ଖଇରା,- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅନ୍ତରା ଠାରେ ଥିବା ଅଗଣି ନରେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ଯକ୍ଷ ରାଜେନ୍ଦ୍ର କୁମାର ଦାସମହାପାତ୍ରଙ୍କ ସଭାପତିତ୍ବରେ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଘାଟନୀ ଅଭିଭାଷଣରେ ଆତ୍ମ ସୁରକ୍ଷା ତାଲିମ ବର୍ତ୍ତମାନ ସମାଜରେ ବାଳିକା ମାନଙ୍କ ପାଇଁ ବରଦାନ ସଦୃଶ ବୋଲି ଅଧ୍ଯକ୍ଷ ଶ୍ରୀ ଦାସମହାପାତ୍ର ବକ୍ତବ୍ୟରେ କହିଥିଲେ । ଅର୍ଥନୀତି ବିଭାଗର ଅଧ୍ଯାପକ ଶରତ ଚନ୍ଦ୍ର ମହାରଣା ଏହି ଶିକ୍ଷା ବାଳିକା ମାନଙ୍କର ଆତ୍ମ ବିଶ୍ବାସ ବଢାଇବାରେ ସହାୟକ ହୋଇପାରିବ ବୋଲି କହିଥିଲେ । ସଂସ୍କୃତ ବିଭାଗର ଅଧ୍ଯାପକ ନରୋତ୍ତମ ରଥ ଏହି ତାଲିମ ସମାଜକୁ ଶୃଙ୍ଖଳିତ କରି ପାରିବ ବୋଲି ବକ୍ତବ୍ୟ ରଖିଥିଲେ । ବାଣିଜ୍ୟ ବିଭାଗର ଅଧ୍ଯାପକ ଶ୍ରୀଧର ଦେବତା ବାଳିକା ସୁରକ୍ଷା ପାଇଁ ଏହି ତାଲିମ ଏକ ଅଭିନବ ଉପାୟ ବୋଲି ମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ବନମାଳୀ ଉପାଧ୍ୟାୟ ନିଜର ଧନ୍ୟବାଦ ଅଭିଭାଷଣରେ ବାଳିକା ମାନଙ୍କର ଆତ୍ମ ବଳ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିବା ସଙ୍ଗେ ସଙ୍ଗେ ନାରୀ ଦୁର୍ଗାଙ୍କର ରୂପ ବୋଲି ଅଭିହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ଯାପକ, ଅଧ୍ଯାପିକା ଓ ଶିକ୍ଷା କର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।।