କଣ୍ଟାବାଞ୍ଜି: କଣ୍ଟାବାଞ୍ଜି କେଭି ଡିଗ୍ରୀ କଲେଜରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଯୋଗ ଦିବସ ପାଳନ ଅବସରରେ ଯୋଗ ଗୁରୁ ଶ୍ରୀ ପଣ୍ଡା ବହୁ ଭଲ ଭାବରେ ଯୋଗ ଦିବସ ପାଳନ ସହ ସମସ୍ତଙ୍କୁ ଶିଖାଇ ଥିଲେ କେଉଁ ଯୋଗ କେଉଁ ଉପକାର କରେ ସବୁ ବର୍ଣ୍ଣନା କରିଥିଲେ, ଛାତ୍ରଛାତ୍ରୀମାନେ ମଧ୍ଯ ଏହି ଯୋଗ ଦିବସକୁ ସଫଳ କରିବା ପାଇଁ ନିଜ ନିଜର ଘରେ ପ୍ରତିଦିନ ଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି, କଲେଜ ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ମିଶ୍ର ଏହି ଯୋଗ ଦିବସ ପାଳନ କରିବା ପାଇଁ ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ତଥା ସେ ଛାତ୍ରଛାତ୍ରୀଙ୍କ ଉନ୍ନତିକରଣ ପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି ଓ ତାଙ୍କ ସହିତ ଛାତ୍ରଛାତ୍ରୀ ମାନେ ସହଯୋଗ କରିଆସୁଛନ୍ତି, ଅନ୍ୟ ପକ୍ଷରେ ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଚଟୁଅନକା ଗ୍ରାମରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଚଟୁଅନକାସ୍ଥିତ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା କବ ମାଷ୍ଟର ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ବରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯୋଗ ଉପରେ ସବିଶେଷ ଆଲୋଚନା କରିବା ସହିତ ଯୋଗ ଅଭ୍ୟାସ କରାଯାଇଥିଲା।ବିଦ୍ୟାଳୟର କବ ୟୁନିଟର ଛାତ୍ରମାନେ ବିଭିନ୍ନ ପ୍ରକାରର ବ୍ୟାୟାମ ଓ ଯୋଗ ପ୍ରଦର୍ଶନ କରିବା ସହିତ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଶିଖେଇ ଥିଲେ।ଚଳିତ ବର୍ଷର ବିଷୟବସ୍ତୁ ମାନବତା ପାଇଁ ଯୋଗକୁ ସର୍ବବିଦିତ କରିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ।ଶିକ୍ଷକ କିଶୋର ବରିହା ଓ ଶିକ୍ଷୟିତ୍ରୀ ଦେବକୀ ତାଣ୍ଡୀ, ଥମିର ଛତ୍ରିଆ ସହଯୋଗ କରିଥିଲେ।ଠିକ ସେହିପରି ଅଙ୍ଗନବାଡ଼ି ଖ କେନ୍ଦ୍ରରେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ,ମହିଳା ସ୍ୱାସ୍ଥ୍ୟ କର୍ମୀ ନମିତା ମିଶ୍ର, ସମାଜସେବୀ ଥମିର ଛତ୍ରିଆ, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ,ବାସନ୍ତୀ ସୁନାନୀ,ଆଶାକର୍ମୀ ସୂର୍ଯ୍ୟକାନ୍ତୀ ମାଝୀ, ଜେମାମଣି କଲେତ ଉପସ୍ଥିତ ଥିଲେ।କିଶୋରୀ ବାଳିକା ଓ ମାଆମାନଙ୍କୁ ଯୋଗର ଉପକାରିତା ଉପରେ ଶ୍ରୀ ଦାଶ ଆଲୋକପାତ କରିଥିଲେ।ତାପରେ ଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କୁମଦିନୀ ମାଝୀ, ଜୟକାନ୍ତୀ ମାଝୀ, ଲକ୍ଷ୍ମୀକାନ୍ତୀ ମାଝୀ, ରୋହିଣୀ ନିଆଲ,ନନ୍ଦିନୀ ଛତ୍ରିଆ, ଟିକେଶ୍ୱରୀ ନିଆଲ, ଲୀନା ନିଆଲ,ଜ୍ୟୋତ୍ସ୍ନା ମାଝୀ ଉପସ୍ଥିତ ରହି ସଫଳ କରିଥିଲେ । ତଥା ବିଜେଡ଼ି ପକ୍ଷରୁ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି ବିଜେଡ଼ି ବିଧାୟକ ପାର୍ଥି ଅଜୟ ଦାସଙ୍କ ନେତୃତ୍ବରେ ପାଳିତ ହୋଇଯାଇଛି