କେନ୍ଦ୍ରାପଡ଼ା : ସିମା ରେ ସେବା ଯୋଗାଉଥିବା ଜଣେ ବି. ଏସ. ଏଫ ଯବାନ ତଥା ସେନା କର୍ମଚାରୀଙ୍କ ଦବଙ୍ଗଗିରି ଓ ଆକ୍ରମାଣତ୍ମକ ବ୍ୟବହାର ଏବେ ପଦା ରେ ପଡିଛି. ଘରେ ପଶି ମାରପିଟ କରିବା ଓ ଜୀବନ ରୁ ମାରିଦେବା କୁ ଧମକ ଦେବା ପରି ସଙ୍ଗିନ ଅଭିଯୋଗ ଆସିଛି ପାଟକୁରା ଅନ୍ତର୍ଗତ ଆୟତପୁର ଗ୍ରାମ ର ଉକ୍ତ ସେନା କର୍ମଚାରୀ ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ବିରୁଦ୍ଧରେ ରେ. ଏନେଇ ପାଟକୁରା ଥାନା ରେ ମାମଲା ରୁଜ୍ଜୁ ହୋଇଛି. ଅଭିଯୋଗ ଅନୁଯାୟୀ ବି.ଏସ.ଏଫ ରେ କାର୍ଯ୍ୟରତ ଥିବା ପ୍ରଫୁଲ୍ଲ ସାମନ୍ତ ରାୟ ନିଜ ଗ୍ରାମ ଆୟତପୁର ସ୍ଥିତ ଘରପାଖ ଏକ ପରିବାର ପ୍ରକାଶ ସାମନ୍ତରାୟ ଙ୍କ ଘରେ ପଶି ପ୍ରକାଶ ଙ୍କ ସମେତ ତାଙ୍କ ପରିବାର ଲୋକ ଙ୍କୁ ମାଡ଼ ମାରିଛନ୍ତି ଓ ଅସଭ୍ୟ ଭାଷା ରେ ଗlଳିଗୁଲଜ କରିଛନ୍ତି. ପ୍ରକାଶଙ୍କ ସ୍ତ୍ରୀ କଲ୍ୟାଣୀ ସାମନ୍ତରାୟ ଙ୍କୁ ମଧ୍ୟ ଘରୁ ଘୋଷାରି ଆଣି ଅମାନବିକ ଭାବେ ମାଡ଼ ମାରିଛନ୍ତି.
କାରଣ ହେଉଛି ଜାଗାବାଡି, ଜମିଜମା ବିବାଦ. ପ୍ରକାଶଙ୍କ ଘର ଦୁଆର ମୁହଁ ଖାଲ ଥିବାରୁ ମାଟି ପକାଉଥିବା ବେଳେ ସେନା କର୍ମଚାରୀ ପ୍ରଫୁଲ୍ଲ ସାମନ୍ତରାୟ ଆସି ଯୁକ୍ତିତର୍କ କରିବା ସହ ପ୍ରଫୁଲ୍ଲ ଙ୍କ ପରିବାର କୁ ଏହି ଭଳି ଆକ୍ରମଣ କରିଥିଲେ.
ସେ ସମୟ ର କିଛି ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିଲା.
ପାଟକୁରା ଥାନା ରେ ଏନେଇ ପ୍ରକାଶ ଙ୍କ ପରିବାର ଅଭିଯୋଗ କରିଛନ୍ତି. ତେବେ ଜଣେ ସେନା କର୍ମଚାରୀଙ୍କ ଏଭଳି ଆଚରଣ ରକ୍ଷକ ର ଭକ୍ଷକ ସାଜିବା ଭଳି ବୋଲି କହିପାରିବା.
ତେବେ ସେନା କର୍ମଚାରୀ ପ୍ରଫୁଲ୍ଲ ସାମନ୍ତରାୟ ଜୀବନରୁ ମାରିଦେବାକୁ ଧମକ ଦେଇଥିବାରୁ ପ୍ରକାଶ ଙ୍କ ପରିବାର ବର୍ତ୍ତମାନ ଭୟଭୀତ ଅବସ୍ଥା ରେ ଅଛନ୍ତି.