ଧାମନଗର ପୋଲିସର ବଡ଼ ସଫଳତା ଚୋରି ଜିନିଷପତ୍ର ଜବତ ସହ ଚାରି ଜଣ କୋର୍ଟ ଚାଲାଣ

ଧାମନଗର – ଧାମନଗର ଅଞ୍ଚଳରେ ଥିବା ଭିନ୍ନ ଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ସ୍ଥାନରୁ କିଚ୍ଛିଦିନ ପୂର୍ବରୁ ଦୁର୍ବୁତ ମାନଙ୍କ ଦ୍ୱାରା ଲଗାତାର ଚୋରି କରାଯିବା ଫଳରେ ସ୍ଥାନୀୟ ଜନସାଧାରଣଙ୍କ ମହଲରେ ଏକ ଆତଙ୍କ ଖେଳି ଯାଇଥିଲା। ଉକ୍ତ ଚୋରିଘଟଣାକୁ ନେଇ ଅଧିକାରୀଙ୍କ ଦ୍ୱାରା ଥାନାରେ ଏତଲା ମଧ୍ୟ ହୋଇଥିଲା। ସେହିଦିନ ଠାରୁ ଧାମନଗର ପୋଲିସ ଏହି ସମ୍ବେଦନଶୀଳ ଘଟଣାକୁ ନଜରରେ ରଖି ଅନୁସନ୍ଧାନ ଜାରି ରଖି ଚାରି ଜଣ ଚୋରକୁ ଧରି କିଛି ଚୋରି ଜିନିଷପତ୍ର ଜବତ ସହ ଦୁଇ ଦିନ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିଲା। ପ୍ରକାଶ ଥାଉକି ଗତ ୯/୪/୨୨ ରିଖ ଶନିବାର ରାତିରେ ଧାମନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟରୁ ତାଲା କାଟି ୩୫ ହଜାର ବହି ଚୋରି ହୋଇଥିଲା ।ସେହିପରି ଧାମନଗର ଏନଏସି ପଛପଟ କାର୍ଯ୍ୟଳୟ ପାଖରେ ଥିବା ସ୍ୱଚ୍ଛଗାଡିରୁ ଚୋରମାନେ ୪ଟି ବେଟେରୀ କାଡି ନେଇଯାଇଥିବା ବେକେ ବ୍ଲକ କଲୋନୀ ରେ ସରକାରୀ ସ୍ୱୀକୃତି ପ୍ରାପ୍ତ ଆଧାର କେନ୍ଦ୍ରରୁ ବେଟେରୀ, ଇନଭର୍ଟର,ଫ୍ୟାନ,କମ୍ପ୍ୟୁଟର ଓ ପ୍ରିଣ୍ଟର ଚୋରି ହେବାସହ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଥିବା ଧାମନଗର ପ୍ରେସ କ୍ଲବର ତାଲା ଭାଙ୍ଗି ସମସ୍ତ ଅସବାବପତ୍ର ଚୋରି ହୋଇଥିଲା।ଉକ୍ତଦିନ ମଧ୍ୟ ବ୍ଲକ କାର୍ଯ୍ୟଳୟ ପରିସର ମଧ୍ୟରେ ଥିବା ଓଡିଶା ଜୀବିକା ମିଶନ କାର୍ଯ୍ୟଳୟରୁ  ତାଲା ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିଲା।ଏହି ସବୁ ଚୋରି ଘଟଣା ଘଟିବା ପରେ ଦୁର୍ବୁତ ମାନେ ସ୍ଥାନୀୟ ପୋଲିସକୁ ଖୋଲା ଚାଲେଞ୍ଜ ଦେଲାଭଳି ମନେ ହେଉଥିଲା । କିନ୍ତୁ ପୋଲିସ ଏହାକୁ ହାଲକା ଭାବେ ଗ୍ରହଣ ନକରି ଅନୁସନ୍ଧାନ ଜାରି ରଖିବା ସହ ରାତିରେ ଧାମନଗର ବିଭିନ୍ନ ସ୍ଥାନରେ ଚଡାଉ କରି ୪ ଜଣ ଚୋରଙ୍କୁ ଗିରଫ ସହ ଥାନା କେସ ନଂ ୧୪୦/୨୨ରେ ଏକ ମାମଲା ରୁଜୁ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।ଜାମିନ ନାମଞ୍ଜୁର ହେବାରୁ ଭଦ୍ରକ ଜେଲକୁ ପଠା ଯାଇଥିବା ଜଣାଯାଇଛି।

Leave A Reply

Your email address will not be published.