ବାଲିଆପାଳ- ବାଲେଶ୍ଵର ଜିଲ୍ଲା ବାଲିଆପାଳ ସାଇମନ୍ଦିର ପରିସରରେ ରବିବର ବାଲିଆପାଳ ସତ୍ୟସାଇ ସେବା ସମିତି ପକ୍ଷ ରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହା ପୂର୍ବାହ୍ନ ଆଠଟା ରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିଥିଲା। ରାକ୍ତ ଦାନ ଶେଷ ସୁଦ୍ଧା ୫୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସତ୍ୟସାଇ ସେବା ସେମିତି ର ସମସ୍ତ ସଦସ୍ୟ ମାନଙ୍କ ସହଯୋଗର ରେ ଦୀର୍ଘ ୧୫ ବର୍ଷ ଧରି ଅନୁଷ୍ଠାନ ପକ୍ଷ ରୁ ରକଦାନ ଶିବର ଅନୁଷ୍ଠିତ ହୋଇଆସୁଛି। ଏହା ପ୍ରତି ବର୍ଷ ମଇ ମସରେ ହେଉଥିବା ବେଳେ ଚଳିତ ବର୍ଷ ବାବାଙ୍କ ଜନ୍ମ ଦିବସ ଉପଲକ୍ଷେ ନଭେମ୍ବର ମାସରେ ମଧ୍ୟ ରକ୍ତଦାନ ଶିବିରର ସତ୍ୟସାଇ ସେବା ସେମିତି ପକ୍ଷ ରୁ ଅନୁଷ୍ଠାନ ହୋଇଥିବା କଥା ସମିତି ପକ୍ଷ ରୁ ସୂଚନା ମିଳିଛି। ଏହା ଛଡ଼ା ଯେକୌଣସି ସମୟ ରେ କାହାର ରକ୍ତ ଆବଶ୍ୟକ ପଡ଼ିଲେ ଅନୁଷ୍ଠାନ ର ଶେଚ୍ଛା ସେବୀ ମାନେ ସବୁ ସମୟରେ ରକ୍ତ ଦାନ କରାଯାଏ ବୋଲି ଅନୁଷ୍ଠାନ ର ଶେଛା ସେବୀ ରକ୍ତ ଦାତା ମାନେ କହୁଛନ୍ତି। ରକ୍ତ ଗ୍ରହଣ କରିବାରେ ଡ଼ାକ୍ତର ପ୍ରଶାନ୍ତ କୁମାର ଦାସ, ଲେବ୍ରୋଟରୀ ଟେକ୍ନିସିୟାନ ବସନ୍ତ କୁମାର ଜେନା, ନାର୍ସିଂ ଅଫିସର ସ୍ଵାତୀ ସୁଚରିତା ଦାସ , ଏଟେନେନସ ଅଜୟ କୁମାର ମହାପାତ୍ର ଙ୍କ ସହିତ ଡ୍ରାଇଭର ବିଦ୍ୟାଧର ସାହୁ ପ୍ରମୁଖ ସହଯୋଗ କରିଥିଲେ। ବାଲିଆପାଳ ସତ୍ୟସାଇ ସେବା ସମିତିର ସମସ୍ତ ମହିଳା ପୁରୁଷ ସଦସ୍ୟ ମନେ ବିଭିନ୍ନ ବିଭାଗରେ ଦାୟିତ୍ବ ଗ୍ରହଣ କରି ସୁଚାରୁ ରୂପେ ତୁଲାଇ ଥିଲେ। ସତ୍ୟ ସାଇ ସେବା ସଙ୍ଗଠନ