ବାରିପଦା- ବାରିପଦା ସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରେ ଦିବ୍ୟାଙ୍ଗକୁ ମାଡ ମରା ଓ ପାଦ ଚଟାଇବା ଭିଡିଓ ଭାଇରାଲ ହେବା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ସଂସ୍କାର ମାଲିକ ଅବନୀ ପତିକୁ ଟାଉନ ଥାନା ପୋଲିସ ଗିରଫ କରିଥିବା ବେଳେ ଅବନୀଙ୍କ ସହଯୋଗୀ ପିତବାସ୍ ରାଉଳକୁ ଗିରଫ କରିଛି କରଞ୍ଜିଆ ପୋଲିସ । ଏ ନେଇ ବାରିପଦା ସଦର SDPO କେ କେ ହରିପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଗତ ୨୦୨୧ ମସିହା ଜୁଲାଇ ମାସରେ ଏହି ଭିଡିଓ ଟି ଉଠାଯାଇଥିବା କହିଛି ପୋଲିସ । ଭିଡିଓରେ ସଂସ୍ଥା ର ମୁଖ୍ୟ ଅବନୀ ପତି ଏକ ପାଇପ୍ ଦ୍ଵାରା ଦିବ୍ୟାଙ୍ଗକୁ ମାଡ ମାରୁଥିବା ବେଳେ ତାଙ୍କର ସହଯୋଗୀ ପିତବାସ୍ ପାଦରୁ ଜୋତା କାଢି ଦିବ୍ୟାଙ୍ଗ ଜଣକୁ ପାଦ ଚାଟିବାକୁ କହୁଥିବା ସ୍ପଷ୍ଟ ଦେଖାଯାଉଛି । ଖାଲି ସେତିକି ନୁହେଁ ଅବନୀ ଅନ୍ତେବାସୀଙ୍କୁ ଜୋର ଜୋବରଦୋସ୍ତ ପାଦ
ଚଠାଉଛନ୍ତି । ପୂର୍ବରୁ ମଧ୍ୟ ଏହି ସଂସ୍ଥା ନାମରେ ବହୁବାର ଅଭିଯୋଗ ହୋଇ ଆସିଛି । ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦେଉଥିବା ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଛି । ଏପରିକି ଜଣେ ଅନ୍ତେବାସୀଙ୍କୁ ମାଡ ମାରି ହତ୍ୟା କରିଥିବାର ଅଭିଯୋଗ ମଧ୍ୟ ରହିଛି ଏହି ସଂସ୍ଥାର ମାଲିକଙ୍କ ନାମରେ। ଖାଲି ଏତିକି ନୁହଁ ନିଶା ନିବାରଣ
କେନ୍ଦ୍ରର ମାଲିକ ନିଜେ ଡ୍ରଗ୍ସ ନେଉଥିବା ବେଳେ ପୋଲିସ ଦ୍ବାରା ଗିରଫ ହୋଇ ଜେଲ୍ ଯାଇଥିଲେ। ଏଭଳି ସଂସ୍ଥା କୁ ପ୍ରଶାସନ କିଭଳି ଭାବେ ଅନୁମତି ଦେଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ତେବେ ପୋଲିସ ଜିଲ୍ଲା ପ୍ରଶାସନକୁ ମଧ୍ୟ ଏ ବାବଦରେ ଅବଗତ କରାଇ କେନ୍ଦ୍ର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସଦର ଏସ୍ଡିପିଓ।ବାରିପଦା ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତକୁ ଗିରଫ କରି ଦଫା ୩୪୧, ୩୨୩,୩୨୪, ୩୦୭ ଏବଂ ୩୪ ଆଇପିସି ବଳରେ କୋର୍ଟ ଚାଲାଣ କରିଛି ବାରିପଦା ଟାଉନ ଥାନା ପୋଲିସ।
Next Post