ବାଲିଆପାଳ ବାଲିଆପାଳ ବ୍ଲକ ଅନ୍ତର୍ଗତ ମଧୁପୁରା ଗ୍ରାମ ପଞ୍ଚାୟତର ପଞ୍ଚରୁଖୀ ଗ୍ରାମର କୈବର୍ତ୍ତ ସମ୍ପ୍ରଦାୟ ପକ୍ଷରୁ କୈବର୍ତ୍ତ ପୂଣ୍ଣିମା ଉପଲକ୍ଷେ ଅନୁଷ୍ଠିତ ଲକ୍ଷ୍ମୀ ନାରାୟଣ ପୁଜା ଶନିବାର ଠାରୁ ଆରମ୍ଭ ହୋଇ ବୁଧବାର ସମାପନ ହୋଇଯାଉଛି। କରୋନା ମହାମାରୀ ପାଇଁ ଦୁଇବର୍ଷ ଧରି ବିଧି ରକ୍ଷା ପୂର୍ବକ ପୂଜାର୍ଚ୍ଚନା ହୋଇଆସୁଥିଲା। ଚାଳିତ ବର୍ଷ କରୋନା କଟକଣା ହଟିଯିବାରୁ ଧୁମ ଧାମରେ ଧରି ଲକ୍ଷ୍ମୀ ନାରାୟଣଙ୍କ ପୁଜାଅର୍ଚ୍ଚନା ହେବା ସହିତ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟ ହେବାପରେ ବୁଧବାର ମୂର୍ତ୍ତି ବିସର୍ଜନ ହୋଇ ସମସ୍ତ କାର୍ଯ୍ୟ ସମାପନ ହୋଇଛି।କୈବର୍ତ୍ତ ସମ୍ପ୍ରଦାୟ ଲୋକମାନେ ଲକ୍ଷ୍ମୀ ନାରାୟଣ ପୁଜରେ ମାଛ ଧରା କୁ ସମ୍ପୂର୍ଣ୍ଣ ବନ୍ଦ ରଖିଥିଲେ। ଏହା ଥିଲା ସେମାନଙ୍କ ର ସାମ୍ପ୍ରଦାୟିକ ଆରାଧ୍ୟ ପୂଜା। ପୂଜା କମିଟିର ସଦସ୍ୟ କୀର୍ତ୍ତନ ମହାନା, ଶ୍ରୀକାନ୍ତ ମାହାନା, ବିଭୂତି ଭୂଷଣ ମହାନା, କୁଞ୍ଜ ବିହାରୀ ଖଣ୍ଡା, ଅଭିମନ୍ୟୁ ଗାଙ୍ଗାଇ, ତାପସ କୁମାର ଖଣ୍ଡା ଜୟ ପ୍ରକାଶ ଖଣ୍ଡା ପ୍ରମୁଖ ପୂଜା ପରିଚାଳନା ଦାୟିତ୍ଵ ତୁଲାଇଥିଲେ। ପଞ୍ଚାରୁଖି ଗ୍ରାମବାସୀ ଙ୍କ ସହିତ କମିଟିର ସମସ୍ତ ସଦସ୍ୟ ପୂଜାରେ ସମସ୍ତ ପ୍ରକାରର ସହଯୋଗ କରିଥିଲେ।