ଅପହରଣ କରି ଏନଏସି କାର୍ଯ୍ୟାଳୟରେ  ଲୁଚାଇବା ଘଟଣା 

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କଡା କଥା ରଖିଛି କଣ୍ଟାବାଞ୍ଜି ବିଜେଡ଼ି 

କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା ଲାଠୋରର ଜଣେ ଲୁହା ସିମେଣ୍ଟ ବ୍ୟାପାରୀ ଦିନୁ ଅଗ୍ରୱାଲକୁ ଦିନ ଦିପହରରେ ତାଙ୍କ ଘର ଭିତରକୁ ପଶି ମାଡ ମାରିବା ସହ ଦିନୁର ବାପା ମାଁଙ୍କୁ ମଧ୍ୟ ଧକ୍କା ଦେଇଥିଲେ ଓ ପରିଶେଷରେ ଅପହରଣ କରି ଆଣି କଣ୍ଟାବାଞ୍ଜି ଏନଏସି କାର୍ଯ୍ୟାଳୟର ସେକଣ୍ଡ ଫଳରର ଏକ କୋଠରୀ ଭିତରେ ଲୁଚାଇ ରଖିଥିଲେ, ପରବର୍ତ୍ତୀ ସମୟରେ ଦିନୁର ମାଁ କୌସଲ୍ୟା ଦେବୀ ଲାଠୋର ପୁଲିସର ଆଶ୍ରୟ ନେଇଥିଲେ ଓ ଲାଠୋର ପୁଲିସ ଅଣ୍ଡର ସେକସନ ୧୫୪ ସିଆରପିସିର ଧାରାରେ କେଶ ନଂ ୦୧୦୮/୧୮,୦୯,୨୦୨୨ ଲାଠୋର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା, ଆଇପିସି ଧାରା ୩୪୧. ୩୬୫. ୩୨୩. ୫୦୬. ୩୪ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଏହି ସବୁ ଦଫା ଲଗେଇ ଖୋଜିବାକୁ ଚେଷ୍ଟା କରିଥିଲା ଲାଠୋର ପୁଲିସ, ହେଲେ ଅପହରଣ କାରୀ ମାନଙ୍କୁ ଧରିବାରେ ବିଫଳ ହୋଇଛି ଲାଠୋର ପୁଲିସ ଫଳରେ ବାଧ୍ୟହୋଇ ସାମ୍ବାଦିକ ସମ୍ମିଳନୀ କରିବାକୁ ବାଧ୍ୟ ହୋଇଛନ୍ତି କଣ୍ଟାବାଞ୍ଜି ବିଜେଡ଼ି, ଓ ସୂଚନା ଦେଇ କହିଛନ୍ତି ଯେ ଲାଠୋରର ଜଣେ ଯୁବ ବ୍ୟବସାୟୀ ଦିନୁ ଅଗ୍ରୱାଲକୁ ରାଇପୁର ଛତ୍ତିଶଗଡ଼ର ଦୁଇ ଜଣ ଦୁର୍ବୃତ୍ତ ସୁନୀଲ ଅଗ୍ରୱାଲ ଓ ଅଜୟ ଅଗ୍ରୱାଲ ତଥା କଣ୍ଟାବାଞ୍ଜିର ନାଗୁ ସିଂ ସାଲୁଜା ଓ ଅନ୍ୟ ଜଣେ ଦୁର୍ବୃତ୍ତ ମିଶି ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିଥିଲେ ଓ ଅପହରଣ କରି ଲୋକଙ୍କ ସେବା କରିବାର କାର୍ଯ୍ୟାଳୟ ଏନଏସିର ଏକ କୋଠରୀରେ ଅପହରଣ କରି ବନ୍ଧକ ରଖି ଶାରୀରିକ ଅତ୍ୟାଚାର କରିଥିଲେ, ତେଣୁକରି ଆମେ ନିନ୍ଦା କରୁଛୁ ବୋଲି କହିବା ସହ ନାଗୁ ସିଂ ସାଲୁଜା ଓ ତାଙ୍କ ସହଯୋଗୀ ସୁନୀଲ ଅଗ୍ରୱାଲ. ଅଜୟ ଅଗ୍ରୱାଲ. ଓ ଅନ୍ୟ ଜଣେକୁ ଗିରଫ ଦାବି କରିବା ସହ ଯଦି ଆଗାମୀ ଦିନରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଏନଏସି କାର୍ଯ୍ୟାଳୟ ବନ୍ଦ କରିବା ପାଇଁ ଆଗାମୀ ଦିନରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି କହିଥିଲେ, ଲୋକଙ୍କ ଦ୍ୱାରା ନିର୍ବାଚିତ ଲୋକ ପ୍ରତିନିଧି ଏହି ଭଳି ଅପହରଣ ଏବଂ ଗୁଣ୍ଡାଗିରି କାମ କରି ସରକାରୀ କାର୍ଯ୍ୟାଳୟକୁ ଅପବ୍ୟବହାର କରିବା ଏକ ବଡ ଧରଣର ଅପରାଧ, ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିହାତି ଆବଶ୍ୟକ, ଏହା ସହ ଅପହରଣରେ ବ୍ୟବହୃତ ହେଇଥିବା କାର ଏବଂ ନଗରପାଳ ନାଗୁ ସିଂ ଙ୍କ ରାଇପୁର ଅଞ୍ଚଳର ସୁନୀଲ ଅଗ୍ରୱାଲ. ଅଜୟ ଅଗ୍ରୱାଲ ଙ୍କ ନାମ ପୁଲିସ ପାଖରେ ଥିବା ଆଉ ଜଣେ ବ୍ୟକ୍ତି କିଏ..? ତଥା କଣ୍ଟାବାଞ୍ଜି ଅଞ୍ଚଳରେ ଦିନକୁ ଦିନ ଚୋରି. ଡକାୟତି  ଅପହରଣ. ସହିତ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିବା ବେଳେ ବିଧାୟକଙ୍କର ନିଜ ପରିବାରର ସଦସ୍ୟ ମାନେ ସବୁବେଳେ ଏ ସବୁ କାର୍ଯ୍ୟରେ ନିୟୋଜିତ ଥିବା ଅନେକ ଥର ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ ହୋଇଛି, ତେଣୁକରି ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନଙ୍କୁ ଏହାରି ପୁଙ୍ଖାନୁପୁଙ୍ଖ ତଦନ୍ତ ଅପହରଣ କର୍ତ୍ତା ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଣ୍ଟାବାଞ୍ଜି ବିଜୁ ଜନତା ଦଳ ଦ୍ୱାରା ଦାବି କରିଛନ୍ତି, ଏଥିରେ ବିଜେଡ଼ି ବିଧାୟକ ପାର୍ଥି ଶ୍ରୀ ଅଜୟ ଦାସ. ନଗରପାଳ ପାର୍ଥି ବିନୟ ଭୂଷଣ ବିଭାର. ଦେବାର ବାରିକ. ସନ୍ତାନୁ ବିଭାର. ସଶ୍ମିତା ଦଣ୍ଡସେନା. ପିଙ୍କି ଖରସେଳ. ନିଶା ମହାନନ୍ଦ. ହାରିବନ୍ଧୁ ସିପକା. ବିଷ୍ନୁ ପ୍ରସାଦ ବେହେରା. ଶ୍ୟାମସୁନ୍ଦର ବଗର୍ତ୍ତୀ ଉପସ୍ଥିତ ଥିଲେ, ତଥା ଏନଏସି ଅଧିକାରୀ ନିରଞ୍ଜନ ଧଳ ଏବିଷୟରେ କିଛି ଜାଣି ନ ଥିବା ପ୍ରକାଶ କରିଛନ୍ତି, କିନ୍ତୁ ତାଙ୍କରି କାର୍ଯ୍ୟାଳୟରେ ଏଭଳି ଅପହରଣ କାର୍ଯ୍ୟ ଚାଲିଛି ଓ ତାଙ୍କୁ ଖବର ନାହିଁ କିଛି ଆଚାର୍ଯ୍ୟ ବିଷୟ ନୁହଁ ତ..?

Leave A Reply

Your email address will not be published.