ଅର୍ଣ୍ଣପୂର୍ଣ୍ଣା ଲଜରୁ ଜୁଆଡି ଧରିବା ମାମଲା….

ଦିନ ୧୧ ଟା ବେଲେ ସାମ୍ବାଦିକ ସମ୍ମିଳନୀରେ ଭିନ୍ନ କଥା କହୁଛନ୍ତି ଏସଡିପିଓ 

କଣ୍ଟାବାଞ୍ଜି- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଗୋଟିଏ ପ୍ରତିଷ୍ଟିତ ଲଜ ଅର୍ଣ୍ଣପୂର୍ଣ୍ଣାକୁ ଗୁରୁବାର ବିଳମ୍ବିତ ରାତିରେ ପୁଲିସ ଚଢ଼ାଉ କରି ଆନ୍ଧ୍ରପ୍ରଦେଶର ଅଞ୍ଚଳର ୭ ଜଣ ଜୁଆଡିଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ଏବଂ ୫୮ ଲକ୍ଷ୍ୟ ୫୨ ହଜାର ୨୫୦ ଟଙ୍କା ଯବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଏସଡିପିଓ ଡଃ ହୃଷୀକେଶ ମେହେର, ଶୁକ୍ରବାର ଦିନ ୧୧ ଟା ବେଳେ ସାମ୍ବାଦିକ ସମ୍ମିଳନୀ ଡ଼କାଇ ସମ୍ପୂର୍ଣ୍ଣ ଭାବେ ସୂଚନା ନ ଦେଇ ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ ଭଙ୍ଗ କରି ଦେଇଥିଲେ, ସାମ୍ବାଦିକ ମାନେ ଯେଉଁ ଭଳି ପ୍ରଶ୍ନ କରୁଥିଲେ ତାରି ଉତ୍ତର ଦେବା ମୁସ୍କିଲ ହୋଇପଡ଼ିଥିଲା ଏସଡିପିଓ ଡଃ ହୃଷୀକେଶ ମେହେର ଆଜ୍ଞାଙ୍କୁ, ଫଳରେ ବାଧ୍ୟହୋଇ ସାମ୍ବାଦିକ ସମ୍ମିଳନୀ ଅଧାରେ ଭଙ୍ଗ କରିବାକୁ ପଡିଥିଲା, ସାମ୍ବାଦିକ ମାନଙ୍କ ପ୍ରଶ୍ନ ଏତେ କଡ଼ା ରହିଥିଲା ଯେ କୋର୍ଟ ଚାଲାଣ କରିବା ମଧ୍ଯ ରୋକି ଦେଇ ରାତି ଅଧରେ ଥାନାରୁ ଜାମିନ ଦେଇ ଦିଆଯାଇଥିଲା, ସମ୍ପୃକ୍ତ ଜୁଆଡି ମାନଙ୍କୁ କିଏ ଜମିନରେ ନେଇଛନ୍ତି ବୋଲି  ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି, କଣ ଅଣ ଓଡ଼ିଆ ଜୁଆଡି ମାନଙ୍କ ପରିବାର ଲୋକେ ତ କଣ୍ଟାବାଞ୍ଜିରେ ରହୁ ନାହାନ୍ତି..? ଯାହା ଫଳରେ ସେମାନେ ଜାମିନ ପାଇବାକୁ ସକ୍ଷମ ହୋଇଛନ୍ତି, ଯଦି ଅଣ ଓଡ଼ିଆ ଜୁଆଡି ମାନଙ୍କ ପରିବାର ଲୋକେ ଏଠି ରହନ୍ତି ତେବେ ସେମାନେ କାହିଁକି ଲଜରେ ରହିଥିଲେ..?  ଯଦି ଏମାନେ ଜୁଆଡି ଓ ଏତେ ବଡ଼ ଧାରଣର ଅର୍ଥ ଯବତ ହେବା ପରେ ପୁଲିସ କାହିଁକି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଲା ନାହିଁ, ସ୍ଥାନୀୟ ସଟ୍ଟା ଖେଳାଳିଙ୍କ ଠାରୁ ୧୦ ହାଜର ଯବତ କରାଗଲେ ସପ୍ତାହେ ପର୍ଯ୍ୟନ୍ତ ଜାମିନ ମିଳି ନ ଥାଏ, ତେବେ ୫୮ ଲକ୍ଷ ଟଙ୍କା ଯବତ ପରେ ଥାନାରୁ କିଭଳି ଭାବେ ଜାମିନ ମିଳି ଯାଇଛି ତାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚାର ପରିସରରେ ଆସିଛି ମାମଲା, ଅନ୍ୟ ପକ୍ଷରେ ସମ୍ପୃକ୍ତ ଅଣ ଓଡ଼ିଆ ବ୍ୟକ୍ତି ମାନେ ପ୍ରତି ବର୍ଷ ଆସି କଣ୍ଟାବାଞ୍ଜି ସ୍ଥିତ ଯେ କୌଣସି ଲଜରେ ଆଶ୍ରୟ ନେଇ ତାଙ୍କ ଦଲାଲ ମାନଙ୍କ ସାହାର୍ଯ୍ୟରେ ଦାଦନ ଶ୍ରମିକ ମାନଙ୍କୁ ବଇନା ଦେଇଥାନ୍ତି, ବିଶେଷ ସୂତ୍ରରୁ ପ୍ରକାଶ ଯେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନିକଟରେ ଦାଦନ ଶ୍ରମିକ ଚାଲାଣ କରୁଥିବା ପ୍ରମାଣ ପତ୍ର ମଧ୍ୟ ରଖିଥିବା କିଭଳି ଭାବେ ଜୁଆଡି ମାନଙ୍କ ପରିଚୟ ଦେଇଛି କଣ୍ଟାବାଞ୍ଜି ପୁଲିସ..? ଶୁକ୍ରବାର ରାତି ପ୍ରାୟ ସାଢେ ୧୨ ଟା ବେଳେ ଅଞ୍ଚଳର ପ୍ରଭାବଶାଳୀ ଦାଦନ ଶ୍ରମିକ ଦଲାଲ ମାନେ ଜିମାନତରେ ନେଇଥିବା ବେଳେ ସମ୍ପୃକ୍ତ ଅଣ ଓଡ଼ିଆ ମାନେ ଇଟା ଭାଟି ମାଲିକ ମାନେ ବୋଲି ପ୍ରମାଣିତ ହୋଇଛି, ତେବେ ଯେଉଁ ଲଜରେ ଜୁଆ ଆଡ୍ଡା ଚାଲିଛି ତାରି ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇ ନାହିଁ..? ତେଣୁକରି ଶ୍ରୀ ଏସଡିପିଓ ଡାଃ ହୃଷୀକେଶ ମେହେର ସନ୍ଦେହ ଘେରରେ ରହିଛନ୍ତି, ଆଜି ତାଙ୍କ ପ୍ରତିକ୍ରିୟା ନିମନ୍ତେ ତାଙ୍କ କାର୍ଯ୍ୟାଳୟକୁ ଆମ ପ୍ରତିନିଧି ଯାଇଥିଲେ କିନ୍ତୁ ସେ ଉପସ୍ଥିତ ନଥିବାରୁ ତାଙ୍କ ପ୍ରତିକ୍ରିୟା ପ୍ରକାଶ ସମ୍ଭବ ହେଲା ନାହିଁ, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କାହିଁକି ମିଛ କହିଲେ କୋର୍ଟ ଚାଲାଣ କରାଯିବ ବୋଲି..?

Leave A Reply

Your email address will not be published.