ହରିଶଙ୍କର ସ୍ଥିତ ମା’ ବିନ୍ଧ୍ୟବାସିନୀ ମନ୍ଦିରରେ ଚୈତ୍ର ବାସନ୍ତୀକ ପୂଜା ମହୋତ୍ସବ

ଖପ୍ରାଖୋଲ :- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କର ସ୍ଥିତ ମା’ ବିନ୍ଧ୍ୟବାସିନୀ ମନ୍ଦିରରେ ଚୈତ୍ର ବାସନ୍ତୀକ ପୂଜା ମହୋତ୍ସବ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜ ପକ୍ଷରୁ ସମ୍ପନ୍ନ ହୋଇଯାଇଛି । ଏପ୍ରିଲ ୧୪ରୁ ୧୬ ପର୍ଯ୍ୟନ୍ତ ତିନିଦିନ ଧରି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ମା’ ବିନ୍ଧ୍ୟବାସିନୀଙ୍କ ନୀତିକାନ୍ତି ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା ଏବଂ ତାଙ୍କର ଧର୍ମ ପତ୍ନୀ କଲାବତି ବରିହା ପୂଜା କର୍ତ୍ତା ଭାବେ କାର୍ଯ୍ୟନିର୍ବାହ କରିଥିବା ବେଳେ ପୂଜକ ଟଙ୍କଧର ବରିହା ତାଙ୍କର ପତ୍ନୀ ବିଷ ବରିହା ମା’ଙ୍କ ପୂଜାର୍ଚନା କାର୍ଯ୍ୟନିର୍ବାହ କରିଥିଲେ । ସମାଜର ବ୍ଲକ ଉପସଭାପତି କେଶବ ବରିହା ବିମଲ ବରିହା ନାନ୍ଦୁପଲା ସଭାପତି ଶସିକାନ୍ତ ବରିହା , ବିରଞ୍ଚି ବରିହା କରୁଆଁଝୋର ଲାଠୋର ପଞ୍ଚାୟତ ବୁଡୁ ବରିହା ସଂପାଦକ ରତ୍ନାକର ବରିହା ମଏସନା ବୁଠି ବରିହା ବାଘ ବରିହା , ଟିକେଶ୍ୱର ବରିହା , ଶିଧେଇକେଲା ଦେବନାରୟଣ ବରିହା , ରୁଦ୍ରଦେବ ବରିହା , ରୋଉତୁ ଅମର ସଂ ବରିହା , ଜଲିଆ ଅରଜୁନ ବରିହା , ଠଣ ବରିହା କାର୍ତ୍ତିକ ବରିହା , ପିଛାଲୁ ବରିହା , ଜିଲ୍ଲା ଚପରାଶି ମିନୁ କମଲିଆ , ନାନ୍ଦୁପଲା ପଞ୍ଚାୟତ ଚପରାଶି ବୁଧୁ ବରିହା , ବ୍ଲକ ଚପରାଶି ରତ୍ନାକର ବରିହା ଏବଂ ସମସ୍ତ ଭାଇ ଭଉଣି ମାନ୍ୟଗଣ୍ୟ ଅତିଥି ଗୁରୁଜନ ମାନେ ଉପସ୍ଥିତ ଥିଲେ । ସମସ୍ତ ଶ୍ରଦ୍ଧାଳୁମାନଙ୍କ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା । ଏଥିରେ ସର୍ବ ଭାରତୀୟ ବିଂଝାଲ ସମାଜର ସମସ୍ତ ସ୍ତର କର୍ମକର୍ତ୍ତା ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.