ଦାଦାନ ଦୁଃଖ ଅନ୍ତ ନାହିଁ, ସ୍ବାମୀ ରାଜ୍ୟ ବାହାରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ସ୍ବାମୀ ମୃତ୍ୟୁ ପ୍ରମାଣ ପତ୍ର ନ ପାଇ ସମସ୍ତ ସରକରୀ ଯୋଜନା ରୁ ବଞ୍ଚିତ
ସିନାପାଲି ; ୧୭/୦୧ /( ନ.ନ୍ୟୁ.ସ )ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୋର୍ଲା ଗ୍ରାମପଂଚାୟତ ର ନିଳାମ୍ବର ବାଗ ଏବଂ ତାଙ୍କ ସ୍ତ୍ରୀ ଲୋଚନୀ ବାଗ ସହ ଶାଶୁ ଏବଂ ଝିଅ ମିଳିତ ଆନ୍ଦ୍ରପ୍ରଦେଶ କୁ ଦାଦନ ରୂପେ ଗତ ବର୍ଷ ଯାଇଥିଲେ। ସେଠାରେ ଲୋଚନୀଙ୍କ ସ୍ବାମୀ ମୃତ୍ୟୁ ହୋଇଥିବା ଲୋଚନୀ ପ୍ରକାଶ କରିଛନ୍ତି। ନିଜ ସ୍ବାମୀ ଶବ ସେଠାରେ ଛାଡି ଏକୁଟିଆ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବର୍ତ୍ତମାନ ଲୋଚନୀ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିଯାଇଛନ୍ତି। ତାଙ୍କ ସ୍ବାମୀ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ପ୍ରମାଣ ପତ୍ର ଆଣି ପାରିନଥିଲେ। ବର୍ତ୍ତମାନ ଲୋଚନୀ ତାଙ୍କ ସ୍ବାମୀ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଧବା ଭତ୍ତା, ଜାତୀୟ ପରିବାର କଲ୍ୟାଣ ଯୋଜନା ରୁ ମଧ୍ୟ ଆର୍ଥିକ ସହାୟତା ମଧ୍ୟ ପାଇପାରି ନାହାନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ତୁରନ୍ତ ସମାଧାନ ପାଇଁ ଅନୁରୋଧ ।ଦାଦାନ ଦୁଃଖ ଅନ୍ତ ନାହିଁ, ସ୍ବାମୀ ରାଜ୍ୟ ବାହାରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ସ୍ବାମୀ ମୃତ୍ୟୁ ପ୍ରମାଣ ପତ୍ର ନ ପାଇ ସମସ୍ତ ସରକରୀ ଯୋଜନା ବଞ୍ଚିତ ରହିଛନ୍ତି