ଲୋକପ୍ରିୟ ଡାକ୍ତର ତଥା ରାମମୋନୋହର ଲୋହିୟା ହସ୍ପିଟାଲର ଅବସରପ୍ରାପ୍ତ ଡା ଉପେନ୍ଦ୍ର ବିଶ୍ୱାଳଙ୍କ ପ୍ରଥମ ଶ୍ରଦ୍ଧାଞ୍ଜଳି ସଭା

ଡା. ରାମମୋନାହାରଲୋହିୟା ହସ୍ପିଟାଲ,  ତଥା ପି. ଜି. ଏମ. ଏଇ. ଆର,ତଥା ବର୍ତ୍ତମାନ ର ଅଟଳବିହାରୀ ବାଜିପେୟ ଇନଷ୍ଟ୍ୟୁଚ୍ୟୁଟ ଅଫ ମେଡିକାଲ ସାଇନଇସ ର ଅବସରପ୍ରାପ୍ତ ଜେନେରାଲ ସର୍ଜରୀ ବିଭାଗୀୟ  ମୁଖ୍ୟ ଡା ଉପେନ୍ଦ୍ର ବିଶ୍ୱାଳ ଏବଂ ତାଙ୍କ ପୁତ୍ର ଙ୍କ ଗତବର୍ଷ କରୋନା ରେ ମୃତ୍ୟୁ ବରଣ  ହୋଇଥିବା ବେଳେ ଗତକାଲି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା  ସ୍ଥାନୀୟ ତ୍ୟାଗରାଜନଗର  ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ଲାଇବ୍ରେରୀ କକ୍ଷ ରେ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଥିଲା.  ସ୍ବର୍ଗତ ବିଶ୍ୱାଳ ଙ୍କ ଧର୍ମପତ୍ନୀ ଙ୍କ ଦ୍ୱାରା ଆୟୋଜିତ ଏହି ସ୍ମୁତି ଚାରଣ ସଭାରେ  ବହୁ  ବିଶିଷ୍ଠ ଡାକ୍ତର, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ବର୍ଗତ ବିଶ୍ୱାଳ ଙ୍କ ବହୁ ବନ୍ଧୁ, ଆତ୍ମୀୟ ଏଥିରେ  ଯୋଗଦେଇ ତାଙ୍କ ତୈଳ ଚିତ୍ର ରେ ପୁଷ୍ପର୍ଘ୍ୟ ଅର୍ପଣ କରିବା ସହ  ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ.  ସର୍ଜରୀ ବିଭାଗ ର ଜଣେ  ଲୋକପ୍ରିୟ ଓ ଉତ୍ତମ ଚିକିତ୍ସକ ଭାବେ ଦିଲ୍ଲୀ ରେ  ସେ ନିଜର  ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ.ଏପରିକି ଅବସର ପରେ  ମଧ୍ୟ ସେ ଗରିବ ରୋଗୀ ମାନଙ୍କୁ ମାଗଣା ରେ ସେବା ଯୋଗାଇ ଆସୁଥିଲେ ବୋଲି ସଭାରେ  ଯୋଗଦେଇଥିବା ବ୍ୟକ୍ତି ମନେ  କହିଥିଲେ.ଶେଷରେ ସମସ୍ତ ଙ୍କୁ ମଧ୍ୟାନ୍ନ ପ୍ରସାଦ ସେବନ ରେ ଆୟୋଜିତ ଙ୍କ ତରଫରୁ ଆପ୍ୟାୟିତ କରାଯାଇଥିବା ଦେଖାଦେଇଥିଲା.

Leave A Reply

Your email address will not be published.