ଚଳିତ ବର୍ଷ ଏକଜୁଟରେ ପାଳନ ହୋଇଛି ପର୍ବ, ରାଲିରେ ହଜାର ହଜାର ସଂଖ୍ୟାରେ ଭିଡ
କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେକର୍ଡ଼ରେ ପ୍ରଥମକରି ଏବର୍ଷ ରାମ ନବମୀ ପାଳନ କରାଯାଇଛି I ସମସ୍ତ ହିନ୍ଦୁ ପ୍ରଥାର ଛୋଟ ରୁ ନେଇ ବୟସ୍କା ସମସ୍ତେ ରାଲି ଶୋଭାଯାତ୍ରାରେ ବାହାରି ସାମିଲ ହୋଇଥିଲେ I ଭଗବାନ ଶ୍ରୀ ରାମ ଚନ୍ଦ୍ରଙ୍କ ଜୟ ଜୟକାର କରି ସହର ପରିକ୍ରମା କରିଥିଲେ, ଏହି ରାଲିରେ ଯାଉଥିବା ଭକ୍ତ ମାନଙ୍କୁ ପାଣି ପିଆଇ ଅନେକ ଗୁଡିଏ ସେବା ସଂସ୍ଥା ସେବା କରିଥିବା ବେଳେ, ମାରୱାଡି ୟୁବା ମଞ୍ଚ, ଠେଲା ସଂଘ, ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି ରହିଥିଲା ସମସ୍ତଙ୍କୁ ଜଳ ପାନ ପିଆଇ ସେବା କରିଥିଲେ I ବୃନ୍ଦାବନ ରୁ ସଦ ଗୁରୁ ରିତେଶର ମହାରାଜ ପ୍ରବଚନ କାର୍ଯ୍ଯକ୍ରମ ଶୁଭାରମ୍ଭ କରିଥିଲେ, ଓ ରାଲିରେ ଯୋଗଦାନ ଦେଇ ଅଞ୍ଚଳ ବାସୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ସଫଳ ହୋଇଥିଲେ I ଅନ୍ୟ ପକ୍ଷରେ ବଜରଙ୍ଗ ଦଳ ପକ୍ଷରୁ କଣ୍ଟାବାଞ୍ଜିକୁ ବହୁତ ସୁନ୍ଦର ଭାବରେ ସଜାଯାଇଥିଲା, ପ୍ରଥମେ ବାଇକ ଯୋଗେ ରାଲିରେ ବାହାରି ସହର ପରିକ୍ରମା କରିଥିଲେ ପରେ ସନ୍ଧ୍ୟାରେ ମହିଳା ଓ ପୁରୁଷ ରୁ ନେଇ ଛୋଟ ବଡ଼ ସମସ୍ତେ ଚାଲି ଚାଲି ସହର ଭ୍ରମଣ କରି ରାମ ମନ୍ଦିରକୁ ଫେରି ଆସିଥିଲେ ଓ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା ହୋଇଥିଲା I ଚଳିତ ବର୍ଷ ଯେଉଁ ଭଳି ଭାବରେ ଏହି ରାମ ନବମୀ ପର୍ବ ପାଳନ କରିଛନ୍ତି ତାହା ଯିଏ ଦେଖିଲେ ସିଏ ମଧ୍ଯ ସାମିଲ ହୋଇ ଯାଉଥିଲେ I ଏନେକ ଲୋକ ଏହା ଏକ ଖୁସିର ବାର୍ତ୍ତା ବୋଲି ବୋଲି କହୁଥିବା ବେଳେ ଏନେକ ଲୋକ କହିଛନ୍ତି ଆଗାମୀ ଦିନରେ ମଧ୍ଯ ଏଭଳି ଭାବରେ ସମସ୍ତ ତିହାର ପର୍ବ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି I ଏହି ଏକଜୁଟ କୁ ବିରୋଧ କରୁଥିବା ଖଳ ପ୍ରକୃତିର ଲୋକ ଦେଖିଲେ ସେ ନିଜେ ପଛେଇ ଜୀବ, ଠେଲା ସଂଘର କର୍ମକର୍ତ୍ତା ମାନେ ହନୁମାନ ମନ୍ଦିର ନିକଟରେ ପାଣି ଦେଇ ସେବା କରୁଥିବା ବେଳେ ମାରୱାଡି ୟୁବା ମଞ୍ଚ ଏମଏଲଏ ଅଫିସ ସମ୍ମୁଖରେ ପାଣି ଦେଉଥିବା ବେଳେ କଣ୍ଟାବାଞ୍ଜି ପୋଲିସ ଥାନା ସମ୍ମୁଖରେ ଥାନା ଅଧିକାରୀ ସତ୍ୟଜିତ ଖଣ୍ଡେକର ଓ ଏସଡିପିଓ ହୃଷୀକେଶ ମେହେର, ମୁରିବାହାଲ ଥାନା ଅଧିକାରୀ ଜ୍ୟୋତି ରାଣୀ ଦାସ, ତୁରେକେଲା ଥାନା ଅଧିକାରୀ ମୁର୍ମୁ ନିଜେ ପାଣି ଦେଉଥିବା ବେଳେ ଏନେକ ସ୍ଥାନରେ ଏନେକ ସେବା କାରୀ ଲୋକମାନେ ପାଣି ଦେବାର ବ୍ୟବସ୍ଥା କରିଥିଲେ I ବିଜୁ ଜନତା ଦଳ ବିଧାୟକ ପାର୍ଥି ଅଜୟ ଦାସ, ବିଜେପି ଦଳର ବିଧାୟକ ପାର୍ଥି ଲକ୍ଷ୍ମଣ ବାଗ, କଂଗ୍ରେସ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ I