ପାଟକୁରା- ସଂଜୀବନୀ ସାଜିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ. ନୂଆ ଜୀବନ ପାଇଲେ ଗରଦପୁର କଳାବୁଦା ଗ୍ରାମ ର ଜୋସ୍ନାରାଣୀ ସାହୁ. ବିରଳ ରୋଗ ଦାଉ ସାଧିଥିଲା ମହିଳା ଙ୍କ ଉପରେ. ରୋଗ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ.. ହେଲେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ କାର୍ଡ ଯୋଗେଁ ମାଗଣା ଚିକିତ୍ସା ହୋଇ ସୁସ୍ଥ ହୋଇଛନ୍ତି ସେ.
ଗରଦପୁର ବ୍ଲକ କଳାବୁଦା ଗ୍ରାମ ଜୋସ୍ନାରାଣୀ ସାହୁ ଙ୍କ ସ୍ୱାମୀ ଦିଲୀପ କୁମାର ସାହୁ ଜଣେ ଦିନ ମଜୁରିଆ.. ମୂଳ ମଜୁରୀ କରି ପରିବାର ଚଳାନ୍ତି.
ବୋଝ ଉପରେ ନଳିତା ବିଡା ପରି ପରିବାର କୁ ମାଡି ଆସିଲା ବିପଦ. ସ୍ତ୍ରୀ ଜୋସ୍ନାରାଣୀ ବିରଳ ପେଟ ରୋଗ ରେ ଆକ୍ରାନ୍ତ ହୋଇଥିଲେ . ଫଳରେ ପରିସ୍ରାଗର infection ହୋଇଥିଲା.ଫଳରେ ମହିଳା ସ୍ତ୍ରୀ ରୋଗ ରେ ଆକ୍ରାନ୍ତ ହୋଇଥିଲେ.
ଏଭଳି ବିରଳ ରୋଗ ର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବା ବେଳେ ପରିବାର ର ଆର୍ଥିକ ଦୁରାବସ୍ଥା ଚିକିତ୍ସା ରେ ବାଧକ ସାଜିଥିଲା. ପରିବାର ଚିନ୍ତା କରିବେ ନା ନିଜ ରୋଗ ଚିକିତ୍ସା କରିବେ ଏହି ଦ୍ୱନ୍ଦ୍ୱ ରେ ଥିଲେ ଜୋସ୍ନାରାଣୀ ଓ ତାଙ୍କ ସ୍ୱାମୀ..କିନ୍ତୁ ସରକାର ଙ୍କ ପ୍ରଦତ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଜୋସ୍ନା ରାଣୀ ଙ୍କ ଚିକତ୍ସା ରେ ସହାୟକ ହୋଇଥିଲା.ଏହି କାର୍ଡ ଦ୍ଵାରା ମହିଳା ମାନଙ୍କୁ ବାର୍ଷିକ ଦଶ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଥିବା ବେଳେ ତାହା ଜୋସ୍ନାରାଣୀ ସାହୁ ଙ୍କ ଚିକିତ୍ସା ପାଇଁ ଉପଯୋଗୀ ହୋଇଥିଲା.
. ମହିଳା ଜଣକ ରୋଗଗ୍ରସ୍ତ ଥିବା କଥା କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳ ର ସମ୍ପାଦକ ରାକେଶ ସେଠି ଖବର ପାଇଥିଲେ. ସେ ” ଓଡିଶା ମୋ ପରିବାର” ର କେନ୍ଦ୍ରାପଡ଼ା ସଂଯୋଜକ ରଶ୍ମି ରଞ୍ଜନ ପ୍ରଧାନ ଙ୍କ ସହାୟତା ରେ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲ କୁ ନେଇଥିଲେ.ଜୋସ୍ନା ରାଣୀ ଙ୍କ ର ସେଠାରେ ସମ୍ପୂର୍ଣ ମାଗଣା ରେ ନିର୍ଭୁଲ ଭାବେ ଚିକିତ୍ସା ହୋଇଥିଲା. ଓ ଚିକିତ୍ସା ର ସମସ୍ତ ଖର୍ଚ୍ଚ ବହନ କରିଥିଲେ ରାଜ୍ୟ ସରକାର. Bsky କାର୍ଡ ଦ୍ୱାରା ମହିଳା ଜଣକ ରୋଗ ମୁକ୍ତ ହୋଇ ପାଇଲେ ନୂଆ ଜୀବନ.କୌଣସି ବି ଅର୍ଥ ଖର୍ଚ୍ଚ ହୋଇନଥିଲା ଜୋସ୍ନା ରାଣୀ ଙ୍କ ର. ସମ୍ପୂର୍ଣ ମାଗଣା ଚିକିତ୍ସା ହୋଇଥିଲା.ସରକାର ସବୁ ଚିକିତ୍ସା ନିମିତ୍ତ ସବୁ ଅର୍ଥ ବହନ କଲେ.
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଏହିଁ ଯୁଗାନ୍ତକାରି BSKY କାର୍ଡ ଦ୍ୱାରା ଉପକୃତ ହେବାପରେ ମୁଖ୍ୟ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପରିବାର ସଦସ୍ୟ..
ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଚିନ୍ତା ଧାରା ରୁ ଉତ୍ପତି ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ସ୍ୱାସ୍ଥ୍ୟ କ୍ଷେତ୍ର ରେ ଗରିବ ଙ୍କ ପାଇଁ ସଂଜୀବନି ସଦୃଶ ଉପହାର. କାର୍ଡ ମାଧ୍ୟମ ରେ ଜୋସ୍ନା ରାଣୀ ଙ୍କ ଭଳି ଅନେକ ଗରିବ ରୋଗୀ ମାଗଣା ଚିକିତ୍ସା ଦ୍ୱାରା ଉପକୃତ ହେଉଥିବା ଦେଖିବାକୁ ମିଳୁଛି