ଖୋର୍ଦ୍ଧା ଘରୋଇ ମେଡ଼ିକାଲରେ ଚାଲିଛି ଜୀବନ ସହ ଖେଳ

ଖୋର୍ଦ୍ଧା-    ଜଟଣୀ ବ୍ଲକ ତିରିମଲ୍ ଗ୍ରାମର ରଞ୍ଜିତ ପ୍ରଧାନ ତାଙ୍କ ସ୍ତ୍ରୀ ଡୋନା ପ୍ରଧାନଙ୍କୁ ପ୍ରସୂତି ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସେଠାରେ କାର୍ଯ୍ୟରତ  ସ୍ତ୍ରୀ ଓ ପ୍ରସୂତି ବିଭାଗ ଡକ୍ଟର ୟୁ,ଏସ,ଦଲାଲ ଅଲଟ୍ରାସାଉଣ୍ଡ କରିବାପାଇଁ ନନ୍ଦିଘୋଷ ଘରୋଇ ମେଡ଼ିକାଲକୁ ପଠାଇଥିଲେ ।ଅଲଟ୍ରାସାଉଣ୍ଡ ଦେଖିଲାପରେ ଡକ୍ଟର ଦଲାଲ ଶିଶୁଟି ମା ପେଟ ଭିତରେ ମରିଯାଇଛି ବୋଲି କହିଥିଲେ ।ଏହାପରେ ମୃତ ଶିଶୁକୁ ନିଷ୍କାସନ କରିବା ପାଇଁ ମେଡିସିନ ଓ ଇଞ୍ଜେନ୍ଶନ ମଧ୍ୟ ଦେଇଥିଲେ ଓ ଦୁଇ ତିନି ଦିନ ପରେ ଏହା ନିଷ୍କାସନ ହେଇଯିବ ବୋଲି ଡକ୍ଟର ସୂଚନା ଦେଇଥିଲେ ।ଏହାପରେ ପ୍ରସୂତି ବେଦନା ଅତ୍ୟଧିକ ହେବାରୁ ରଞ୍ଜିତ ତାଙ୍କ ସ୍ତ୍ରୀ କୁ ନେଇ ଏମ୍ସ ମେଡିକାଲ କୁ ଯାଇଥିଲେ ସେଠାରେ ଡକ୍ଟର ଅଲଟ୍ରାସାଉଣ୍ଡ କରିବାପରେ ଶିଶୁଟି ସୁସ୍ଥ ଓ ଜୀବିତ ଥିବା ସୂଚନା ଦେଇଥିଲେ ।ଏହାପରେ ଅସ୍ତ୍ରପ୍ରଚାର ଦ୍ଵାରା ସୁସ୍ଥ ଶିଶୁକନ୍ୟା ଟି ଜନ୍ମଲାଭ କରିଥିଲା ।ଖୋର୍ଦ୍ଧାରେ ଦିଆଯାଇଥିବା ମେଡିସିନ ଦ୍ଵାରା ଶିଶୁ ଓ ମା ଉଭୟଙ୍କ ଜୀବନ ଚାଲିଯାଇ ଥାଆନ୍ତା ବୋଲି ଏମ୍ସ ଡକ୍ଟର କହିଥିଲେ ।ଏହାପରେ ରଞ୍ଜିତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିବା ସହ ନନ୍ଦିଘୋଷ ମେଡ଼ିକାଲକୁ ଏବିଷୟରେ ପଚାରିବାକୁ ଯାଇଥିଲେ ସେଠାରେ ତାଙ୍କୁ କୌଣସି ଉତ୍ତର ମିଳିନଥିଲା ଓଲଟା ଧମକ ଚମକ ଦିଆଯାଇଥିଲା ।ଲୋକମାନେ ଡକ୍ଟରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି ମାନୁଛନ୍ତି ରକ୍ଷକ ଯଦି ଭକ୍ଷକ ହେବ ତାହେଲେ ଏଠି ମା ଓ ଶିଶୁ କେତେ ସୁରକ୍ଷିତ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏଭଳି ଡକ୍ଟର ଓ କ୍ଲିନିକ୍ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ତରଫରୁ ଦାବି କରାଯାଇଛି ।ଆଜି ଗୋଟିଏ ଭୁଲ ତଥ୍ୟ ପାଇଁ ଉଭୟ ମା ଓ ଶିଶୁର ଜୀବନ ଚାଲିଯାଇଥାଆନ୍ତା ।

Leave A Reply

Your email address will not be published.