ରୟାଗଡ଼ -17/01-(ଧନେଶ୍ୱର ରାଉତ )-ଲୁହା ଗ୍ରିଲ ଖସି ପଡିବାର ରୁ ତିନି ବାଳକ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଭଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକ ଅନ୍ତର୍ଗତ ଝିଗିଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସମୁଖରେ, ଆଜି ସନ୍ଧ୍ୟାରେ ଝିଗିଡି ଗ୍ରାମ ପାଞ୍ଚାୟତ କାର୍ଯ୍ୟାଳୟ ପରିଷରରେ ହିତାଧିକାରିଙ୍କୁ ପଡିଏସ୍ ଚାଉଳ ପ୍ରଦାନ କରାଯାଉଥିଲା । ସେହି ସମୟରେ ଝିଗିଡ ଗ୍ରାମାର କିଛି ପିଲା ପାଞ୍ଚାୟତ କାର୍ଯ୍ୟାଳୟରେ
ଲାଗିଥିବା ଲୁହା ଗ୍ରିଲ୍ କବାଟକୁ ଧରି ଖେଳୁଥିବା ବେଳେ ଉକ୍ତ ଲୁହା ଗ୍ରିଲ୍ଟି ଖସି ପଡି ସେହି ପିଲା ମାନଙ୍କ ଉପରେ ଲଦି ହୋଇଯାଇଥିଲା । ଏଭଳି ଘଟଣା ଘଟିବା ପରେ କାର୍ଯ୍ୟାଳୟ ପରିଷର ରହିଥିବା ଲୋକ ମାନେ ତୁରନ୍ତ ଉକ୍ତ ପିଲା ମାନଙ୍କୁ ଉଦ୍ଧାର କରି ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣା ଯାଇଥିଛି ଏବଂ ଦୁର୍ଭାଗ୍ୟ ବସତ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ସରପଞ୍ଚ କହିଛନ୍ତି। ଗ୍ରିଲ ପଡ଼ିବା ପରେ ଗୁରୁତର ହୋଇଥିବା ଆହତ ମାନେ ହେଲେ ବାପୁନୁ ପିଡିକାକା (୭),ଗଣପତି ପିଡିକାକା(୫) ଏବଂ ଖଗେଶ୍ୱର ପିଡିକାକା(୫) ବୋଲି ଜଣା ପଡିଛି। ବାପୁନୁ ପିହିକା ଓ ଗଣପତି ପିଡିକାକା ଗୁରୁତର ହୋଇଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ପ୍ରଥମେ ରାୟଗଡା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ କରାଯିଵ ବୋଲି ବିଷମ କଟକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଶ୍ୱ ଅଙ୍କିତ ସାହୁ ସୂଚନା ଦେଇଛନ୍ତି ।