ରାୟଗଡ଼ -21/01-(ଧନେଶ୍ୱର ରାଉତ )-ରାୟଗଡ଼ା ଜିଲ୍ଲା ଏକ ଆଦିମ ପରମ୍ପରା ର ଗୌରବ କୁ ୟୁ୍ଜୀବିତ କରି ରଖିଥିବା କ୍ଷେତ୍ର ଅଟେ | ଆଗ କାଳରେ ପାରମ୍ପରିକ ସ୍ଥାନୀୟ ସଂସାଧନ ଦ୍ୱାରା ନିରାଡ଼ମ୍ବର ସହ ସମସ୍ତ ଆବଶ୍ୟକୀୟ ଆସବାବ ଦ୍ୱାରା ପରିଚାଳିତ ହେଉଥିବାର କିମ୍ବଦନ୍ତୀ ରହିଛି | ଏହାର ଉଦାହରଣ ସ୍ୱରୂପ ଜିଲ୍ଲାର ପ୍ରତେକ ଅଞ୍ଚଳରେ କୁମ୍ଭୀକାର ମାନଙ୍କର ଏକ ଛୋଟ ବସ୍ତି ଗଢି ଉଠି ଲୋକଙ୍କ ସେବାରେ ନିୟୋଜିତ ହେଇ କଲ୍ୟାଣସିଂହପୁର ବ୍ଲକ ର ସଦର ମହକୁମା, ଶିକାରପାଇ ଅଞ୍ଚଳର କୁମ୍ଭାର ଗୁରୁତ୍ୱଲି, ଅମଲା ଭଟା କୁମ୍ଭାର ସାହି ମୁନିଗୁଡା ପଞ୍ଚାୟତ ସମିତି, ଅମ୍ବାଦଳା ପଞ୍ଚାୟତର ଅମ୍ବାଦଳା ଗ୍ରାମ ମାନଙ୍କରେ ମାଟିର ପାତ୍ର ଗଠନ କରିବା ଶାଳ ରହିଥିଲା ।ଦିନଥିଲା ଏଠି କୁମ୍ଭାର ଙ୍କ ହାତ ତିଆରି ମାଟି ନିର୍ମିତ ଆସବାବ ପତ୍ରର ଢେର ଚାହିଦା ଥିଲା।ଏଠି ବସବାସ କରନ୍ତି ପ୍ରାୟ ଦଶ ହଜାର କୁମ୍ଭକାର ପରିବାର। ଅତି ଆଧୁନିକତା ବିକାଶ ଏମାନଙ୍କ ପାଇଁ ବିନାଶ ଆଣିଦେଇଛି। ଅସ୍ୱାସ୍ଥ୍ୟକର ଜିନିଷ ପ୍ଲାଷ୍ଟିକ, ଷ୍ଟିଲ,କାଚ ଓ ବିଭିନ୍ନ ଧାତବ ବାସନକୁସନ ବିକାଶ ସାଙ୍ଗକୁ ବଜାର ଚାହିଦା ବଢିଥିବା ହେତୁ କୁମ୍ଭାର ମାନଙ୍କ ହାତତିଆରି ମାଟି ହାଣ୍ଡି ଓ ମାଠିଆ ସବୁ ବ୍ୟବସାୟ ହୋଇପାରୁନାହିଁ।ଗରିବ କୁମ୍ଭାର ମାନେ ବ୍ୟବସାୟ ଅଭାବରୁ ହାତ ବାନ୍ଧି ବସିଛନ୍ତି।ଦଶ ହଜାର କାରିଗଗର କ ରୁ ଖସି ଖସି ଆଜି କେବଳ କେବଳ ହାତଗଣତି କାରିଗର ବାଧ୍ୟ ବାଧକତାରରେ ବୃତ୍ତି କୁ ଜାବୁଡି ଧରି ଅଭାବ ଅନାଟନରେ ଜୀବିକା ନିର୍ବାହ କରୁଥିବା କାରିଗର ଅର୍ଜୁନ କାଶୀ, ପଦ୍ମାନ କାଶୀ, ରାମ କୁମ୍ଭାର, ମାଣିକ କାଶୀ, ହରି କୁମ୍ଭାର ପ୍ରମୁଖ ମାନେ ଦୁଃଖ ର ସହ ପ୍ରକାଶ କରିଛନ୍ତି। ବିକାଶ ନାମକ ବିନାଶ ର କରାଳ ଗର୍ଭରେ କାଳକ୍ରମେ ବିଲିନ ହୋଇଯାଉଛି ଏହି ଶହଶହ ବର୍ଷର ପୁରାତନ ବୃତ୍ତି। ସରକାର ମଧ୍ୟ ଏଥି ପ୍ରତି କୋୖଣସି ଦୃଷ୍ଟି ଦେଉନଥିବା ପ୍ରକାଶ କରିଛନ୍ତି ଦୁଇ କୁମ୍ଭକାର ଗୋପାଳ ନାୟକ ଓ ସଦାନନ୍ଦ ନାୟକ ଯଦି ବଜାରରେ ବିକ୍ରି କରିବା ପାଇଁ ସରକାର ଙ୍କ ପ୍ରୋତ୍ସାହନ ମିଳି ପାରନ୍ତା ତାହେଲେ ଏହି କୌଳିକ ବୃତ୍ତି ଜାନା ଦ୍ରୁତ ହେଇ ଜୀବିକା ନିର୍ବାହର ଶ୍ରେଷ୍ଠ ପନ୍ଥା ପାଲଟି ପାରନ୍ତା ବୋଲି କହୁଛନ୍ତି । ଏମାନଙ୍କ ଗରିବୀ ଓ ବହୁ ପୁରାତନ ବୃତ୍ତି କୁ ଦୃଷ୍ଟିରେ ରଖି ସରକାର କିଛି ଠୋସ୍ ପଦକ୍ଷେପ ଗ୍ରହଣ କଲେ ଗରୀବ କୁମ୍ଭକାରମାନେ ଉପକୃତ ହେବାସହ ପ୍ରାଚୀନ ପରମ୍ପରା ଓ ବୃତ୍ତିର ସୁରକ୍ଷା ହୋଇପାରନ୍ତା ବୋଲି ଆଶା ପୋଷଣ କରାଯାଇଛି |