ରାଜ୍ୟପାଳଙ୍କ ଦ୍ୱାରା ‘ସେଣ୍ଟର ଫର ସାଇଟ୍‌’ ଉଦ୍‌ଘାଟିତ

ଭୁବନେଶ୍ୱର : ମଣିଷର ଇନ୍ଦ୍ରିୟମାନଙ୍କ ମଧ୍ୟରେ ଆଖିର ଭୂମିକା ସର୍ବଗରିଷ୍ଠ । ଆଖି ମାଧ୍ୟମରେ କେବଳ ଦେଖାଯାଏ ନାହିଁ, ଏହା ବିବିଧ ଭାବ ପ୍ରକାଶର ମାଧ୍ୟମ ଭାବରେ ଉପଯୋଗ ହୁଏ । ଏଣୁ ଆଖିର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ତେ ଯନିବାନ ହେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ଆଜି ଭୁବନେଶ୍ୱରରେ ‘ସେଣ୍ଟର ଫର ସାଇଟ୍‌’ର ୫୧ତମ ଶାଖାକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ ଏଭଳି ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ରାଜକୁମାର ଶର୍ମା, ଲୋକାୟୁକ୍ତର ସଭ୍ୟ ଡ. ଆର୍‌.ପି. ଶର୍ମା, ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେଣ୍ଟର ଫର ସାଇଟ୍‌ର ବିଶେଷ ଯୋଗଦାନ ସଂପର୍କରେ ଆଲୋଚନା କରିଥିଲେ ।

ସେଣ୍ଟର ଫର୍‌ ସାଇଟ୍‌ର ଅଧ୍ୟକ୍ଷ ଡ. ମହିପାଳ ଏସ୍‌. ସଚ୍‌ଦେବ ଅନୁଷ୍ଠାନର ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଉପଲବ୍ଧ ଚିକିତ୍ସା ସୁବିଧା ସଂପର୍କରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.