ବିଜୁଳି ଆଲୁଅରେ ଆଲୋକିତ କିନ୍ତ ଶିକ୍ଷାର ଆଲୋକରୁ ବଞ୍ଚିତ ଜାମଯୋଡ଼ା ଗ୍ରାମ By Nandini News Last updated Jan 17, 2023 110 0 ରାୟଗଡ଼ -17/01-(ଧନେଶ୍ୱର ରାଉତ )-କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା ବିକାଶର ଡିମଡିମ ପିଟୁଥିବା ବେଳେ ବାସ୍ତବିକ ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳିଛି ଏଠି ଦୀପତଳେ ଅନ୍ଧାର ସଦୃଶ୍ୟ ଏକ ଆଦିବାସୀ ଗ୍ରାମ ଶିକ୍ଷା ସ୍ପର୍ଶତା ପାଇପାରିନାହିଁ l ଗ୍ରାମରେ ବାସ କରୁଥିବା ପିଢ଼ି ଉପରେ ପିଢ଼ି ସ୍ଵାକ୍ଷରତାରୁ ବଞ୍ଚିତ ହୋଇ ଅନ୍ଧାରରେ ଜୀବନ ଅତିବାହିତ କରୁଛନ୍ତି l ସରକାରଙ୍କ ସମସ୍ତ ଗରିବ କଲ୍ୟାଣ ଯୋଜନାର ଲାଭର୍ଥୀ ହୋଇ ସୁଦ୍ଧା ଯୋଜନାକୁ ଠିକ ଭାବରେ ଉପଭୋଗ କରିପାରୁ ନାହାନ୍ତି ଗ୍ରାମବାସୀ l ଏହିପରି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକ ଅଧିନସ୍ଥ ଘମଟଗୁଡା ପଞ୍ଚାୟତର ଜାମଯୋଡି ଗ୍ରାମରେ l ସମାଜରେ ଆଜି ଶିକ୍ଷା ପରି ଏକ ମୌଳିକ ଅଧିକାରରୁ ଉପେକ୍ଷିତ ଓ ଅବହେଳିତ ସମଗ୍ର ଗ୍ରାମବାସୀ l ଜାମଯୋଡି ଗ୍ରାମଟି ଏକ ସପୂର୍ଣ ଆଦିବାସୀ ଗ୍ରାମ ଅଟେ ଏହି ଗ୍ରାମକୁ ଯିବାକୁ ହେଲେ ପୂର୍ତ୍ତ ବିଭାଗ ରାସ୍ତାରୁ ପ୍ରାୟ ଏକ କିଲୋମିଟର ଭିତରକୁ ଏକ ମାଟି (କଞ୍ଚା)ରାସ୍ତା ଦେଇ ଯିବାକୁ ପଡେ l 16 ରୁ 18 ଆଦିବାସୀ ପରିବାରରୁ ବୁଢା ଠୁ ପିଲା ପ୍ରାୟ 60 ରୁ 70 ଜଣ ଜାମଯୋଡ଼ି ଗ୍ରାମରେ ବାସ କରନ୍ତି l ପେଶାରେ ସମସ୍ତେ ଦିନମଜୁରିଆ ଗ୍ରାମର କିଛି ଯୁବକ ଯୁବତୀ ସୁଦୂର କେରଳ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି l ଜାମଯୋଡ଼ି ଗ୍ରାମର ପ୍ରାୟ 25 ରୁ 30 ପିଲା ଶିକ୍ଷା ପାଇବାର ଯୋଗ୍ୟତା ଥାଇ ସୁଦ୍ଧା ଶିକ୍ଷାଦାନରୁ ବଞ୍ଚିତ ହୋଇ ନିରକ୍ଷର ଜୀବନ କାଟୁଛନ୍ତି l ଗ୍ରାମରେ ଜଣେ ହେଲେ ହେଁ ସ୍ଵାକ୍ଷର ପ୍ରାପ୍ତ ଲୋକ ନାହାନ୍ତି l ଜାମଯୋଡ଼ିର ପିଲାଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧାରରେ ଝୁଲୁଛି ନିକଟରେ ଥିବା ଶିକ୍ଷାନୁଷ୍ଠାନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିରିପୁଡ଼ା ଯାହାକି ଜାମଯୋଡ଼ି ଗ୍ରାମରୁ ପ୍ରାୟ ଦେଢ଼ରୁ ଦୁଇ କିଲୋମିଟର ଯେଉଁଥି ପାଇଁ ପିଲା ବିଦ୍ୟାଳୟ ଯିବାକୁ ପଛଘୁଞ୍ଚା ଦେଉଛନ୍ତି ଯାହାର ମୁଖ୍ୟ କାରଣ ଶିକ୍ଷାର ଅଭାବରେ l ଅଭିଭାବକ ମାନେ ଘମଟଗୁଡା ବିଦ୍ୟାଳୟରେ ଜାମଯୋଡ଼ି ଗ୍ରାମର ପିଲାଙ୍କ ନାମ ଲେଖାଯାଇଛି ସତ କିନ୍ତୁ ବିଦ୍ୟାଳୟକୁ କାଁଭାଁ କେବେ କେମିତି ଜଣେ ଦୁଇଜଣ ତାହା ମଧ୍ୟ ପ୍ରଧାନଶିକ୍ଷକ ଗାଁକୁ ଯାଇ ଡାକିଗଲେ ଆସୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଗୌଡ଼ ପ୍ରକାଶ କରିଛନ୍ତି l ଶିକ୍ଷାର ଅଭାବ ଯୋଗୁଁ ଆଜି ଗ୍ରାମର ଏକମାତ୍ର ମା ଭମରବୁଡ଼ା SHG ମହିଳା ସଂଘଠନ କାର୍ଯ୍ୟକ୍ଷମ ନହୋଇ ସୋଇପଡିଛି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାର ସରକାର ପ୍ରୟାସ ଶିକ୍ଷାର ଅଭାବରେ ଅବହେଳିତ ହୋଇ ରହି ଯାଇଛି l ଗୃହପାଳିତ ଗାଈଗୋରୁଙ୍କୁ ଗ୍ରାମ ଦାଣ୍ଡରେ ବାନ୍ଧି ରଖୁଛନ୍ତି ଗାଁରେ ଏତେ ଗାଈ ଥିଲେ ସୁଦ୍ଧା ଗାଈ ଗୁହାଳ ପାଇବାରୁ ବଞ୍ଚିତ ଗ୍ରାମବାସୀ, ଆବାସ ଯୋଜନାର ସମସ୍ତ ପରିବାର ହିତାଧିକାରୀ ଯୋଗ୍ୟ ଥାଇ ସୁଦ୍ଧା ବଞ୍ଚିତ ହୋଇଛନ୍ତି କିଛି ପରିବାର, 80 ରୁ ଉର୍ଦ୍ଧ୍ୱ ବୟସ୍କ ବୃଦ୍ଧବୃଦ୍ଧା 500 ଟଙ୍କିଆ ଭତ୍ତାରେ ସୀମିତ ରହିଛନ୍ତି, ଏହିପରି ଅନେକ ସୁବିଧାର ଲାଭରୁ ବଞ୍ଚିତ ହେଉଥିବା ମୁଖ୍ୟ କାରଣ ଶିକ୍ଷାର ଅଭାବ ଯାହାଫଳରେ ଗ୍ରାମବାସୀଙ୍କ ପ୍ରଧାନ ଖାଦ୍ୟ ଆଜି ମଦ ହୋଇ ଯାଇଛି , ଶିକ୍ଷାର ଅଭାବ ଓ ଅଧିକାରରୁ ବଞ୍ଚିତ ଗ୍ରାମବାସୀ ଆଜି ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଗୁରୁତ୍ୱ ଦେଉ ନାହାନ୍ତି ଏକ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି l ରାଜ୍ୟ ଓ କେନ୍ଦ୍ର ସରକାର ଏହିପରି ଅନେକ ମାଳମାଳ ଯୋଜନାରୁ ଅବଜ୍ଞ ରହୁଛନ୍ତି ଗ୍ରାମବାସୀ, ଗ୍ରାମରେ ବିଜୁଳି, ପାନୀୟ ଜଳ, ପୂର୍ତ୍ତବିଭାଗ ସଂଯୋଗ ହୋଇ ଏକ ମାଟି ରାସ୍ତା ପାଇଛନ୍ତି ସତ କିନ୍ତୁ ଶିକ୍ଷା ପରି ଗୁରୁତ୍ୱ ପୂର୍ଣ୍ଣ ଆଲୋକରୁ ବଞ୍ଚିତ ଗ୍ରାମବାସୀ ଯେଉଁଥି ପାଇଁ ଆଜି ଗ୍ରାମର ଭବିଷ୍ୟତ ଅନ୍ଧାରରେ କହିଲେ ଅତ୍ୟୁକ୍ତି ହେବ ନାହିଁ l ଶିକ୍ଷାର ବିକାଶ ପାଇଁ ସରକାର ଓ ପ୍ରଶାସନ କିପରି ତତ୍ପର ହେବ ଗ୍ରାମବାସୀଙ୍କୁ କିପରି ସଚେତନ କରାଇ ପିଲାଙ୍କୁ କିପରି ବିଦ୍ୟାଳୟ ମୁହାଁ କରିବ ଏହା ଦେଖିବାକୁ ବାକି ରହିଲା l ଗ୍ରାମରେ ଗୋଟିଏ ବିଦ୍ୟାଳୟ କରିବା ପାଇଁ ଗ୍ରାମର କାଶ ବିଦ୍ରିକା, ନବୀନ, ସୁବାସ, ନିର୍ମ, ଲିମ୍ବ, ରୋଇ, କଲମତି, ତୀର୍ମେ, ବାଇଡି, ଜଳ, ପୂର୍ଣ୍ଣ, ମାଳି, ଧନମଣି, ହରିନାଥ ସନ୍ତୋଷ, ରଥ ସହ ଘମଟଗୁଡା ପଞ୍ଚାୟତର ସରପଞ୍ଚ ଅନନ୍ତ ନୁଣ୍ଡ୍ରୁକା ସରକାରଙ୍କୁ ଅନୁରୋଧ କରିଛନ୍ତି l 0 110 Share