ବାଲିଆପାଳରେ ବ୍ଲକ ଏକ ସ୍ତରୀୟ ଏକ ଦିନିଆ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

ବାଲିଆପାଳ – ବାଲିଆପାଳ ବ୍ଲକର ଜଗତିପୁର ପଞ୍ଚାୟତର କରଞ୍ଜ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ପ୍ରଚେଷ୍ଟାରେ ବ୍ଲକ  ସ୍ତରୀୟ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି।ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବେଣୁଧର ହୋଇଙ୍କ ପରିଚାଳନା ରେ ଅନୁଷ୍ଠିତ ମେଗା ସ୍ୱାସ୍ଥ୍ୟ ମେଳାକୁ ବାଲେଶ୍ଵର ଏମ ପି ଶ୍ରୀ ଷଡଙ୍ଗୀ ଉଦଘାଟନ କରି କହିଥିଲେ ଯେ ଗ୍ରାମାଞ୍ଚଳର ଲୋକମାନଙ୍କ ପାଖକୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ମେଳାର ମୁଖ୍ୟ ଉଦ୍ଦେଶ୍ୟ।ଏହି ମେଳାରେ ସବୁ ପ୍ରକାର ଚିକିତ୍ସା ସହିତ ଦୋରାରୋଗ୍ୟର ଚିକିତ୍ସା କରିବାର  ବ୍ୟବସ୍ଥା କରାଯାଇଥିଲା।ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ବ୍ଳକରେ ସ୍ୱାସ୍ଥ୍ୟ ମେଳା କରାଯିବ ବୋଲି ଏମ ପି ଶ୍ରୀ ଷଡ଼ଙ୍ଗୀ କହିଥିଲେ।ଏହି ମେଳାରେ ବାଲିଆପାଳ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବିଜନ ନାୟକ,ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାର ଡାକ୍ତର ମୃତ୍ୟଞ୍ଜୟ ମିଶ୍ର,ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡାକ୍ତର ନିୟୁଶ୍ରୀ ପାଣି,ବାଲିଆପାଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ଜଗତିପୁର ସରପଞ୍ଚ ସୁବାସ ବେହେରା,ସମିତି ସଦସ୍ୟ ଶାନ୍ତନୁ ମହାପାତ୍ର, ଏମ ପି ଙ୍କ ପ୍ରତିନିଧି ମହେଶ୍ୱର ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ସିଡିଏମଓ ଦୁଲାଳସେନ ଜଗଦେଵ ଏବଂ ଜିଲ୍ଲା ପ୍ରକଳ୍ପ ପରିଚାଳକ ଅନିଲ କୁମାର ମହାନ୍ତି ଶିବିର ପରିଦର୍ଶନ କରିଥିଲେ। ପିଏଇଚଇଓ ଝୁନାବାଳା ଦେ,ସୁପରଭାଇଜର ରମାନଥା କର,ଫାର୍ମାସିଷ୍ଟ ରତୀନ୍ଦ୍ର ନାଥ ପରିଡା,ବିପିଏମ ଦୟାନିଧି ନାୟକ ସହଯୋଗ କରିଥିଲେ।ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ସରୋଜିନୀ ପଣ୍ଡା,ଡାକ୍ତର ରଶ୍ମିତା ସ୍ବାଇଁ, ଡାକ୍ତର ପ୍ରେମକାନ୍ତ ମହାନ୍ତି,ଡାକ୍ତର ସୌମ୍ୟ ରଞ୍ଜନ ଷଡ଼ଙ୍ଗୀ,ଡାକ୍ତର ନିର୍ମାଲ୍ୟ ମହାପାତ୍ର, ଡାକ୍ତର ସପନ କୁମାର ମହାନ୍ତି, ଡାକ୍ତର ରାଜେନ୍ଦ୍ର ସାହୁ,ଡାକ୍ତର ଶ୍ରୀକାନ୍ତ ଆଚାର୍ଯ,ଜ୍ୟୋତି ନାରାୟଣ ପୁହାଣ,ଡାକ୍ତର ମାନିକ ରତନ ପ୍ରଧାନ,ଡାକ୍ତର ସତ୍ୟରଞ୍ଜନ ପାଣିଗ୍ରାହୀ,ଡାକ୍ତର ସୁଜାତା ଷଡଙ୍ଗୀ, ଡାକ୍ତର ପିୟୁଶ ପ୍ରକାଶ ମହାପାତ୍ର, ଡାକ୍ତର ଅସିତ କୁମାର ବିଶ୍ବାଳ,ଡାକ୍ତର ରଞ୍ଜନ କୁମାର ନାୟକ,ଡାକ୍ତର ହରିପଦ ଦାସ,ଡାକ୍ତର ସୁପ୍ରିୟ ରଞ୍ଜନ ଶାନ୍ତରା,ଡାକ୍ତର ଅନାଦି ଚରଣ ପାତ୍ର ପ୍ରମୁଖ ରୋଗୀ ମାନଙ୍କର ବିଭିନ୍ନ ପ୍ରକାରର ରୋଗ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ। ଜୀବନ କୃଷ୍ଣ ପାଢୀ,ଅଲିଭାମୟୀ ପଟାୟତ,ତପନ କୁମାର ପାତ୍ର ପ୍ରମୁଖ ଅନ୍ୟାନ୍ୟ ବିଷୟରେ ଯଥା ଯୋଗ ୟୁନାନୀ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ।ଶିବିରରେ ୧୨୬୬ ରୋଗୀଙ୍କ ରୋଗ ପରୀକ୍ଷା ସହିତ ଆବଶ୍ୟକ ସ୍ଥଳେ ବିଭିନ୍ନ  ନମୁନା ପରୀକ୍ଷା ମଧ୍ୟ କରାଯାଇଥିଲା।ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଙ୍କ ସହଯୋଗରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଭାଜପା ନେତା ଅଜୟ କୁମାର ସାହୁ,ଅରବିନ୍ଦ ବେହେରା,ନାରାୟଣ ପଣ୍ଡା,ଦେବାନନ୍ଦ ପିଳା,ଜୟନ୍ତ ଦାସ,ଖିତିଶ ଜେନା ପ୍ରମୁଖ ଏମ ପି ଶ୍ରୀ ଷଡଙ୍ଗୀଙ୍କୁ ପୁଷ୍ପ ଗୁଛଦେଇ ସ୍ୱାଗତ କରିଥିଲେ।

Leave A Reply

Your email address will not be published.