ରେଳ କତ୍ତୃପକ୍ଷଙ୍କୁ ବଧାଇ ଜଣାଇଲେ ଜଳେଶ୍ଵରର ବିଭିନ୍ନ ଛାମୁଆ ସଙ୍ଗଠନ

ଜଳେଶ୍ୱର,(ନି.ପ୍ର)ତା–,  ଜଳେଶ୍ୱର ଡେଭଲପମେଣ୍ଟ କମିଟି ତରଫରୁ ବିଭିନ୍ନ ରାଜନୈତିକ ଦଳ ଓ ଗଣସଂଗଠନର ସମର୍ଥନରେ କୋଭିଡ-୧୯ ପୂର୍ବରୁ ଚାଲୁଥିବା ସମସ୍ତ ପସେଞ୍ଜର ଏକ୍ସପ୍ରେସ ଓ ସୁପର ଫାଷ୍ଟ ଟ୍ରେନ୍ ଯଥା ରୀତି ଚାଲିବାର ଦାବିରେ ଗତ ତା-୧୨.୦୪.୨୦୨୨ ରିଖରେ ଜଳେଶ୍ଵର ରେଳ ଷ୍ଟେସନ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇ ଥିଲା । ପରବର୍ତ୍ତୀ ଅବସ୍ଥାରେ ସେଇ ସମାନ ଦାବି ରେ ଗତ ତା-୧୬.୦୪.୨୦୨୨ ରିଖରେ “ରେଳରୋକ”ର ଡାକରା ଦିଆଯାଇଥିଲା।ଏହି ପରିପ୍ରେକ୍ଷିରେ ଗତ ତା-୧୩.୦୪.୨୦୨୨ରିଖ ଜଳେଶ୍ଵର ଡେଭଲମେଣ୍ଟ କମିଟି ବୈଠକରେ ଖଡଗପୁର ରେଳ ଡିଭିଜନର ଏ.ସି.ଏମ ଆଶୁତୋଷ ସିଂ, ଏ.ଏସ.ସି ପ୍ରଭୁନାଥ ତିୱାରୀ, ବାଲେଶ୍ୱର ଆର୍.ପି.ଏଫ ଥାନା ଆଇ ଆଇ ସି ସଞ୍ଜୀବ କୁମାର୍ ସିନ୍ନା,  କମରସିଆଲ ଇନ୍ସପେକ୍ଟର ଶୁଭଙ୍କର ରାଉଳ ପ୍ରମୁଖ ସଂଗଠନର କର୍ମକର୍ତ୍ତା ସହିତ ବିସ୍ତୃତ ଭାବେ ଦାବି ସଂପର୍କ ରେ ଆଲୋଚନା କରିଥିଲେ। ଆଲୋଚନା ରେ ସର୍ବନିମ୍ନ ଦୁଇଟି ଦାବି ପୂରଣ କରିବା ପାଇଁ ରେଳ କତ୍ତୃପକ୍ଷଙ୍କ ସହିତ କଥାବାର୍ତ୍ତା କରି ନିଶ୍ଚିତ କରିବା ପାଇଁ ପ୍ରସ୍ତାବ ଦିଯାଇଥିଲା। ଏହି ମର୍ମରେ ଉପସ୍ଥିତ ରେଳ ଅଧିକାରୀ ମାନେ ଖଡ଼ଗପୁର ସ୍ଥିତ ଡି.ଆର୍.ଏମ୍ ମନୋରଞ୍ଜନ ପ୍ରଧାନ ଙ୍କ ସହିତ କଥବାର୍ତ୍ତା କରିବା ପରେ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।ପ୍ରଥମ ଦାବି ୧. ଖଡ଼ଗପୁର – ଖୋର୍ଦ୍ଧା ରୋଡ଼ ଫାଷ୍ଟ୍ ପାସେଞ୍ଜର ପୂର୍ବ ନିର୍ଦ୍ଧାରତ ସମୟରେ ପୁନଃ ଚଳାଚଳ।
୨. ଖଡ଼ଗପୁର- ଭଦ୍ରକ ମେମୁ ଟ୍ରେନ ପୂର୍ବ ନିର୍ଦ୍ଧାରତ ସମୟରେ ଚାଲୁ କରିବା। ଏହି ପରିପ୍ରେକ୍ଷିରେ  ପ୍ରଥମ ପ୍ରତିଶ୍ରୁତି ଅନୁଯାଇ ଅନୁଯାୟୀ ଖଡ଼ଗପୁର ଖୋର୍ଦ୍ଧରୋଡ଼ ଟ୍ରେନ ପୂର୍ବ ନିର୍ଦ୍ଧାରିତ ସମୟରେ ଆସନ୍ତା ତା- ୩.୫.୨୦୨୨ ରିଖରୁ ପୁନଃ ଚଳାଚଳର ନିଷ୍ପତି ପାଇଁ ରେଳ କର୍ତ୍ତୃପକ୍ଷଙ୍କୁ ଅନେକ ଅନେକ ବଧାଇ। କିନ୍ତୁ ଉକ୍ତ ଟ୍ରେନ ପ୍ରାୟ ପ୍ରତି ଷ୍ଟେସନରେ ଅଟକି ଫାଷ୍ଟ ପାସେଞ୍ଜାର ନାମରେ ପୂର୍ବରୁ ଚାଲୁଥିଲା ବେଳେ ଏବେ ଏକ୍ସପ୍ରେସ ଟ୍ରେନ୍ ନାମରେ ଅଧିକ ରେଳ ଭଡ଼ା ଆଦାୟ କରିବା କ୍ଷୋଭର ବିଷୟ। ଦ୍ଵିତୀୟ ପ୍ରତିଶ୍ରୁତି ଅନୁଯାଇ ଖଡ଼ଗପୁର-ଭଦ୍ରକ ମେମୁ ଟ୍ରେନ୍ ପୂର୍ବ ନିର୍ଦ୍ଧାରିତ ସମୟରେ ଯଥା ଶୀଘ୍ର ଚାଲୁ କରିବା ପାଇଁ ଜଳେଶ୍ୱର ଡେଭଲପମେଣ୍ଟ କମିଟିର ଯୁଗ୍ମ ଆବାହକ ଜଳେଶ୍ଵର ରେଳ ୟୁଜର୍ସ କମିଟିର ସଭାପତି ସୁକୁମାର ରଣା ଓ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର
ସମ୍ପାଦକ ଡ.ଲଲିତ ରଞ୍ଜନ ସେନାପତି ରେଳ କତ୍ତୃପକ୍ଷଙ୍କ ଠାରେ ଦୃଢ଼ ଦାବି କରିଛନ୍ତି। 

Leave A Reply

Your email address will not be published.