ଭାରଉତ୍ତୋଳନରେ ରାଜ୍ୟସ୍ତରରେ ୨ୟ ସ୍ଥାନ ରଖିଲେ ବିଶ୍ୱରଞ୍ଜନ ବାଗ

ଗ୍ରାମାଞ୍ଚଳର ଯୁବକ କମାଲ ଦେଖାଇଲେ ରାଜଧାନୀରେ । 

କଣ୍ଟାବାଞ୍ଜି – ରାଜ୍ୟ ସ୍ତରୀୟ ଭାର ଉତୋଳନ ଚମ୍ପିୟାନସିପ ପ୍ରତି ଯୋଗିତା ଗତ ତା ୧୯ ରୂ ୨୧ ସଙ୍ଘ ଦ୍ୱାରା ଅନୁଷ୍ଠିତ ହୋଇ ଯାଇଛି । 

ଏହି ପ୍ରତିଯୋଗିତାରେ ଓଡିଶାର  ପ୍ରତି ଜିଲ୍ଲା ରୁ ବହୁ ପ୍ରତିଯୋଗି ଭାଗ ନେଇଥିଲେ l ବଲାଙ୍ଗୀର ଜିଲ୍ଲା ୧୩ ଗୋଟି ସ୍ବର୍ଣ୍ଣ  ୭ ଗୋଟି ରୌପ୍ୟ ଓ ୬ ଗୋଟି କାସ୍ୟ ପଦକ ହାସଲ କରିଛି l ଏହି ପ୍ରତିଯୋଗିତା ରେ ୯୦ କିଲୋ ବର୍ଗରେ ଲେବଡ଼ା ମହାବୀର ଜିମ୍ନାଜୀୟମ ରୁ ପ୍ରତିଯୋଗି ମାନେ ଅଂଶ ଗ୍ରହଣ କରିଥିବା ବେଳେ  ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ମଲକାସଡା ଗ୍ରାମ ରୁ  ଶ୍ରୀ ବିଶ୍ୱରଞ୍ଜନ ବାଗ🥈ରୌପ୍ୟ ପଦକ ହାସଲ କରି ୨ୟ ସ୍ଥାନ ରଖିଛନ୍ତି ।  ଏଥି ସହ ଆସନ୍ତା ସେପ୍ଟେମ୍ବର ୨୨ତାରିଖରେ ଶ୍ରୀ ବାଗ ଜାତୀୟ  ସ୍ତର ରେ ହେବାକୁ ଯାଉଥିବା ନ୍ୟାସନାଲ ସ୍ପୋର୍ଟସ ଫେଡରେସନ ତରଫରୁ ଭାର ଉତ୍ତୋଳନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ ପାଇଁ ଚୟନ ହୋଇଛନ୍ତି । ଏହାକୁ ନେଇଁ ଗାଁ ର ଯୁବକ ଗୁଡ଼ିକ ମଧ୍ୟରେ ଉତ୍ସାହ ଖେଳିଯାଇଛି, ଶ୍ରୀ ବାଗ ନିଜ ଗ୍ରାମ କୁ ପହଞ୍ଚିଲା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରିଥିବା ଦେଖିବାକୁ ମିଳିଛି। ଏପରି କି ସହରାଞ୍ଚଳ ରେ ଅତ୍ୟାଧୁନିକ ଜିମ୍ନାଜୀୟମ ଗୁଡ଼ିକ ଥିବା ସ୍ଵତେ ଗ୍ରାମାଞ୍ଚଳ ରୁ ଅଂଶ ଗ୍ରହଣ କରି ପ୍ରତିଯୋଗିତା ଲାଭ କରିବା ଅନେକ ଯୁବକ ଙ୍କ ପ୍ରେରଣା ସ୍ରୋତ ପାଲଟିଛନ୍ତି ଶ୍ରୀ ବିଶ୍ଵ ରଞ୍ଜନ ବାଗ । 

ଆମ ପ୍ରତିନିଧି ଙ୍କ ସାକ୍ଷାତକାର ରେ ଶ୍ରୀ ବାଗ ଆଗକୁ ଆହୁରି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଗୁଡିକରେ ଅଂଶ ଗ୍ରହଣ କରି ଦେଶ ବିଦେଶରେ ରାଜ୍ୟ ପାଇଁ ସୁନାମ ଆଣିବା କୁ ଇଚ୍ଛା ପ୍ରକାଶ କରିବା ସହ   ନିଜ ଅଞ୍ଚଳ ର ଯୁବ ପିଢ଼ି କୁ ସୁସ୍ଥ ସବଳ ସମାଜ ଗଠନ ପାଇଁ ଆହ୍ବାନ କରିଛନ୍ତି ।

Leave A Reply

Your email address will not be published.