ଲଗାଣ ବର୍ଷାରେ ରାଣିପଦର ଗାଁରେ ଝର ବାହାରି  ଦୟନୀୟ ଅବସ୍ଥା, ଜୀବନ ବଞ୍ଚିଛି ଘର ଦାଣ୍ଡରେ, ସରକାରୀ ସହାୟତା ଦାବୀ

ରାୟଗଡ-(ଧନେଶ୍ବର ରାଉତ)-ଲଗାଣ ବର୍ଷାରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଞ୍ଚାୟତ ର ରାଣୀପଦର ଗାଁରେ ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି।  ସୋମବାର ଦିନ ଲଗାଣ ବର୍ଷା ହୋଇଥିବା ବେଳେ ବର୍ଷା ପାଣି ସହିତ ଘର ବାରିପଟେ ଏକ ଝର ବାହାରି ଲୋକଙ୍କ ଘର ଭିତରକୁ ପଶି ଯାଇଛି ଏବଂ ଘର କାନ୍ଥ ଗୁଡ଼ିକ ଓଦା ହୋଇ ଯାଇଛି କେତେବେଳେ ଏହା ପଡ଼ିଗଲେ ପ୍ରାଣ ଚାଲିଯିବା ଭୟରେ  ଲୋକ ନିଜ ଘର ଛାଡ଼ି ଗାଁ ରେ ଥିବା ଗୋଟିଏ ଛାତ ଘରେ ଆଶ୍ରୟ ନେଉଛନ୍ତି ରୋଷେଇ ବାସ ଘରେ ନ କରି ପାରି ଘର ବାହାରେ କରିବାକୁ ବାଧ୍ୟ ହୋଇଯାଇଛନ୍ତି। ଏପଟେ ଗାଁ ଠାରୁ ଅନ୍ୟତ୍ର ଯିବାକୁ ହେଲେ ଏକ ନାଳ ଅତିକ୍ରମ କରି ଯିବାକୁ ପଡୁଛି ତାହାବି ବର୍ଷା ଦିନରେ ଆଉ କୌଣସି ରାସ୍ତା ନ ଥିବାରୁ ଲୋକ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ୩୦ ଟି ପରିବାର ରହିଥିବା ଏହି ଗାଁର ୧୬ ଟି ଘର ଏବେ ପୁରା ଓଦା କାନ୍ଥରେ ରହିଛି ମାଟି କାନ୍ଥ ହୋଇଥିବାରୁ ଏହି ଘରେ ଲୋକ ନ ରହି ଅନ୍ୟତ୍ର ରହୁଛନ୍ତି। ଏନେଇ ଗ୍ରାମର ରାଧେ କାଡ୍ରାକା , ଲାଚ୍ମି ପ୍ରାସ୍କା , ଜମି କଞ୍ଜକା, ରାମି କଞ୍ଜାକା, ରୁପାଇ କାଡ୍ରାକା, ପଲେ କାଡ୍ରାକା , କାମି କାଡ୍ରାକା, କୁଣୁଜି ନାଚିକା, ତାରେ କାଡ୍ରାକା, ମାଜିବାଣୀ କାଡ୍ରାକା, ସୁନ କାଡ୍ରାକା, ମାଲେ କାଡ୍ରାକା, ନିମାଇ କାଡ୍ରାକା ସରକାର ପାଖରେ ସରକାରୀ ଗୃହ ଯୋଗାଇ ଦେବାକୁ ଗୁହାରୀ କରିଛନ୍ତି। ଏନେଇ ବିଡ଼ିଓ ତାପସ ଭୋଇଙ୍କ ସହ ଯୋଗାଯୋଗ କରାଯାଇଥିଲା କିନ୍ତୁ ତାହା ସମ୍ଭବ ହେଇ ପାରିନଥିଲା।

Leave A Reply

Your email address will not be published.