ଅଟୋ ବାଇକ ମୁହାମୁହିଁ ଧକା, ଏକ ମୃତ ଏକ ଗୁରୁତର

ବାଲିଆପାଳ : ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ କର୍ମଦା ମୁଖ୍ୟ ରାସ୍ତାର ଗଡା ପୋଲ ପୂର୍ବରୁ ଇଟାଭାଟି ଆଗ ରାସ୍ତାରେ ଶନିବାର ପ୍ରାୟତଃ ଦିନ ୨ଟା ସମୟ ରେ ଅଟୋ ବାଇକ ମୁହାମୁହିଁ ଧକାହେବା ଫଳରେ ବାଇକ ଚାଳକ ର ମୃତ୍ୟୁ ହୋଇଯାଇଛି। ଅନ୍ୟ ଦୁଇ ବାଇକ  ଆରୋହିର ରୁ ଜଣେ ଗୁରୁତର ହୋଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ ହୋଇଛି। ଅନ୍ୟ ଜଣେ ଆହତ ସହିତ ଦୁର୍ଘଟଣା ଘଟାଇଥିବା ଅଟୋ ଡ୍ରାଇଭରର ମଧ୍ଯ ଆହତ ହୋଇ  ବାଲିଆପାଳ ଗୋଷ୍ଠୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ବାଲିଆପାଳ ପୋଲିସ ହସ୍ପିଟାଲ ରେ ପହଞ୍ଚି ଅଟୋ ଡ୍ରାଇଭରକୁ ନିକ ହେପାଜତକୁ ନେଇଥିବାର ସୂଚନା ମିଳିଛି । ମୃତକ ବାଇକ ଚାଳକ ଜଣକ ହେଲେ ଭୋଗରାଇ ଥାନା ଅନ୍ତର୍ଗତ କୁମ୍ଭୀରଗଡି ପଞ୍ଚାୟତର ବାଉଁଶ ଖଣା ଗ୍ରାମର ଗୁଣାକର ବେହେରା ଙ୍କ ପୁତ୍ର ଅରୁଣ ବେହେରା (୪୨)।ଗୁରୁତର ଯୁବକ ଜଣକ ହେଲେ ଜଳେଶ୍ବର ଥାନା ଅର୍ନ୍ତଗତ ଆକନା ଗ୍ରାମର ପୁରୁଷୋତ୍ତମ ଦଳାଇଙ୍କ ପୁତ୍ର ଗୋପାଳ ଦଳାଇ(୩୦) । ଆହତ ଜଣକ ହେଲେ ଜଳେଶ୍ୱର ଥାନା ଅନ୍ତର୍ଗତ କି. ପଶ୍ଚିମବାଡ ଗ୍ରାମର  ତାପସ ମାଝି (୨୦)। ସୂଚନା ମୁତାବକ ଶିନିବାର ପ୍ରାୟତଃ ଦିନ ୨ଟା  ସମୟରେ ଅରୁଣ, ଗୋପାଳ, ତାପସ ଗୋଟିଏ ବାଇକରେ ବାଲିଆପାଳ ରୁ କାମ ସରି ଘରକୁ ଫେରୁ ଥିବ ସମୟ ରେ  ବାଲିଆପାଳ କମର୍ଦା ରାସ୍ତାର ଗଡ଼ାପୋଲ ପୂର୍ବରୁ ରାସ୍ତା ରେ OD019511 ଅଟୋ ସହିତ ଧକା ହୋଇଥିଲା ଫଳରେ ସମସ୍ତେ ଗାଡ଼ିରୁ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ।  ଅରୁଣ, ଗୋପାଳର ମୁଣ୍ଡରେ ଶକ୍ତ ଆଘାତ ଲାଗି ବହୁତ ରକ୍ତ ସ୍ରାବ ହୋଇଥିଲା।ସ୍ଥାନୀୟ ଲୋକମାନ ଘଟଣା ସ୍ଥଳ ରୁ ସମସ୍ତଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ସେଠାରେ ଡାକ୍ତର ଅରୁଣ କୁ  ମୃତ ଘୋଷଣା କରୁଥିବା ବେଳେ  ଗୁରୁତର ଥିବା ଗୋପାଳ କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ତାପସ ଓ ଅଟୋ ଡ୍ରାଇଭର ସନ୍ତୋଷ ବେହେରା ବାଲିଆପାଳ ରେ ଚିକିତ୍ସିତ ହେଉଥିବା ବେଳେ ବାଲିଆପାଳ ପୋଲିସ ଅଟୋ ଡ୍ରାଇଭର  ସନ୍ତୋଷ କୁ ହସ୍ପିଟାଲ ରୁ ନିଜ ହେପାଜତ କୁ ନେଇ ପଚରା ଉଚରା କରିବା ସହିତ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.