ମଦଦୋକାନ ଖୋଲିବା ଦାବିରେ ତହସିଲଦାରଙ୍କୁ ଦାବିପତ୍ର

ଅସ୍ତରଙ୍ଗ – ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ବଲରା ଠାରେ ମଦ ଦୋକାନ ଖୋଲିବା ନେଇ ସ୍ଥାନୀୟ ତହସିଲଦାରଙ୍କୁ କାକଟପୁର ସୁରକ୍ଷା ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।ସୂଚନା ଥାଉକି ଗତକିଛି ଦିନ ତଳେ ବଲରାଠାରେ ମଦଦୋକାନ ବନ୍ଦ କରିବା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିର୍ମାଣଧୀନ ଘରକୁ ପ୍ରଶାସନ ସିଲ୍ କରିଥିଲା।କିନ୍ତୁ ଗାଁ ଗହଳିରେ ଚୋରା ମଦ ବେପାରୀଙ୍କସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଉଚ୍ଚା ଦରରେ ନକଲି ମଦ ବିକ୍ରି କରାଯାଉଥିବା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଉଅଛି।ବଲରା ଠାରେ ମଦଦୋକାନ ଖୋଲା ଗଲେ ଅଞ୍ଚଳରେ ନକଲି ମଦ ବନ୍ଦ ହେବା ସହ ରାଜସ୍ବ କ୍ଷେତିରୁ ବଞ୍ଚିଯାଆନ୍ତେ ସରକାର ବୋଲି ବିଭିନ୍ନ ମହଲରେ ଶୁଣିବାକୁ ମିଳୁଛି।ବଲରା ଠାରେ ମଦଦୋକାନ ଖୋଲିବା ଦାବିରେ ସ୍ଥାନୀୟ ପ୍ରଶାସନକୁ କାକଟପୁର ସୁରକ୍ଷା ସମିତି, କାକଟପୁର ବିକାଶ ପରିଷଦ, କାକଟପୁର ନାଗରିକ ମଞ୍ଚ,ପତିତପାବନ ଯୁବ ପରିଷଦ, ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।

Leave A Reply

Your email address will not be published.