା ଧାନ ଗଛକୁ ଧରି ରାସ୍ତାରେ ଦୀର୍ଘ ସମୟ ଧରି ବସି ରହିଥିଲେ । ଫଳରେ ଧାମରା -ଯାମୁଝାଡି ରାସ୍ତା ର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଥିଲା । ଖବର ପାଇ ବାସୁଦେବପୁର ତହସିଲଦାର ଓ ଥାନାଧିକାରିଣୀ ପୋଲିସ ବାହିନୀ ସହିତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଚାଷୀ ଓ ସ୍ଥାନୀୟ ଲୋକମାନଙ୍କୁ ବୁଝାଇ ରାସ୍ତା ଅବରୋଧ ହଟାଇଥିଲେ । 

 ଚଳିତ ବର୍ଷ ସ୍ବଳ୍ପ ବର୍ଷା କାରଣରୁ ଚାଷ କାମ ଆଗେଇ ପାରିନଥିବା ବେଳେ, ଗତକାଲି ଲଘୁଚାପ ଜନିତ ବର୍ଷା ହେବା ପରେ ଚାଷ ଜମିରୁ ଜଳ ନିଷ୍କାସନ ନହେଇପାରିବାରୁ ରୁଆ ଧାନ ଓ ତଳି ନଷ୍ଟ ହୋଇ ଯାଇଛି । ଫଳରେ ଚାଷୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । 

ଧାମରା -ଯାମୁଝାଡି ରାସ୍ତାର ପ୍ରଶସ୍ଥିକରଣ ଫଳରେ ଉପୁଜିଥିବା ଏପରି କୃତ୍ରିମ ଜଳବନ୍ଦୀ ଅବସ୍ଥା ସଂମ୍ପକରେ ବିଗତ ବର୍ଷ ମାନଙ୍କରେ କ୍ଷତିଗ୍ରସ୍ତ ଚାଷୀମାନେ ପ୍ରଶାସନ ଓ ସରକାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ବାରମ୍ବାର ଏପରି ପରିସ୍ଥିତି ଉପୁଜୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ ଆଣିଛନ୍ତି । ପ୍ରଶାସନର ଏପରି ଖାମଖିଆଲି ନୀତି ଯୋଗୁ ଚାଷୀ ମାନେ ଏପରି ପରିସ୍ଥିତିରେ ପଡୁଥିବା ପ୍ରକାଶ କରିଛନ୍ତି l

Leave A Reply

Your email address will not be published.