ଯୁବକ ସାମ୍ବାଦିକଙ୍କୁ ହତ୍ୟା ଧମକ ମାମଲା 

କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସିରେ କାର୍ଯ୍ୟରତ ସାମ୍ବାଦିକ ରୋହନ ମହତ ସଲାଶର ପାଇପ ଫ୍ୟାକ୍ଟ୍ରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲଗାତାର ଭାବେ ଖବର ପରିବେଷଣ କରୁଥିଲେ I ଓ କିଛି ଦିନ ତଳେ ସଲାଶର ପାଇପ ଫ୍ୟାକ୍ଟ୍ରିର ମାଲିକ ବେଦ ପ୍ରକାଶ ଶର୍ମା କୁଆଡ଼େ ରୋହନ ମହତ କୁ ହତ୍ଯା କରିବା ପାଇଁ ଧମକ ଦେଇଥିବାର କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି ରୋହନ ମହତ I ଅନ୍ୟ ପକ୍ଷରେ ସଲାଶର ପାଇପ ଫ୍ୟାକ୍ଟ୍ରିର ମାଲିକ ବେଦ ପ୍ରକାଶ ଶର୍ମା ଏହି ହତ୍ୟା ଧମକ କୁ ଖଣ୍ଡନ କରି କହିଛନ୍ତି ଯେ ନିଜକୁ ସାମ୍ବାଦିକ ପରିଚୟ ଦେଇ କିଛି ଦିନ ତଳେ ସେମାନେ ଲକ୍ଷେ ଟଙ୍କା ଚାନ୍ଦା ମାଗିବାକୁ ଆସିଥିଲେ, ଓ ମୁଁ ଲକ୍ଷେ ଟଙ୍କା ଚାନ୍ଦା ନ ଦେବାରୁ ସେମାନେ ମତେ ଧମକ ଦେଇଥିଲେ, ତତେ ବରବାଦ କରିଦେବୁ ଆମର ପ୍ରଭାବ ତୁ ଜାଣିନି ଲଗାତାର ଭାବେ ତ ବିରୁଦ୍ଧରେ ଖବର ପ୍ରକାଶ କରିବି ନାନାଦି ପ୍ରକାର ଧମକ ଦେଇଥିଲେ ବୋଲି କହିଛନ୍ତି I ରହିଲା ଏନ.ଓ.ସି. ବିଷୟ ସେତେବେଳେ କାର୍ଯ୍ୟରତ ଜଣେ ଏନଏସି କର୍ମଚାରୀ ତାଙ୍କ ଜରିଆରେ ମୁଁ ଏନ.ଓ.ସି. ପ୍ରାପ୍ତ କରିଛି ସେ ମତେ ଯାହା ଯାହା ପରିଚୟ ପ୍ରମାଣ ପତ୍ର ବା ଯାହା ଯାହା ଦରକାର ପ୍ରମାଣ ପତ୍ର ତାଙ୍କୁ ଦେଇଥିଲି ଓ ସେ ହିଁ କାଗଜପତ୍ର କରିଛନ୍ତି I ମୋର ବୋଲି ନୂହେଁ ପ୍ରାୟ ସମସ୍ତଙ୍କ ଏନ.ଓ.ସି. ସେହି ରିଟାୟାର ଏନଏସି କର୍ମଚାରୀ କରିଦେଇଛନ୍ତି I ସେ କରିଦେଇଥିବା ଅନ୍ୟ ମାନଙ୍କ ଏନ.ଓ.ସି. ବିରୁଦ୍ଧରେ କାହିଁକି ଖବର ପରିବେଷଣ କରୁ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ବେଦ ପ୍ରକାଶ I ତେବେ କଣ୍ଟାବାଞ୍ଜି ଥାନାରେ ଏତଲା ହେବାପରେ ତଦନ୍ତ କରି ପୋଲିସ ମଧ୍ଯ ସେମିତି କିଛି ଧମକ ଦେଇଥିବାର ପ୍ରମାଣ ପାଇ ନାହିଁ, ତେଣୁକରି ଥାନା ଅଧିକାରୀଙ୍କୁ ଚାପ ସୃଷ୍ଟି କରି ବେଦ ପ୍ରକାଶକୁ ଗିରଫ କରିବା ଭାବନା ନେଇ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଖବର ପ୍ରକାଶ କରାଯାଉଛି ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି I ପ୍ରଶ୍ନ ଯୋଗ୍ୟ ଯେ ସେ ରିଟାୟାର କର୍ମଚାରୀ ଜଣକ କିଏ ଓ କେତେ ଜଣଙ୍କୁ ଏଭଳି ଭାବେ ଠକେଇ କରିଛନ୍ତି ପୋଲିସ ଏଦିଗରେ ଧ୍ୟାନ ଦେଇ ତଦନ୍ତ କରିବାକୁ ଦାବି ହେଉଛି I ସରଳ ଲୋକଙ୍କୁ କାଗଜ ପତ୍ର କରେଇ ଦେବା ପାଇଁ କହି ନିଜେ ମୁନାଫା କରିଥିବା ମୁନାଫା ଖୋର ରିଟାୟାର କର୍ମଚାରୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ ରାଜରାସ୍ତାରେ ଜନ ସାଧାରଣ ଉଲ୍ଲାଇବ କିଛି ଲୋକ ଚେତାବନୀ ଦେଇଛନ୍ତି I ଏହାର ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ନିର୍ଣୟ ହୋଇପାରିବ ସତ ସାମ୍ବାଦିକ କହୁଛନ୍ତି ନା ବେଦ ପ୍ରକାଶ କହୁଛନ୍ତି, ସେହି ରିଟାୟାର କର୍ମଚାରୀ ହିଁ ସତ୍ୟତା କଣ ଅଛି କହିପାରିବେ I

Leave A Reply

Your email address will not be published.