ଆକ୍ସନ ମୁଡ଼ରେ ଏବେ ଜିଲ୍ଲା ପରିବହନ ବିଭାଗ : ରାତି ଅଧିଆ ଚେକିଂରେ ୧୫ ଗାଡି ଜବତ ସହ ୧୨ ମଦୁଆ ଚାଳକ ବନ୍ଧା ହେଲେ

ସୁବର୍ଣ୍ଣପୁର:- ରାଜ୍ୟ ପରିବହନ ବିଭାଗର କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ପରିବହନ ବିଭାଗ ତରଫରୁ ମିଳିତ ଭାବରେ ଗାଡି ମୋଟର ଯାଞ୍ଚ କରାଯାଇଥିଲା l ବିଶେଷ କରି ମଦ୍ୟ ପାନ କରି ଗାଡି ଚଳାଉଥିବା ଚାଳକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ସମୁଦାୟ ୧୫ଗୋଟି ଗାଡି ଜବତ ହୋଇଥିବା ବେଳେ ୧୨ଜଣ  ମଦୁଆ ଗାଡି ଚାଳକ ଙ୍କୁ ଗିରଫ କରାଯାଇଛି l ତିନୋଟି ଡ୍ରାଇଭିଂଗ ଲାଇସେନ୍ସ ଅସ୍ଥାୟୀ ଭାବରେ ବାତିଲ କରାଯାଇଛି l ଚଳିତ ମେ ମାସ ପ୍ରଥମ ସପ୍ତାହ ରୁ ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଚକିଆ ଯାନରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ଜରୁରୀ ବୋଲି ଘୋଷଣା ହୋଇଥିଲା ଓ ଏଥିରେ ବ୍ୟତିକ୍ରମ ହେଲେ ଚାଳକ ଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ  ରୁବିନ ପଟ୍ଟନାୟକ  ସୂଚନା ଦେଇଛନ୍ତି l ସୁବର୍ଣ୍ଣପୁର ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ହ୍ରାସ କରିବା ପାଇଁ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଗାଡି ମୋଟର ଯାଞ୍ଚକୁ କଡାକଡ଼ି କରାଯାଉଛି l ସେହିପରି ସହରରେ ଦିନରାତି ଅନଭିଜ୍ଞ  ଟ୍ରାକ୍ଟର ଚାଳକଙ୍କ ସ୍ପିଡ଼ ଓ ବେପରୁଆ ଗାଡିଚାଳନା ଉପରେ ବିଭାଗ ତୀକ୍ଷ୍ଣ ନଜର ରଖିବା ସହ ଭାରିଯାନ ଚଳାଚଳ ଉପରେ ମଧ୍ୟ ଦୃଷ୍ଟି ଦେବା ଉପରେ  ବିଭାଗ ଉପରେ ମଧ୍ୟ ବୁଦ୍ଧିଜୀବି ଆଶା ରଖିଛନ୍ତି। କ୍ରମାଗତ ଚେକିଂ ହିଁ ଦୁର୍ଘଟଣା କୁ ରୋକିବାରେ ଏକମାତ୍ର ସହାୟକ ହୋଇ ପାରିବ ବୋଲି ଅନେକ ସଚେତନ ବର୍ଗ ଆଶା କରୁଥିବା ବେଳେ  ଜିଲ୍ଲା ପରିବହନ ବିଭାଗ ର ଏପରି ଉଦ୍ୟମ କୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି l ପୋଲିସ ଓ ପରିବହନ ବିଭାଗ ତରଫରୁ ଏପରି କାର୍ଯ୍ୟାନୁଷ୍ଠାନ ରେ ମଦ୍ୟପ ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ରାତିଅଧିଆ ମଦୁଆଙ୍କ ପ୍ରଭାବ ମଧ୍ୟ ଏବେ କମ ପରିଲକ୍ଷିତ ହେଉଛି।

Leave A Reply

Your email address will not be published.