ବାଲିଆପାଳ – ବିଶ୍ଵ ମାତୃ ଦିବସ ଉପଲକ୍ଷେ ବାଲିଆପାଳ ବ୍ଲକ ର ବାଲିଆପାଳ ବସଷ୍ଟାଣ୍ଡ ରେ ରବିବର ଜନନୀ ପରିବାର ପକ୍ଷରୁ ବିଶ୍ଵ ଶାନ୍ତି ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ମାତୃ ପୂଜନ ରୁ ଆରମ୍ଭ ହୋଇ ଜ୍ଞାନ ଯଜ୍ଞରେ ସମାପନ ହୋଇଥିଲା।ଜନନୀ ପରିବାର ର ସଭାନେତ୍ରୀ ଜ୍ୟୋତ୍ସ୍ନା ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବିଯୁଜନତାଦଳର ମହିଳା ରାଜ୍ଯ କାର୍ଯ୍ୟ କାରିଣୀ ସଭାପତି ସୁଵାସିନୀ ଜେନା, ବାଲିଆପାଳ ପଞ୍ଚାୟତ ସମିତିର ଅଧ୍ୟକ୍ଷା ରଞ୍ଜିତା ନାୟକ, ଖବର ଦାତା ଦିଲ୍ଲୀପ ଦାସ, ସଦ ଗୁରୁ ମହିନି ମୁନି,ସଦ ଗୁରୁ ଅଭୟ ମୁନି,ସଦ ଗୁରୁ ମଧୁସୂଦନ ମୁନି,ସାମାଜିକ କର୍ମୀ କ୍ଷିତିଶ ଜେନ, ନାରୀ ନେତ୍ରୀ ଶାରଦା ମଣି ଗିରି ଙ୍କ ସହିତ ମୟୂରଭଞ୍ଜ ର ନାରୀନେତ୍ରୀ ସାବିତ୍ରୀ ରାଉତ ଅତିଥି ଭାବରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ବାଲିଆପାଳ ଶାଖା ର ସଭାନେତ୍ରୀ ସ୍ନେହଲତା ବେହେରା, ସୁଭଦ୍ରା ରାଉତ, ସବିତା ବେହେରା, ଲକ୍ଷ୍ମୀ ବେହେରା, ଅଞ୍ଜଳି ମହାନ୍ତି, ମିନତୀ ଦଳାଇ ଙ୍କ ସହିତ ଜନନୀ ପରିବାର ସମସ୍ତ ସଦସ୍ୟ ସଭାରେ ଉପସ୍ଥିତ ରହି ମାଆ ବିଷ୍ଣୁ ପ୍ରିୟା ମହାପାତ୍ର ଙ୍କୁ ପୂଜନ ଅର୍ଚ୍ଚନା କରିବା ସହିତ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।