:-ସ୍ଥାନୀୟ ପ୍ରଶାସନ ନିଦାବିଷ୍ଣୁ,କେବେ ଜିଲ୍ଲାପାଳ ଙ୍କ ପଡିବ ନଜର ?
ଅସ୍ତରଙ୍ଗ -ଚିଙ୍ଗୁଡ଼ି ପ୍ରୋସେସିଂ କାରଖାନା ରୁ ନିର୍ଗତ କେମିକାଲ ଓ ବର୍ଜ୍ୟବସ୍ତୁ ନିଷ୍କାସନ ଯୋଗୁଁ ଏକର ଏକର ଚାଷ ଜମି ନଷ୍ଟ. ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଦୁଧିଆ ଅଞ୍ଚଳ ରେ 50ଏକର ରୁ ଅଧିକ ଅଞ୍ଚଳ ରେ ବେନାମୀ ଚିଙ୍ଗୁଡ଼ି ଘେରି ନିକଟରେ ଥିବା 50ଏକର ଏକର ଉର୍ଦ୍ଧ ଚାଷ ଜମିକୁ ସମ୍ପୂର୍ଣ ନଷ୍ଟ କରିସାରିଲାଣି.ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଦୁଧିଆ ଗ୍ରାମରେ ଏକ ନାମ ବିହୀନ କମ୍ପାନୀ 50ଏକର ରୁ ଉର୍ଦ୍ଧ ଯାଗାରେ ବେନାମୀ ଚିଙ୍ଗୁଡ଼ି ଘେରି କରିବା ଦ୍ୱାରା କେମିକାଲ ଓ ବର୍ଜ୍ୟବସ୍ତୁ ନିର୍ଗତ ଯୋଗୁଁ କମ୍ପାନୀ ନିକଟରେ ଥିବା 50ଏକର ରୁ ଉର୍ଦ୍ଧ ଚାଷ ଜମି ନଷ୍ଟ.ଏହି ନାମ ବିହୀନ କମ୍ପାନୀ ଏକର ଏକର ଯାଗାରେ ବେନାମୀ ଚିଙ୍ଗୁଡ଼ି ଚାଷ କରିବା ସହ ଚିଙ୍ଗୁଡ଼ି କୁ ପ୍ରୋସେସିଂ କରି ବିଦେଶୀ କୁ ରପ୍ତାନି କରେ. ଏଥିରୁ ନିର୍ଗତ ବର୍ଜ୍ୟବସ୍ତୁ ଓ କେମିକାଲ ମିଶା ପାଣି ପାଖରେ ଥିବା ଚାଷ ଜମି କୁ ନଷ୍ଟ କରିବା ସହ ଗାଁ ପରିବେଶ କୁ ସମ୍ପୂର୍ଣ ନଷ୍ଟ କରି ସାରିଲାଣି. ଯାହା ଦ୍ୱାରା ହେକ୍ଟର ହେକ୍ଟର ଚାଷ ଜମି ସହ ଦୁଧିଆ ଗ୍ରାମ ପରିବେଶ ନଷ୍ଟହେବା ସହ ଧାନ ଫସଲ ନଷ୍ଟ ହୋଇଗଲାଣି.ଏଭଳି ଚିଙ୍ଗୁଡ଼ି କାରଖାନା କରିବାକୁ ଉକ୍ତ କମ୍ପାନୀ ଙ୍କୁ କେଉଁ ଅଧିକାରୀ ପ୍ରସ୍ତାବ ଦେଇଛନ୍ତି ତାହା ସହ ଅନେକ ସ୍ଥାନରେ ବେଆଇନି ଚିଙ୍ଗୁଡ଼ି ଘେରି ବିଭିନ୍ନ ସ୍ଥାନରେ ବନ୍ଧ ହେଉଥିବା ବେଳେ କିପରି ଏକର ଏକର ସ୍ଥାନରେ ଦୁଧିଆ ଗ୍ରାମରେ ନିର୍ମାଣ ହୋଇଛି ସ୍ଥାନୀୟ ଅଧିକାରୀ କାହଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ତାହା ପ୍ରଶ୍ନବାଚୀ.ଏକର ଏକର ଚାଷ ଜମି ନଷ୍ଟ ହେଉଥିବାରୁ ଦୁଧିଆ ଅଞ୍ଚଳ ଶତାଧିକ ଚାଷୀ କମ୍ପାନୀ ଫାଟକ ସାମ୍ନାରେ କିଛି ଦିନ ତଳେ ଧାରଣା ଦେବା ସହ ହୋ ହାଲ୍ଲା କରିଥିଲେ.ତୁରନ୍ତ ନାମ ବିହୀନ ଚିଙ୍ଗୁଡ଼ି କମ୍ପାନୀ ବନ୍ଧ କରିବାକୁ ସାଧାରଣ ରେ ଦାବୀ କରିଛନ୍ତି.