ଅସ୍ତରଙ୍ଗ – ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଗ୍ରୀଷ୍ମ ସମୟରେ ବିଶୁଦ୍ଧ ପାନୀୟ ଜଳର ସମସ୍ୟାକୁ କାକଟପୁର ବିଧାୟକ ତଥା କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ଏବଂ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ କୁମାର ନାୟକ ଅତି ଗୁରୁତ୍ବ ସହ ନେଇ ରାଜ୍ଯ ସରକାରଙ୍କ ବିଭାଗୀୟ ପଂଚାୟତରାଜ ଓ ପାନୀୟ ଜଳ ପ୍ରକଳ୍ପର ଉଚ୍ଚ ପଦାଧିକାରୀଙ୍କ ଦୂଷ୍ଟି ଆକର୍ଷଣ କରିବା ସହିତ ପାନୀୟ ଜଳ ଯୋଗାଇଦେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ପରେ ରାଜ୍ଯ ସରକାର ସମସ୍ୟା ପ୍ରତି ଗୁରୁତ୍ୱ ଦେଇ’ ଜଳ ଜୀବନ ମିଶନ ‘ ମେଗା ପ୍ରକଳ୍ପ ଦ୍ବାରା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଉପକୂଳବର୍ତ୍ତୀ ୫୫ ଗ୍ରାମ, ଗୋପ ବ୍ଲକ ଅନ୍ତର୍ଗତ ୫୧ ଗ୍ରାମ ସମେତ କାକଟପୁର ବ୍ଲକ ଅନ୍ତର୍ଗତ ୪୭ ଗ୍ରାମ ପାଇଁ ସମୁଦାୟ ୧୭୦ କୋଟି ୭୪ ଲକ୍ଷ ଅନୁଦାନ ମଂଜୁରୀ କରିଛନ୍ତି। ଏହି ମେଗା ପ୍ରକଳ୍ପ ଦ୍ବାରା ପାଣି ବିଶୋଧନାଗାର, ପାଣି ଗଛିତ ରଖି ଶତାଧିକ ଲୋକମାନଙ୍କୁ ଏହି ସୁବିଧା ଏବଂ ସହଜରେ ପାଇପ୍ ମାଧ୍ଯମରେ ପାନୀୟ ଜଳ ପାଇବା ସହିତ ଦୀର୍ଘ ଦିନର ସମସ୍ୟାରୁ ଅଚଂଳ ବାସୀ ମୁକ୍ତି ପାଇବା ନେଇ ଉପାଧ୍ୟକ୍ଷ ଶ୍ରୀ ନାୟକ ମତପ୍ରକାଶ କରିଛନ୍ତି।ବିଶେଷ ଭାବେ ନଗର, ନୂଆଗଡ଼, ଝାଡ଼ାଲିଙ୍ଗ, ଛୁରିଅନା ପଞ୍ଚାୟତବାସୀ ଉପକୃତ ହେବେ। ରାଜ୍ୟ ସରକାରଙ୍କ ଏଭଳି ଦୂଷ୍ଟାନ୍ତମୂଳକ ପଦକ୍ଷେପ ପାଇଁ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ ନାୟକ ମାନ୍ୟବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଭି. କେ ପାଣ୍ଡିଆନଙ୍କୁ ଧନ୍ଯବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି।