ପାଣି ଟୋପାଏ ପାଇଁ ଡହକ ବିକଳ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଅଞ୍ଚଳରେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି ! ପୂର୍ବାହ୍ନ ୧୧ ଟା ରୁ ରାସ୍ତା ଘାଟ ଶୁନ୍ ଶାନ ହୋଇ ପଡ଼ୁଛି ! ପ୍ରଚଣ୍ଡ ଖରାରେ ଲୋକେ ଡହଲ ବିକଲ ହୋଇ ପଡ଼ୁଛନ୍ତି ! ଏଭଳି ସ୍ଥିତିରେ ଅଞ୍ଚଳରେ ଜନଗହଳି ପୂର୍ଣ୍ଣ ତଥା ବିଭିନ୍ନ ଗଛ ସ୍ଥାନ ଗୁଡିକରେ ଜଳଛତ୍ର ଖୋଲିବାକୁ ଦାବି ହେଉଛି ! ଗ୍ରୀଷ୍ମ ପ୍ରବାହ ରେ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବା ସହ ଦିନ ୧୧ ଟା ପରେ ଘାଟ ଜନଶୂନ୍ୟ ହୋଇପଡୁଛି ! ପଥିକ ମାନେ ରାସ୍ତା ରେ ଯିବା ଆସିବା ବେଳେ ଟାଣ ଖରା ଯୋଗୁଁ ଥକି ପଡି ପାଣି ବୁନ୍ଦାଏ ପିଇବା ପାଇଁ ହଇରାଣ ହେଉଛନ୍ତି ! ଅଞ୍ଚଳରେ ଜଳଛତ୍ର ଖୋଲାଯାଇ ନଥିବାରୁ ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି ! ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ଏଥିପ୍ରତି ଦୃଷ୍ଟି ଦେଇ ଖପ୍ରାଖୋଲ ଅଞ୍ଚଳରେ ତୁରନ୍ତ ଜଳଛତ୍ର ଖୋଲିବାକୁ ଆବଶ୍ୟକ ପଦକ୍ଷେପ ନେବାପାଇଁ ଦାବୀ ହେଉଛି !

Leave A Reply

Your email address will not be published.