ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢାଇଲା ହେମନ୍ତ ରଥ ଫାଉଣ୍ଡେସନ

ଭୁବନେଶ୍ୱର : ସ୍ଥାନୀୟ ଜଳଦେବଭବନ ଠାରେ ଆଜି ଦିବ୍ୟାଙ୍ଗମାନଙ୍କୁ ସହାୟତାର ହାତ ବଢାଇଛି ହେମନ୍ତରଥ ଫାଉଣ୍ଡେସନ । ଫାଉଣ୍ଡେସନର ଅଧ୍ୟକ୍ଷ ଦିଗମ୍ବର ବିଶ୍ୱାଳଙ୍କ ଉପସ୍ଥିତିରେ ସଂସ୍ଥାର କର୍ମକର୍ତ୍ତାମାନେ ଦୁଇଶହରୁ ଅଧିକ ଦିବ୍ୟାଙ୍ଗଙ୍କୁ ସିଲାଇମେସିନ, କମ୍ବଳ, ଶୁଖିଲାଖାଦ୍ୟ ଆଦି ବଣ୍ଟନ କରିଥିଲେ ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦିବ୍ୟାଙ୍ଗମାନେ ଏହାକୁ ଗ୍ରହଣ କରିଥିଲେ । ଆଜିର ଏହି ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ବ୍ରହ୍ମାନନ୍ଦ ଦାସ, ଡକ୍ଟର ବିଷ୍ଣୁ ସାହୁ, ସୁନନ୍ଦ ବେହେରା, ଋଷି ଶର୍ମା, ଇଂ ଦୁର୍ଗାପ୍ରସାଦ କର, ପୁଷ୍କର ବେହେରା, ସୁଚରିତା ମିଶ୍ର, ମନୋଜ ଷଡଙ୍ଗୀ, ଦେବଦତ୍ତ ମିଶ୍ର, ଦ୍ୱାରିକାନାଥ ଖୁଣ୍ଟିଆ, ଇଂ ମୋନିକା ନାୟକ, ଇଂ ମନୋଜ ନାୟକ, ପ୍ରଜ୍ଞା ପ୍ରିୟଦର୍ଶନୀ ରଥ ପ୍ରମୁଖ ସହଯୋଗ କରିଥିଲେ ।

ଦିବ୍ୟାଙ୍ଗକୁ ଆତ୍ମନିର୍ଭରଶୀଳ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ପ୍ରତିବର୍ଷ ଫାଉଣ୍ଡେସନ ପକ୍ଷରୁ ଏଭଳି ସହାୟତା ପ୍ରଦାନ କରାଯାଇ ଆସୁଛି । ଆଜି ସହାୟତା ପାଇଥିବା ଦିବ୍ୟାଙ୍ଗମାନେ ଫାଉଣ୍ଡେସନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଏଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ ।

ସେହିଭଳି ଶୀତ ସମୟରେ ଫାଉଣ୍ଡେସନ ପକ୍ଷରୁ ଯେଭଳି କମ୍ବଳ ପ୍ରଦାନ କରାଇଥିଲା ତାହା ସେମାନଙ୍କ ପାଇଁ ଆବଶ୍ୟକ ଥିବା ବହୁ ଦିବ୍ୟାଙ୍ଗ କହିଥିଲେ । ଜୟଦେବଭବନ ସମ୍ମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାଧାରଣ ଲୋକେ ଉପସ୍ଥିତ ରହି ଫାଉଣ୍ଡେସନ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ କାର୍ଯ୍ୟକ୍ରମୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.