ବାଲିଆପାଳ : ବାଲେଶ୍ବର ଜିଲ୍ଲା ଲଙ୍ଗଳେଶ୍ବର ବନ ବିଭାଗ ଅଧିନସ୍ଥ ଚୋୖମୁଖ ସମୁଦ୍ର ବେଳଭୂମି ଏବେ ଅଲିଭ ରେଡ଼ଲି କଇଁଛଙ୍କ ଅଣ୍ଡା ଦାନା ସ୍ଥଳୀ ପାଲଟିଛି। ବର୍ଷାକୁ ଶହ ଶହ ଅଲିଭ ରିଡ଼ଲେ କଇଁଛ ପର୍ଯ୍ୟାୟ କ୍ରମେ ଆସି ଅଣ୍ଡା ଦେଇ ପୁଣି ସମୁଦ୍ରକୁ ଫେରି ଯାଆନ୍ତି। ପାଖ ପୁଖି ଦୁଇମାସ ମଧ୍ୟରେ ଅଣ୍ଡାରୁ ଶାବକ ଜନ୍ମ ନେଇ ସମୁଦ୍ରକୁ ଚାଲିଯାଆନ୍ତି। ସେହିପରି ରବିବାର ପ୍ରଥମ ପର୍ଯ୍ୟାୟ ରେ ଲଙ୍ଗଳେଶ୍ୱର ବନବିଭାଗ ଦ୍ଵାରା ଚୋୖମୁଖ ଠାରେ ସମୁଦ୍ରରେ ୧୩୯ଟି ଅଲିଭ ରିଡ଼ଲେ କଇଁଛ ଶାବକ ଛଡାଯାଇଥିବାର ସୂଚନା ମିଳିଛି। ଚୋୖମୁଖ ସମୁଦ୍ର ବେଳାଭୂମି ଅଲିଭ ରିଡଲେ କଇଁଛର ଅଣ୍ଡା ଦେବାପାଇଁ ଉପଯୁକ୍ତ ସ୍ଥାନ ହୋଇଥିଲେ ମଧ୍ଯ ଚାଳିତ ବର୍ଷ ବହୁ କମ ସଂଖ୍ୟକ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥିଲେ। ସେମାନେ ମୋଟ ୧୪୫ଟି ଅଣ୍ଡା ଦେଇଥିବାର ବନବିଭାଗ ପକ୍ଷରୁ ପ୍ରକାଶ। ସେହି ଅଣ୍ଡା ଗୁଡିକୁ ଅସ୍ଥାୟୀ ହେଚେରୀରେ ୫୨ଦିନ ରଖାଯିବା ପରେ ସେଥିରୁ ୧୩୯ ଶାବକ ଜନ୍ମ ନେଇଥିଲା । ଉକ୍ତ ଶାବକ ଗୁଡିକୁ ରବିବାର ସକାଳ ଲଙ୍ଗଳେଶ୍ୱର ବନବିଭାଗର ଫରେଷ୍ଟ ଗାର୍ଡ ହୃଷିକେଶ ପ୍ରଧାନ ସମୁଦ୍ରରେ ଛାଡି ଥିବା ନେଇ ଲଙ୍ଗଳେଶ୍ବର ବନବିଭାଗ ପକ୍ଷରୁ ସୂଚନା ମିଳିଛି।