ଜଳେଶ୍ଵର, (ନି.ପ୍ର)- ଜଳେଶ୍ଵର କ୍ଷେତ ମଜଦୁର ୟୁନିଅନ ତରଫରୁ ଜାତୀୟ କର୍ମନିଯୁକ୍ତି ଯୋଜନାକୁ କେନ୍ଦ୍ର ବିଜେପି ସରକାର ଧ୍ଵସ କରିବା ବିରୁଦ୍ଧରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଳେଶ୍ଵର ତହସିଦାରଙ୍କ ନିକଟରେ ଯୁନିଅନ ତରଫରୁ ବିକ୍ଷୋଭ କରିବା ସହ ଦାବୀ ପତ୍ର ପ୍ରଦାନ କରାଯାଇଛି। ମନେରେଗା ଯୋଜନାରେ ଗତ ବର୍ଷ ବ୍ୟୟବରାଦ ଠାରୁ ଚଳିତବର୍ଷ ବ୍ୟୟବରାଦ କେନ୍ଦ୍ର ସରକାର କମ୍ କରି ଦେଇଛନ୍ତି । ଗତବର୍ଷ ଅପେକ୍ଷା ଅଧିକ ବ୍ୟୟ ବରାଦ କରିବା, ସର୍ବନିମ୍ନ ବର୍ଷକୁ ୨୦୦ ଦିନ କାମ ଦେବା, ଦୈନିକ ମଜୁରୀ ୬୦୦ ଟଙ୍କା କରିବା, ମଜୁରୀ ପ୍ରଦାନ କ୍ଷେତ୍ରରେ ଜାତି ଭିତ୍ତିକ ବିଭାଜନ ବନ୍ଦ କରିବା, ଶ୍ରମିକମାନେ ଦିନରେ ୨ ଥର ଉପସ୍ଥାନ ଖାତାରେ ଦସ୍ତଖତ କରିବାକୁ ବନ୍ଦ କରିବା, ଭାଗଚାଷୀଙ୍କୁ ପଲ୍ଲୀସଭାରେ ଚିହ୍ନଟ କରି ଅତି କମରେ ୨୦ କ୍ଵିଣ୍ଟାଲ୍ ଧାନ ସରକାରୀ ଦାମ୍ ରେ କ୍ରୟ କରିବା ଆଦି ୭ ଦଫା ଦାବୀରେ ବିକ୍ଷୋଭ କରିବା ସହ ଦାବୀପତ୍ର ପ୍ରଦାନ କରିଛନ୍ତି । ୟୁନିଅନର ବ୍ଲକ ସଭାପତି ଦିପ୍ତିମାନ ଆଚାର୍ଯ୍ୟ ସଂପାଦକ ସେକ୍ ଅବଦୁଲ୍ ସାଦ୍ଧିକ୍ ସମେତ ଦଳିତ ନେତା ଦିଲ୍ଲିପ ଗିରି, ସିତାଂଶୁ ସେନାପତି, ଶ୍ରମିକ ନେତା ପଲ୍ମୁ ଦାସ, ସେକ ନଜିମୁଦିନ, କାଦୁଆ ମାରାଣ୍ଡି, ପୂର୍ଣ୍ଣ ସିଂ, ରବିନ୍ଦ୍ର ବାରିକ, ଶଙ୍କର ଗୋଛାୟତ, ମଦନ ମାହାଲି, କୁନା ଟୁଡ଼ୁ ପ୍ରମୁଖ ନେତୃତ୍ଵ ମାନେ ଉପସ୍ଥିତି ରହି କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ କଡ଼ା ସମାଲୋଚନା କରିବା ସହିତ ସମସ୍ୟା ଉପରେ ଦାବୀ ପୂରଣରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।