ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବାବେବିର ଗ୍ରାମପଞ୍ଚାୟତ ସ୍ଥିତ ବାବେବିର ଗ୍ରାମର ବହୁ ପୁରାତନ ବା ବହୁ ଚର୍ଚ୍ଚିତ ମନ୍ଦିର ଆଜକୁ ଅନେକ ବର୍ଷ ହେବ ଅର୍ଦ୍ଧ ଗଢ଼ା ହୋଇ ରହିଯାଇଥିବା ବେଲେ ବାବେବିର ଗ୍ରାମବାସୀଙ୍କ ବହୁ ଚେଷ୍ଟା ବା ବହୁ ଅନୁଦାନ ପରେ ଆଜି ସେହି ବୁଢ଼ାରଜାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ବହୁ ଧୁମ ଧାମରେ ପାଳନ ହେଉଥିବା ବେଳେ ଗତକାଲି ସନ୍ଧ୍ୟାରେ ବାବେବିର ଗ୍ରାମର ଶତାଧିକ ମହିଳା ମାନେ ଏକତ୍ରିତ ହୋଇ କଳସ ଯାତ୍ରାରେ ସାମିଲ ନିଜ ଗାଁରେ ପାଖରେ ରହିଥିବା ଏକ ନଦୀରୁ ଶୋଭା ଯାତ୍ରା ଆରମ୍ଭ କରି ମନ୍ଦିରରେ ପହଞ୍ଚି ଥିଲେ । ଆଜି ସକାଳ ଆଠ ଘଣ୍ଟାରେ ମନ୍ଦିର ପତିଷ୍ଠା ପୂଜା ମହାଆଡ଼ମ୍ବର ସହ ପାଳନ ହେଉଥିବା ବେଳେ ଆସନ୍ତା କାଲି ସଖାଲ ଦଶ ଘଣ୍ଟାରେ ପ୍ରଭୁ ବୁଢ଼ାରଜା ଙ୍କ ତିନି ଭଉଣୀ ମାଁ ସୁନାଦେଇ,ମାଁ ଇନ୍ଦ୍ରାଦି ଓ ମାଁ ଦ୍ୱାରସନୀ ଦେବୀ ପ୍ରଭୁ ବୁଢ଼ାରଜାଙ୍କ ମନ୍ଦିରକୁ ଆସିବାର ନିମନ୍ତ୍ରଣ ରହିଛି ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି ।