ବାରିପଦା- ମୟୂରଭଞ୍ଜ ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ଲୋକସଭା ସାଂସଦ ଶ୍ରୀ ବିଶେଶ୍ୱର ଟୁଡୁଙ୍କ କୁଶପୁତ୍ତଳିକା ମିଳିତ କୁଡୁମୀ ସଂଗଠନ ପକ୍ଷରୁ ଦାହ କରାଯାଇଛି।ବହୁ ସଂଖ୍ୟାରେ କୁଡୁମୀ ମହିଳା ଓ ପୁରୁଷ କର୍ମୀ ଏକତ୍ରିତ ହୋଇ ଶ୍ରୀ ଟୁଡୁଙ୍କ କୁଡୁମୀ ବିରୋଧୀ ବକ୍ତବ୍ୟ ଉପରେ ପ୍ରତିବାଦ ଧ୍ୱନି ଦେଇଥିଲେ।
ପ୍ରକାଶ ଥାଉ କି ଆଜକୁ ପ୍ରାୟ ଦୀର୍ଘ ୪୦ ବର୍ଷ ରୁ ଉର୍ଦ୍ଧ ହେବ ଓଡିଶା, ପଶ୍ଚିମବଙ୍ଗ,ବିହାର,(ବର୍ତ୍ତମାନ ଝାରଖଣ୍ଡ ) ରେ କୁଡୁମୀମାନକୁ ଅନୁସୂଚିତ ଜନଜାତି (ST) ରେ ତାଲିକାଭୁକ୍ତ କରିବା ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିଜର ହକ ଅଧିକାର ପାଇଁ ଆନ୍ଦୋଳନ କରି ଆସୁଛନ୍ତି।ସମସ୍ତଙ୍କ ଜାଣିବା ସକାଶେ କୁଡୁମୀମାନେ ଛୋଟନାଗପୁର ଟେନେନ୍ସି ଏକଟ (cnt) ୧୯୦୮ ରେ ଅନ୍ୟାନ୍ୟ ଆଦିବାସୀ ମାନଙ୍କ ସହିତ ସାମିଲ ଥିଲେ।ଦ୍ୱିତୀୟତ ୧୯୧୩ ମସିହା ମେ ୨ ତାରିଖ ଶିମଳା ତତ୍କାଳୀନ ଇଂରେଜ ସରକାର ଯେଉଁ ୧୩ ଗୋଟି ସମ୍ପ୍ରଦାୟ କୁ ଆଦିବାସୀ ଭାବେ ନୋଟିଫିକେସନ ପ୍ରକାଶ କରିଥିଲେ ସେଥିରେ କୁଡୁମୀମାନେ ମଧ୍ୟ ଥିଲେ।ପୁଣି ୧୯୩୧ ଜାତିଭିତ୍ତିକ ଜନଗଣନା ରେ କୁଡୁମୀମାନେ ପ୍ରିମିଟିଭ ଟ୍ରାଇବ ଭାବେ ଉଲ୍ଲେଖ ରହିଛି।ଦେଶ ସ୍ଵାଧୀନ ହେବାପରେ ଭାରତ ଶାସନ ପାଇଁ ସମ୍ବିଧାନ ପ୍ରଣୟନ ସମୟରେ କେଉଁ ମାନଙ୍କୁ ଅନୁସୂଚିତ ଜନଜାତି ରେ ତାଲିକାଭୁକ୍ତ କରାଯିବାର ଆବଶ୍ୟକତା ସମ୍ବିଧାନ ସଭା ଚିନ୍ତାକଲା ସେତେଵେଳେ ସେମାନେ ୧୯୩୧ ଜନଗଣନା ରେ ଯେଉଁ ଗୋଷ୍ଠି ପ୍ରିମିଟିଭ ଟ୍ରାଇବ ଥିଲେ ସେମାନଙ୍କୁ ସମସ୍ତଙ୍କୁ ଏସଟି ଅନ୍ତର୍ଭୁକ୍ତ କଲେ କିନ୍ତୁ କୌଣସି କାରଣ ନ ଦର୍ଶାଇ କୁଡୁମୀ ଙ୍କୁ ବାଦ ଦେଲେ।ଏହାକୁ ପ୍ରତିବାଦ କରି ଆସୁଥିବା କୁଡୁମୀମାନେ ଏବେକାର ପରିସ୍ଥିତି କୁ ନେଇ ଗତ ୨୦ ସେପ୍ଟେମ୍ବର ରେ ଓଡିଶା,ପଶ୍ଚିମବଙ୍ଗ, ଓ ଝାରଖଣ୍ଡ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳରୋକ ହୋଇଛି ଏବଂ ଆଜି ପର୍ଯ୍ୟନ୍ତ ପଶ୍ଚିମ ବଙ୍ଗର ମେଦିନିପୁର ଓ ପୁରୁଲିଆ ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଳ ସହିତ ସଡକ ମଧ୍ୟ ବନ୍ଦ ରଖିଛନ୍ତି।ଏଭଳି ଏକ ଆନ୍ଦୋଳନ ଚାଲିଥିବା ବେଳେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କୁଡୁମୀ ଙ୍କ ଦାବିକୁ ତାତ୍ଚଲ୍ୟ କରି ୧୦୦ ବର୍ଷ ଏଭଳି ଆନ୍ଦୋଳନ ଜରିଲେ ଫଳ କିଛି ମିଳିବ ନାହିଁ ,ଏହା ଭକୁଆ ମାନଙ୍କ କାମ ବୋଲି କହିଥିଲେ।ଶ୍ରୀ ଟୁଡୁ ଙ୍କ ଏଭଳି ବକ୍ତବ୍ୟ ଭାଇରାଲ ହେବାପରେ ଚାରିଆଡେ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଛି।ଉତକ୍ଷିପ୍ତ କୁଡୁମୀମାନେ ବହୁ ସଂଖ୍ୟାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ନିଜର କ୍ଷୋଭ ପ୍ରକାଶ କରିଥିଲେ।
କେନ୍ଦ୍ରର ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ତଥା ସାମ୍ବିଧାନିକ ପଦବୀରେ ରହି ଏଭଳି ଅଗଣତାନ୍ତ୍ରୀକ ମନ୍ତବ୍ୟ ଦେବା ଦୁର୍ଭାଗ୍ୟ ଜନକ।ଏଭଳି କହିବା ସମ୍ବିଧାନ ବିରୋଧୀ।ଏଭଳି ଦାୟିତ୍ୱ ହୀନକୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା ପାଇଁ କୁଡୁମୀ ସମାଜ ଦାବି କରିଛି। ଗତ ନିର୍ବାଚନରେ ତାଙ୍କୁ ଏବଂ ତାଙ୍କ ଦଳକୁ କୁଡୁମୀମାନେ ବିପୁଳ ଭାବେ ଭୋଟ ଦେଇଥିଲେ ଏବଂ ଏହା କଣ ତାର ପ୍ରତିଦାନ ?
ଆଗାମୀ ନିର୍ବାଚନରେ ଶ୍ରୀ ଟୁଡୁ ଓ ତାଙ୍କ ଦଳକୁ ଉଚିତ ଜବାବ ଦିଆଯିବ ବୋଲି ଏହି ପ୍ରତିବାଦ ସଭାରେ କୁଡୁମୀ ନେତୃବୃନ୍ଦ ପ୍ରକାଶ କରିଛନ୍ତି।
ଆନ୍ଦୋଳନ ବିରୁଦ୍ଧରେ ମନ୍ତବ୍ୟ ଦେବା କଟା ଘା ରେ ଲୁଣ ଢାଳିବା ସଦୃଶ।୧୯୫୦ ରେ ବିନା କାରଣ ରେ କୁଡୁମୀ କୁ ବାଦ ଦେଇଛନ୍ତି,ତେଣୁ କେନ୍ଦ୍ର ସରକାର ଆଉ ଅଧିକ ପ୍ରକ୍ରିୟାର ଦ୍ୱାହି ଦେଇ ବିଳମ୍ବ ନ କରି ଏହି ଐତିହାସିକ ଅନ୍ୟାୟ ର ପରିସମାପ୍ତି କରନ୍ତୁ ବୋଲି ଦାବି ହୋଇଛି।ଓଡିଶା ସରକାର ମଧ୍ୟ ଟାଳଟୁଳ ନୀତି ଛାଡି ମୁଖ୍ୟମନ୍ତ୍ରୀ ଙ୍କ ୨୦୦୪ ଯଶିପୁର ପ୍ରତିଶ୍ରୁତି ମୁତାବକ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନ୍ୟାୟଚିତ୍ତ ପଦକ୍ଷେପ ନିଅନ୍ତୁ।
ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ ଚିତ୍ତରଞ୍ଜନ ମହାନ୍ତ,କୃଷ୍ଣଚନ୍ଦ୍ର ମହାନ୍ତ,କୃପାସିନ୍ଧୁ ମହାନ୍ତ, ଅବନୀ ମହାନ୍ତ,ମନୋଜ ମହାନ୍ତ, ସପନ ମହାନ୍ତ, ରଜନୀ ମହାନ୍ତ,ଦିପୁ ମହାନ୍ତ,ହରିଶଙ୍କର ମହାନ୍ତ,ଦୁଗା ମହାନ୍ତ ,ଆଦିତ୍ୟ ମହାନ୍ତ, ପଟେଲ ମହାନ୍ତ,ଶ୍ୟାମ ମହାନ୍ତ,ଭକ୍ତହରି ମହାନ୍ତ,ରବୀନ୍ଦ୍ର ମହାନ୍ତ,ସତ୍ୟନାରାୟଣ ମହାନ୍ତ,ସେବତୀ ମହାନ୍ତ ସାଗରୀକା ମହାନ୍ତ,କବିତା ମହାନ୍ତ,ବୁଲୁ ମହାନ୍ତ,
ଗୋପବନ୍ଧୁ ମହାନ୍ତ ଓ ବସନ୍ତ ମହାନ୍ତ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଜରିଥିଲେ।