ଖେଳ ପଡ଼ିଆରେ ନୂଆ ବସ ଷ୍ଟାଣ୍ଡ ନିର୍ମାଣକୁ ବିରୋଧ ଓ ପ୍ରତିବାଦ ସଭା

ବାଲିଆପାଳ -ବାଲେଶ୍ଵର ଜିଲ୍ଲା ର ବାଲିଆପାଳ ଗ୍ରାମ ପଞ୍ଚାୟତର ସାମ୍ନାରେ ଥିବା ସୁବର୍ଣ୍ଣ ରେଖା ଖେଳ ପଡ଼ିଆରେ ପ୍ରଶାସନ ପକ୍ଷରୁ ନୁଆ ଖେଳ ପଡିଆ ନିର୍ମାଣ କୁ ବିରୋଧ ବାଲିଆପାଳ ସୁବର୍ଣ୍ଣରେଖା ଯୁବ କ୍ରୀଡା ସଂସଦ, ବାଲିଆପାଳ ମହୋତ୍ସବ କମିଟି,ବାଲିଆପାଳ ପଞ୍ଚାୟତ ବିଭିନ୍ନ ଖେଳ କମିଟି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସହିତ ସ୍ଥାନୀୟ ଅଂଚଳ ବାସୀ, ସୂଚନା ଅଧିକର କମିଟିର ସଦସ୍ୟ ମାନେ ଏକତ୍ରିତ ହୋଇ ରହିବାର ଅବରହ୍ନ ରେ ଏକ ପ୍ରତିବାଦ ଅନୁଷ୍ଠିତ କରିଥଲେ।ଏକତ୍ରିତ ଜନତା ବାଲିଆପାଳ ପଞ୍ଚାୟତ ର ଏକମାତ୍ର ଖେଳ ପଡିଆରେ ନୁଆ ବସ ଷ୍ଟାଣ୍ଡ କରାଇ ନଦେବାର ଦୁର୍ବାର ଶପଥ ନେଇଛନ୍ତି। ଏହାର ସୁରକ୍ଷା ପାଇଁ ଆଗାମୀ ବୈଠକ ରେ ଏକ ନେତାଜୀ ଖେଳ ପଡିଆ ର ସୁରକ୍ଷା କମିଟି ଗଠନ ହେବାର ସିଦ୍ଧାନ୍ତ ନିଆଯାଇଛି। ଏପ୍ରିଲ ମାସ ୨୩ ତାରିଖ ଠିକାଦାର କାମ ଆରମ୍ଭ କରି ବାକୁ ଆସିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ତାହାକୁ ବିରୋଧ କରିଥିଲେ। ଏପ୍ରିଲ ମାସ ୨୫ ରିଖ ସ୍ଥାନୀୟ ଅଞ୍ଚଳର ଲୋକମାନେ ବସ ଷ୍ଟାଣ୍ଡ ଖେଳ ପଡ଼ିଆରେ ନ ଅନ୍ୟତ୍ର କରିବାକୁ ଜିଲ୍ଲା ପାଳ ଙ୍କ ଉଦ୍ଦେଶ୍ୟରେ ତହସିଲଦାର ଦୀପକ କୁମାର ଦାଶଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆନ୍ଦୋଳନ କୁ ଜୋରଦାର କରିବା ପାଇଁ ରବିବାର ଉକ୍ତ ସୁବର୍ଣ୍ଣ ରେଖା ଖେଳ ପଡ଼ିଆରେ ଏକ ପ୍ରତିବାଦ ସଭା ଅନୁଷ୍ଠି ହୋଇଯାଉଛି।ଅରୁଣ କୁମାର ପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ସଭାରେ ପୁର୍ବତନ ବାଲିଆପାଳ ବ୍ଲକ ଅଧ୍ୟକ୍ଷ ବିଜନ କୁମାର ନାୟକ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗିରିଶ ଚନ୍ଦ୍ର ପାତ୍ର, ଦିନୁଜ କୁମାର ଜେନା,ଅଶୋକ କୁମାର ବାଗ ,ରବି ନାରାୟଣ ମହାନ୍ତି, ଅନୁଜ ମହାପାତ୍ର,ଶରତ ଚନ୍ଦ୍ର ପାତ୍ର, ଦୁର୍ଜୟ ପରିଡା,ଜଗନ୍ନାଥ ବାରିକ,ପ୍ରଦୀପ କୁମାର ବେହେରା, ସୁଶାନ୍ତ କୁମାର ଚକ୍ରବର୍ତ୍ତୀ, ଜୀବନ ଦାସ, ସୁଶାନ୍ତ ସେଠୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ପୂର୍ବରୁ ଏହି ଖେଳ ପଡ଼ିଆରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା,ବାଲିଆପାଳ ମହୋତ୍ସବ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଆସୁଛି।

Leave A Reply

Your email address will not be published.