ସୁବର୍ଣ୍ଣପୁର – ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବିରେ ଆଜି ସାରା ପଶ୍ଚିମ ଓଡିଶା ମହାବନ୍ଦ ହୋଇଛି । କୋଶଲ ସେନା ଓ କୋଶଲ ମୁକ୍ତି ମୋର୍ଚ୍ଚା ଏହି ବନ୍ଦ ଡାକରା ଦେଇଥିବାବେଳେ ଏହାର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲା ର ୬ ଗଟି ବ୍ଲକରେ ଦେଖିବାକୁ ମିଳିଛି ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଦିନକୁ ଦିନ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି । ଆଜି ଦୋକାନ ବଜାର, ଗାଡି ମୋଟର ଚଳାଚଳ ସମ୍ପୁର୍ଣ୍ଣଭାବେ ବନ୍ଦ ରହିଛି । ଲୋକ ସ୍ବତଃ ପ୍ରବୃତ ଭାବେ ଏହି ମହାବନ୍ଦକୁ ସମର୍ଥନ କରିଛନ୍ତି । ବିଭିନ୍ନ ଛକମାନଙ୍କରେ ଆନ୍ଦୋଳନକାରୀମାନେ ପିକେଟିଂ କରିଛନ୍ତି । ତା ସହ ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟ ବନ୍ଦ ରହିଛି । ଯାନ ବାହନ ଚଳାଚଳ ବନ୍ଦ ଯୋଗୁଁ ରାସ୍ତା ଘାଟରେ ଶତାଧିକ ଗାଡି ମୋଟର ଅଟକି ରହିଛି । ବନ୍ଦ ଶାନ୍ତି ପୁର୍ଣ୍ଣଭାବେ ଚାଲିଥିବାବେଳେ ସରକାର ଯଦି ଆଗାମି ଦିନରେ ପଦକ୍ଷେପ ନ ନିଅନ୍ତି ତାହେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନି ଦେଇଛନ୍ତି ଆନ୍ଦୋଳନକାରୀମାନେ ।