ବାଲିଆପାଳ – ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତୀ ପଞ୍ଚାୟତର ପାଳଚମ୍ପି ଗ୍ରାମରେ ଟ୍ରାକ୍ଟର ଓ କମ୍ପ୍ରେଶର ମେସିନ ଓଲଟି ଶନିବାର ଜଣକର ମୃତ ହୋଇଯାଇଛି। ମୃତକ ଜଣକ ହେଲେ ଜଳେଶ୍ୱର ଥାନା ଅଧୀନସ୍ଥ କଶିଦା ଗ୍ରାମର ବାପି ଦାସ (୪୦)। ସୂଚନା ମୁତାବକ ପାଳଚମ୍ପି ଗ୍ରାରେ ନଳକୂପ ଅଚଳ ହୋଇଯାଇଥିବାରୁ ପାଣି ସଙ୍କଟ ଦେଖା ଦେବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଗ୍ରାମବାସୀଙ୍କ ପାଣି ସଂକଟ ଦୂର କରିବା ପାଇଁ ଟିୟୁବୟେଲ ଗୁଡ଼ିକୁ କମ୍ପ୍ରେଶର ୱାସ କରି ଫେରୁଥିବା ବେଳ ଟ୍ରାକ୍ଟର ଓ କମ୍ପ୍ରେଶର ମେସିନ ଓଲଟି ପଡ଼ିବାରୁ ଶ୍ରୀ ଦାସ ଟ୍ରାକ୍ଟର ତଳେ ଚାପ ହୋଇ ଗୁରୁତର ହୋଇପଡ଼ିବାରୁ ଉପସ୍ଥିତ ଗ୍ରାମବାସୀ ତଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଲିଆପାଳ ପୋଲିସ ଥାନା ଭାରାପ୍ରପ୍ତ ଅଧିକାରି ପର୍ଶୁରାମ ସାହୁ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ମୃତ ଦେହକୁ ଜବତ କରି ବାଲିଆପାଳ ଥାନା କେ ନଂ ୧୦୩/୨୨ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବାକୁ ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି।