ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ୨୦୨୨  ଉପଲକ୍ଷେ ଯୋଗ ଶିବିରର ଶୁଭାରମ୍ଭ

ରାଇରଙ୍ଗପୁର –ଆସନ୍ତା ୨୫ ଜୁନ ୨୦୨୨ ଅନ୍ତଃରାଷ୍ଟ୍ରୀୟ ଯୋଗଦିବସ ।ଏହା  ଉପଲକ୍ଷେ କେନ୍ଦ୍ର ସରକାରଙ୍କ ରେଳ ,ଡାକ ଓ ସଂଚାର ବିଭାଗ ତରଫରୁ ବ୍ୟାପକ ସେଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ମୁଖ୍ୟ ଡାକ ବିଭାଗ ପରିସରରେ ଆଜି ସୋମବାର ଯୋଗ ଶିବିର କାର୍ଯ୍ୟକ୍ରମ ଡାକ ବିଭାଗ ମୁଖ୍ୟ ଅଧିକାରୀ ବିଜୟ କେତନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଶିକ୍ଷକ ଭାବେ  ବିଶିଷ୍ଟ ଯୋଗ ଶିକ୍ଷକ ସନ୍ତୋଷ ମହାନ୍ତ,ସଂଜୀବ ମହାନ୍ତ,ଯତୀନ୍ଦ୍ର ନାଥ ବେହେରା ପ୍ରମୁଖ ପ୍ରଶିକ୍ଷଣ କରିଥିଲେ ।ଯୋଗ  ପ୍ରାଚୀନ କାଳଠାରୁ ଆରମ୍ଭ ହଇ ଆଜି ପର୍ଯ୍ୟନ୍ତ ଏହାର ଗୁରୁତ୍ଵ ବହନ କରିଛି ।ଶରୀର,ମନ,ବିବେକ,ପ୍ରାଣକୁ ଏକତା ସୂତ୍ରରେ ବାନ୍ଧି ରଖି ଏକ ସୁସ୍ଥ ମଣିଷ ଗଢିବାରେ ଗୁରୁ ଦାୟିତ୍ବ ବହନ କରିଥାଏ । ବସ୍ତୁବାଦୀ ଦୁନିଆଁରେ ଅର୍ଥ ପିପାସୁ ମଣିଷ ନିଜର ମନ ଓ ଶରୀରେ ଉପରେ ନିୟନ୍ତ୍ରଣ ହରାଇ ବସିଛି ।ଯାହାଫଳରେ ପ୍ରାଚୁର୍ଯ୍ଯ ମଧ୍ୟରେ ଅଶାନ୍ତିରେ ଜୀବନ କାଳାତିପାତ କରୁଛି ।ତେଣୁ ମନ ଓ ଶରୀରକୁ ନିୟନ୍ତ୍ରଣରେ ରଖିବା ସହ ନିଜକୁ ସୁଖ ଓ ଶାନ୍ତିରେ ବିତାଇବାକୁ ହେଲେ ଯୋଗ ଅଭ୍ୟାସ ନିହାତି ଆବଶ୍ୟକ ।ଏହି ଯୋଗ କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ଡାକ କର୍ମଚାରୀ ଅଂଶ ଗ୍ରହଣ କରି ‌ଯୋଗ ତାଲିମ‌ନେଇ ସନ୍ତୋଷ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ପୋଷ୍ଟାଲ କରିଥିଲେ ଇନ୍ସପେକ୍ଟର ଶିଶିର ଦେହୂରୀ,ପ୍ରେରଣା ପାତ୍ର,କମଳା ପାତ୍ର,ଅସ୍ତୂରୀ ନନ୍ଦ,ସୁବାଷ ତ୍ରିପାଠୀ, ଚିତ୍ତରଞ୍ଜନ ତ୍ରିପାଠୀ,ଅର୍ଦେନ୍ଧୁ ଶେଖର‌ରଥ,ଅଳକା ରଥ,ସୁବାସିନୀଉ ନନ୍ଦ,କରୁଣା ନନ୍ଦ,ତରୁଣ ନନ୍ଦ,ଅମ୍ରିତା ନନ୍ଦ,ଶିବାନୀ ମାନସ ମିଶ୍ର,ଲିଲି ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.