ବାଲିଆପାଳ :ବାଲେଶ୍ଵର ଜିଲ୍ଳା ବାଲିଆପାଳ ବ୍ଲକର ପ୍ରତାପପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ବୁଧବାର ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ବାଲିଆପାଳ ବ୍ଲକର ବିଭିନ୍ନ ଅଂଚଳରୁ ଏକ ହଜାରରୁ ଅଧିକ ମହିଳା ପୁରୁଷ ରୋଗୀ ମେଳାରେ ନାମ ପଞ୍ଜିକରଣ କରି ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଚିକିତ୍ସିତ ହୋଇଥଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମସ୍ତ ରୋଗୀଙ୍କ ରୋଗ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବିତରଣ କରାଯାଇଥିଲା। ତେବେ ଡାକ୍ତର ତିରିଶ ଦିନର ଔଷଧ ଲେଖୁଥିବା ବେଳେ ରୋଗୀ ମାନଙ୍କୁ ଦଶ ଦିନର ଔଷଧ ଦିଆଯିବାରୁ ସଧାରଣରେ ଅସନ୍ତୋଷ ଦେଖା ଦେଇଥିଲା। ଶିବିରରେ ଅସ୍ଥିଶଲ୍ୟ ବିଭାଗରେ ୨୧୦ , ଭେଷଜ ବିଭାଗରେ ୪୦୦ , ସ୍ତ୍ରୀରୋଗ ଓ ପ୍ରସୂତୀ ବିଭାଗ ରେ ୭୪ , ଦାନ୍ତ ବିଭାଗ ରେ ୧୦୯ , ଚକ୍ଷୁ ବିଭାଗରେ ୧୯୬, ଶିଶୁ ୧୩୩ ଜଣ ରୋଗୀ ନାମ ପଞ୍ଜିକରଣ କରି ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷାକରିବା ସହିତ ପରାମର୍ଶ ଅନୁସାରେ ଔଷଧ ନେଇଥିଲେ। ଉକ୍ତ ସ୍ବାସ୍ଥ୍ୟ ମେଳାକୁ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡର ସିଇଓ ପ୍ରକାଶ ସିଂ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ବକ୍ତବ୍ୟ ମାଧ୍ୟମରେ କହିଥିଲେ ଆଜି ଭଳି ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଏହିପରି ଜନ ହିତ କାର୍ଯ୍ୟ କରାଯିବ। ବନ୍ଦର ପାଇଁ ଆବଶ୍ୟକ ରେଳ ରାସ୍ତାର ୬୦ ଭାଗ ଜମି ଅଧିଗ୍ରହଣ ହୋଇ ସାରିଛି। ସମୂଦ୍ର କୂଳରୁ ୩ କିଲୋମିଟର ସମୁଦ୍ର ଭିତରକୁ ସରକାରୀ ଜମିରେ ବନ୍ଦର ସ୍ଥାପନ କରାଯିବ । ଏଥି ପାଇଁ କେହି ବାସଚ୍ୟୁତ ହେବେ ନାହିଁ। ରେଳ ରାସ୍ତା ପାଇଁ ଜମି ହରାଇଥିବା ପରିବାର ପିଲାମାନଙ୍କୁ ବନ୍ଦରରେ ନୁହେଁ ଭେଣ୍ଡର ପାଟନାର ମାଧ୍ୟମର ଚାକିରି ଦିଆଯିବ । ଅନ୍ୟ ଅତିଥି ଭାବରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡା ବେଣୁଧର ହୋଇ ପ୍ରତାପପୁର ପଞ୍ଚାୟତର ସରପଞ୍ଚ କସ୍ତୁରୀବାଳା ପାତ୍ର,୨୩ ନମ୍ବର ଜୁନ ର ଜିଲ୍ଲା ପରିଷଦର ସଦସ୍ୟ ବେଣୁଧର ଜେନା,ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡରର ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ଉଦଘାଟନୀ ସଭାରେ ଉପସ୍ଥିତ ରହିଥିଲେ। ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ବିଳମ୍ବରେ ପହଞ୍ଚି ସ୍ବାସ୍ଥ୍ୟ ମେଳାକୁ ପରିଦର୍ଶନ କରିବା ସହିତ ବନ୍ଦର କତୃପକ୍ଷଙ୍କ ଜନହିତକର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।ବନ୍ଦର ଚୌମୁଖରେ ନିଶ୍ଚିତ ହେବ। ବନ୍ଦର ହେଲେ ସେ ଅଂଚଳର ବିକାଶ ନହେବାର ତିଳେମାତ୍ର ସନ୍ଦେହ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଜାମସେଦପୁର ଟାଟା ଷ୍ଟିଲର ସିଏଚଆରଓ ବିକାଶ କୁମାରଙ୍କ ସହିତ ସୁବର୍ଣ୍ଣରେଖା ବନ୍ଦରର ବହୁ କାର୍ଯ୍ୟରତ ଅଧିକାରୀ ମେଳାରେ ଯୋଗ ଦେଇଥିଲେ। ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀଙ୍କ ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତର ସଦସ୍ୟ,ସରପଞ୍ଚଙ୍କ ସହିତ ସ୍ଥାନୀୟ ସେଛାସେବୀ ମାନେ ବିଭିନ୍ନ ବିଭାଗର କାର୍ଯ୍ୟ ତୁଲାଇଥିଲେ। ପ୍ରସୂତୀ ବିଭାଗ ରେ ଡା ବେଣୁଧର ହୋଇ, ଶିଶୁ ରୋଗ ବିଭାଗ ଡ଼ା ନମିତା ନାୟକ, ସର୍ଜିକାଲ ସ୍ପେଶାଲିଷ୍ଟ ଡ଼ା ରଞ୍ଜନ କୁମାର ନାୟକ, ମେଡିସିନ ସ୍ପେଶାଲିଷ୍ଟି ଡ଼ା ସୁଶାନ୍ତ କୁମାର ମହାରଣା, ଚକ୍ଷୁ ବିଶେଷଜ୍ଞ ଡା ସୁଜିତ ନାରାୟଣ ମହାପାତ୍ର, ଡେଣ୍ଟାଲ ସର୍ଜନ ହରିପଦ ଦାସ ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କୁ ଚିକିତ୍ସା କରିଥିଲେ।