ଖପ୍ରାଖୋଲ:- କେନ୍ଦୁପତ୍ର କର୍ମଚାରୀ , ତୋଲାଲି , ବନ୍ଧାଳୀମାନଙ୍କ ବୋନସ , ପ୍ରୋତ୍ସାହନ ଭତ୍ତା , ମଜୁରୀ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ପ୍ରଦାନ କରିବା ପାଇଁ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଓଡିଶା ଙ୍କୁ ଦାବୀ କରାଯାଇଥିଲା । କେନ୍ଦୁପତ୍ର ସଂସ୍ଥା ଏକ ଲାଭ ଜନକ ପ୍ରତିଷ୍ଠାନ ହୋଇଥିବାରୁ ଓଡିଶା ସରକାର କେନ୍ଦୁପତ୍ର ବିଭାଗ ରେକାର୍ଯ୍ୟରତ ଏବଂ ଅନ୍ୟ କାର୍ଯ୍ୟ ରେ ସମ୍ପୃକ୍ତ ଥିବା ଶ୍ରମିକ , କର୍ମଚାରୀ , ତୋଳାଳୀ , ବନ୍ଧାଳୀ ମାନଙ୍କ ବୋନସ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ସେଥି ମଧ୍ୟରୁ କେରି ପ୍ରତି ୨୦ ପଇସା ଦର ବୃଦ୍ଧି ଅର୍ଥାତ ପ୍ରଚଳିତ ଦର ୧ଟଙ୍କା ୨୦ ପଇସା ରୁ ୧ ଟଙ୍କା ୪୦ ପଇସା କୁ ବୃଦ୍ଧି କରାଯାଇଛି । ସେହିପରି ଶତକଡା ୫୦ଭାଗ ବୋନସ , ବନ୍ଧେଇ ଶ୍ରମିକ ଓ ଋତୁ କାଳୀନ କର୍ମଚାରିଙ୍କ ପାଇଁ ଶତକଡା ୧୦ ଭାଗ ପ୍ରୋତ୍ସାହନ ସହାୟତା ବ୍ୟବସ୍ଥା କରାଯାଇଥିବା ବେଳେ ତୋଲାଲିଙ୍କ ସାମାଜିକ ନିରାପତ୍ତା ସହାୟତା ପାଇଁ ୨୦ ଚଟା ପରିବର୍ତ୍ତେ ୧୦ ଚଟା ଧର୍ଯ୍ୟ କରାଯାଇଛି ଓ ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ୧୦୮ବଣ୍ଡଲ ପତ୍ର ବନ୍ଧେଇ , ବନ୍ଧେଇ ଶ୍ରମିକ କୁ ମଶାରୀ , କମ୍ବଳ ପାଇଁ ୭୦୦ ଟଙ୍କା ଦେବା ପାଇଁ ମଞ୍ଜୁର କରିଛନ୍ତି ଏବଂ ତୋଲାଲି ଓ କର୍ମଚାରୀ ଙ୍କୁ ଟୋପି ବାବଦରେ ୧୦୦ ଟଙ୍କା ମଞ୍ଜୁରୀ କରିଛନ୍ତି ଏବଂ ପୋଷାକ କିଣିବା ବାବଦକୁ ସହାୟତା ରାଶି ୨୦୦ ଟଙ୍କା ବୃଦ୍ଧି ହୋଇଛି.ସଂଘ ର ଅନ୍ୟ ଦାବୀ ଗୁଡିକୁ ମଧ୍ୟ ପୂରଣ କରିବା ପାଇଁ ଜଙ୍ଗଲ ଏବଂ ପରିବେଶ ବିଭାଗ ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ବୋଲି ସଂଘ ପ୍ରକାଶ କରିଛି । ସରକାର ଙ୍କ ଶ୍ରମିକ କର୍ମଚାରୀ ମାନଙ୍କ ମଙ୍ଗଳ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ସଂଘ ର ସଭାପତି ନିରଞ୍ଜନ ବିଶି , କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ଧରୁଆ , ଉପସଭାପତି ଭୋଜରାଜ ବରିହା , ସମ୍ପାଦକ ଲଳିତ ମଲ୍ଲିକ , ସହ ସମ୍ପାଦକ ଗିରିଧାରୀ ଭୋଇ , ଘନ ଭୋଇ , ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।