ସ୍ୱର୍ଗତ ପ୍ରାଣକୃଷ୍ଣ ବିଶ୍ଵାଳ ଙ୍କ ଜୟନ୍ତୀ ସମାରୋହ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ବାଲିଆପାଳ :  ବାଲିଆପାଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପ୍ରାଣକୃଷ୍ଣ ଚାରିଟାବଲ ଟ୍ରଷ୍ଟ ପକ୍ଷରୁ  ଶୁକ୍ରବାର ଜଗାଇ ପଦ୍ମଲୋଚନ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରାଣକୃଷ୍ଣ ବିଶ୍ଵାଳ ଙ୍କ ଜୟନ୍ତୀ ସମାରୋହ ଓ ପୁସ୍ତକ ଲୋକାର୍ପଣ ଉତ୍ସବ  ଅନୁଷ୍ଠିତ ହେଇଯାଇଛି।  କୃଷ୍ଣଚନ୍ଦ୍ରପିପିଲି ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଦୟାନିଧି ସାହୁ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସଭାରେ  ମୁଖ୍ୟ ଅତିଥି ଭାବେ କବି ତଥା ଦୀନକୃଷ୍ଣ ସ୍ମୃତି ପରିଷଦର ସମ୍ପାଦକ ବିପିନ ବିହାରୀ ବିଶ୍ୱାଳ ,ମୁଖ୍ୟ ବକ୍ତା ଭାବେ କୃଷ୍ଣ ଚନ୍ଦ୍ର ପିପିଲି ମହାବିଦ୍ୟାଳୟ ର ପୂର୍ବତନ ଓଡ଼ିଆ ଅଧ୍ୟାପକ ରବୀନ୍ଦ୍ର ବିଶ୍ୱାଳ ଯୋଗ ଦେଇ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ଜୀବନୀ ଓ ତାଙ୍କ ଲିଖିତ ସୁନାଝିଅ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ବିମଳ ଜେନା, ଶିଶୁସାହିତ୍ୟିକ କାଳିକିଙ୍କର ଦାସ, କବି ବ୍ରଜେନ୍ଦ୍ର ଗିରି,ସୁରେନ୍ଦ୍ର ପରିଡା, ଶିଶିର ହାଜିରା, ନାରାୟଣ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ଵକ୍ତବ୍ୟ ରଖିଥିଲେ। ସ୍ୱର୍ଗତ ପ୍ରାଣକୃଷ୍ଣ ବିଶ୍ୱାଳ ଙ୍କ ଝିଅ,  କବି ଡ ମନୋରମା ବିଶ୍ୱାଳ ମହାପାତ୍ର ନିଜ ପିତାଙ୍କ ସାହିତ୍ୟିକ ଜୀବନ ଓ ସାମାଜିକ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। କବି ଓ ଶିକ୍ଷକ ନଳିନୀ କାନ୍ତ ପାଢ଼ୀ ମଂଚ ଆବାହନ ଓ ପ୍ରାକ ସୂଚନା ପ୍ରଦାନ କରିଥଲେ।ଅଧ୍ୟାପିକା ଦମୟନ୍ତି ଜେନା ବେଦ ପାଠ, ଓ କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟର ଛାତ୍ରୀ ଛାତ୍ର ଉତ୍କଳ ବନ୍ଦନା ଗାନ କରିଥିଲେ। କବି ନଳିନୀ କାନ୍ତ ପାଢ଼ୀଙ୍କ ରଚିତ କବିତା ସଂକଳନ” ସୂର୍ଯ୍ୟାସ୍ତର ଶେଷକଥା” ଓ ଶିଶିର ହାଜିରାଙ୍କ  ଇଂରାଜୀ କବିତା ପୁସ୍ତକ “ଦ ପଏମ ଅଫ ରିଏଲ ଥଟ”କୁ ଅତିଥି ମାନଂକ ଦ୍ୱାରା  ଉନ୍ମୋଚନ କରଯାଇଥିଲା। ।ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ କବି ବିମଳ ଜେନା ଓ ଶିଶୁ ସାହିତ୍ୟିକ କାଳିକିଙ୍କର ଦାସ ଙ୍କୁ ପ୍ରାଣକୃଷ୍ଣ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।କପିଳ ଦାସ, ଅର୍ଧେନ୍ଦୁ ପାଣିଗ୍ରାହୀ, ସ୍ନେହଲତା ନାୟକ, କୃଷ୍ନା କଲ୍ୟାଣି ନାୟକ, ଦିବାକର ବେହେରା, ରବୀନ୍ଦ୍ର ଦତ୍ତ, ଉପସ୍ଥିତ ଥିଲେ। ଶ୍ରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଜଗାଇ ମହାବିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ ସମସ୍ତ କାର୍ଯ୍ଯ ରେ ସହଯୋଗ  କରିଥିଲେ।

Leave A Reply

Your email address will not be published.